ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଭୟ ଭିତରେ ଆସିଲା ଭଲ ଖବର

0

ତୃତୀୟ ଲହରକୁ ନେଇ କାନପୁର ଆଇଆଇଟିର ଆକଳନ: ପଡିବନି ବଡ଼ ପ୍ରଭାବ!

ଭୁବନେଶ୍ବର: କରୋନାର ଦ୍ୱିତୀୟ ଲହରର ପ୍ରଭାବ ଏଯାଏ ଯାଇନଥିବା ବେଳେ ତୃତୀୟ ଲହରକୁ ନେଇ ଲୋକଙ୍କ ଭିତରେ ଭୟ ଘାରିଛି। ତୃତୀୟ ଲହର କେବେ ଆସିବ ଓ ଏହା କେତେ ଭୟଙ୍କର ହେବ ଏନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ଆକଳନ କରୁଥିବା ବେଳେ ଆସିଛି ଏକ ଆଶ୍ୱସ୍ତି କଲା ଭଳି ଖବର।

କାନପୁର ଆଇଆଇଟି ମଡେଲ ତୃତୀୟ ଲହରକୁ ନେଇ ବଡ ଆକଳନ କରିଛି । କାନପୁର ଓ ହାଇଦ୍ରାବାଦ ଆଇଆଇଟିର ଗବେଷକମାନଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ୍-୧୯ର ଗାଣିତିକ ମଡେଲ ଅନୁସାରେ ତୃତୀୟ ଲହର ବଡ ଆକାରରେ ଆସିନପାରେ । କାନପୁର ଆଇଆଇଟି ମଡେଲ ଅନୁସାରେ ଅତି ଖରାପ ସ୍ଥିତି ଆସିଲେ ବି ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ସର୍ବାଧିକ ଦୈନିକ ୨ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି। ଏହା ସହ କୋଭିଡ୍ ନିୟମ ଠିକ ଭାବେ ପାଳନ କଲେ ତୃତୀୟ ଲହରକୁ ଏଡ଼ାଇ ଦେଇ ହେବ ବୋଲି କହିଛନ୍ତି କାନପୁର ଆଇଆଇଟିର ଗବେଷକ।

ଏହି ମଡେଲ ଅନୁସାରେ ଓଡିଶାରେ ଦୈନିକ ସଂକ୍ରମଣ ସଂଖ୍ୟା ତଳମୁହାଁ ରହିଛି । ଆସନ୍ତା ୨ ସପ୍ତାହ ଭିତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୯କୁ ଖସିପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମ ଅନୁସାରେ ଯେଉଁଠି ଦୁଇ ସପ୍ତାହ ଧରି ସଂକ୍ରମଣ ୫ ପ୍ରତିଶତ ତଳେ ରହିବ, ସେଠି ସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଇପାରିବ । ଜୁଲାଇ ପ୍ରଥମ ତିନି ଦିନରେ ରାଜ୍ୟର ଟିପିଆର ବା ସଂକ୍ରମଣ ହାର ୫ପ୍ରତିଶତ ତଳେ ରହିଛି। ତେଣୁ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖୁବ ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.