ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୟ ଭିତରେ ଆସିଲା ଭଲ ଖବର

0

ତୃତୀୟ ଲହରକୁ ନେଇ କାନପୁର ଆଇଆଇଟିର ଆକଳନ: ପଡିବନି ବଡ଼ ପ୍ରଭାବ!

ଭୁବନେଶ୍ବର: କରୋନାର ଦ୍ୱିତୀୟ ଲହରର ପ୍ରଭାବ ଏଯାଏ ଯାଇନଥିବା ବେଳେ ତୃତୀୟ ଲହରକୁ ନେଇ ଲୋକଙ୍କ ଭିତରେ ଭୟ ଘାରିଛି। ତୃତୀୟ ଲହର କେବେ ଆସିବ ଓ ଏହା କେତେ ଭୟଙ୍କର ହେବ ଏନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ଆକଳନ କରୁଥିବା ବେଳେ ଆସିଛି ଏକ ଆଶ୍ୱସ୍ତି କଲା ଭଳି ଖବର।

କାନପୁର ଆଇଆଇଟି ମଡେଲ ତୃତୀୟ ଲହରକୁ ନେଇ ବଡ ଆକଳନ କରିଛି । କାନପୁର ଓ ହାଇଦ୍ରାବାଦ ଆଇଆଇଟିର ଗବେଷକମାନଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ୍-୧୯ର ଗାଣିତିକ ମଡେଲ ଅନୁସାରେ ତୃତୀୟ ଲହର ବଡ ଆକାରରେ ଆସିନପାରେ । କାନପୁର ଆଇଆଇଟି ମଡେଲ ଅନୁସାରେ ଅତି ଖରାପ ସ୍ଥିତି ଆସିଲେ ବି ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ସର୍ବାଧିକ ଦୈନିକ ୨ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି। ଏହା ସହ କୋଭିଡ୍ ନିୟମ ଠିକ ଭାବେ ପାଳନ କଲେ ତୃତୀୟ ଲହରକୁ ଏଡ଼ାଇ ଦେଇ ହେବ ବୋଲି କହିଛନ୍ତି କାନପୁର ଆଇଆଇଟିର ଗବେଷକ।

ଏହି ମଡେଲ ଅନୁସାରେ ଓଡିଶାରେ ଦୈନିକ ସଂକ୍ରମଣ ସଂଖ୍ୟା ତଳମୁହାଁ ରହିଛି । ଆସନ୍ତା ୨ ସପ୍ତାହ ଭିତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୯କୁ ଖସିପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମ ଅନୁସାରେ ଯେଉଁଠି ଦୁଇ ସପ୍ତାହ ଧରି ସଂକ୍ରମଣ ୫ ପ୍ରତିଶତ ତଳେ ରହିବ, ସେଠି ସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଇପାରିବ । ଜୁଲାଇ ପ୍ରଥମ ତିନି ଦିନରେ ରାଜ୍ୟର ଟିପିଆର ବା ସଂକ୍ରମଣ ହାର ୫ପ୍ରତିଶତ ତଳେ ରହିଛି। ତେଣୁ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖୁବ ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.