ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

କମୁଛି ସଂକ୍ରମଣ,ବଢୁଛି ମୃତ୍ୟୁ

0
  • ଡାନ୍‌ଙ୍କ ନେତୃତ୍ବରେ ଆଜି ଅନୁଧ୍ୟାନ ପାଇଁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍
  • ଗତ ୧୫ଦିନରେ ଦୁଇ ଥର ମୃତ୍ୟୁ ସଂଖ୍ୟା ୪୦ ତଳକୁ ଖସିଛି

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ୪ ପ୍ରତିଶତରୁ ତଳକୁ ଖସୁଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢିଚାଲିଛି। ଆଜି ସାମ୍ନାକୁ ଆସିଥିବା ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦ ପାର କରିଛି। ଗତ ୨୪ ଘଣ୍ଟାର ଅନୁଧ୍ୟାନ ପରେ ସ୍ବାସ୍ଥ୍ୟ ବିଭାଗ ଆଜି ଜଣାଇଛନ୍ତି ଯେ କରୋନାରେ ଆଉ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସର୍ବକାଳୀନ ରେକର୍ଡ।

ଜୁନ ୨୦ରୁ ଆଜି ସୁଦ୍ଧା ମାତ୍ର ଦୁଇ ଥର କରୋନା ମୃତ୍ୟୁ ସଂଖ୍ୟା ୪୦ ତଳକୁ ଖସିଛି। ସେପଟେ ଓଡିଶାରେ କାହିଁକି କମୁନି କରୋନା ସଂକ୍ରମଣ ଓ ମୃତ୍ୟୁ ତାର ଅନୁଧ୍ୟାନ କରିବାକୁ ଆଜି ଆସିବ କେନ୍ଦ୍ରୀୟ ଟିମ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪ ହଜାର ୭୪୦ ନମୁନା ପରୀକ୍ଷା ହୋଇଥିବା ବେଳେ ୨୮୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସଂକ୍ରମଣ ହାର ରହିଛି ୩.୭୫%। ଖୋର୍ଦ୍ଧାରେ ସର୍ବାଧିକ ୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୧୫୫,ଭଦ୍ରକରୁ ୧୩୧,ଜଗତସିଂହପୁରରୁ ୧୧୭,କେନ୍ଦ୍ରାପଡାରୁ ୧୧୯,ମୟୂରଭଂଜରୁ ୧୯୩, ପୁରୀରୁ ୧୫୪, ନୟାଗଡରୁ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୪ ହଜାର ୬୯୯ରେ ପହଞ୍ଚିଛି।

ସେହିପରି ରାଜ୍ୟରେ ସର୍ବାଧିକ ଦିନକରେ ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଅଛନ୍ତି। ଆଉ ଏହି ୯ ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରରୁ ୫ ଜଣ ଅଛନ୍ତି। ବରଗଡ଼, ଗଞ୍ଜାମ, କଳାହାଣ୍ଡି, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫ ଜଣ ଲେଖାଏଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରାପଡ଼ାରୁ ୪ ଏବଂ କଟକ, କନ୍ଧମାଳ ଓ ମୟୂରଭଞ୍ଜରୁ ଯଥାକ୍ରମେ ୨ ଜଣ କରି ପ୍ରାଣ ହରାଇଛନ୍ତି। ସେହିପରି ଢେଙ୍କାନାଳ, ଭଦ୍ରକ, ବୌଦ୍ଧ, ଝାରସୁଗୁଡ଼ା, କେନ୍ଦୁଝର, ନୟାଗଡ଼, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହିତ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୬୯୧କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.