ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଚିନ୍ତା ବଢ଼ାଇଲାଣି ତିନି ଜିଲ୍ଲାର ସଂକ୍ରମଣ

0

୧୦ ଜିଲ୍ଲାରେ ଅଧିକ ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ କଟକରୁ ସର୍ବାଧିକ କୋଭିଡ୍ ରୋଗୀ ଚିହ୍ନଟ
ଲକ୍ ଡାଉନ୍ କଟକଣା ସତ୍ତ୍ବେ ସୁଧାର ଆସୁନି, ରାଜ୍ୟରେ ସଂକ୍ରମଣ ହାର ୪ ପ୍ରତିଶତକୁ ଖସିଲା

ଭୁବନେଶ୍ବର: ୧୦ ଜିଲ୍ଲାରେ ଅଧିକ ସଂକ୍ରମଣ। ରାଜ୍ୟରେ କରୋନା ସଂକ୍ରମଣ ହାର ୪ ପ୍ରତିଶତକୁ ଖସି ଆସିଛି। ହେଲେ ୧୦ ଜିଲ୍ଲାରେ ସଂକ୍ରମଣ ହାର ରାଜ୍ୟ ସଂକ୍ରମଣ ହାରଠୁ ଅଧିକ ରହିଛି । ଏହି ୧୦ ଜିଲ୍ଲାରେ ରାଜ୍ୟ ସରକାର କଟକଣା ବଳବତର ରଖିଥିଲେ ବି ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ । ଖୋର୍ଦ୍ଧା, କଟକ ଓ ବାଲେଶ୍ୱର ଜିଲ୍ଲା ଏବେ ରେଡ ଜୋନରେ ଅଛି । ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ଅପରିବର୍ତିତ ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୧ ହଜାର ୧୨୨ ନମୁନା ପରୀକ୍ଷା ହୋଇଥିବା ବେଳେ ୨ ହଜାର ୮୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ରହିଛି ୪.୦୩% । କଟକରୁ ସର୍ବାଧିକ ୪୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରୁ ୨୪୦, ଭଦ୍ରକରୁ ୧୨୮,ଜଗତସିଂହପୁରରୁ ୧୧୨,ଯାଜପୁରରୁ ୧୯୧,କେନ୍ଦ୍ରାପଡାରୁ ୧୫୭,ମୟୁରଭଂଜରୁ ୧୬୪, ନୟାଗଡରୁ ୧୦୫,ପୁରୀରୁ ୧୬୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ୪୨ ଜଣଙ୍କ ମୃତ୍ୟୁ ସଂପର୍କରେ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଜୁଲାଇ ମାସରେ ୪ ଦିନରେ ୧୨ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭୮ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୧ ହଜାର ୮୯୬ରେ ପହଞ୍ଚିଛି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୦ ହଜାର ୨୨୭ ।

Leave A Reply

Your email address will not be published.