ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଜୁଲାଇ ୭ରେ ଅଦଳବଦଳ: କିଏ ରହିବେ, କିଏ ଯିବେ?

0

ନୂଆଦିଲ୍ଲୀ: ଜୁଲାଇ ୭ ତାରିଖ ଅର୍ଥାତ୍ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରିମଣ୍ଡଳ ଅଦଳବଦଳ କରିବେ। ସକାଳ ୧୧ଟାରେ ଏଥିପାଇଁ ସମୟ ଧାର୍ଯ୍ୟ ହୋଇଥିବା ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ବର୍ତ୍ତମାନ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ୨୮ଟି ପଦବି ଖାଲି ରହିଛି। ହେଲେ ୧୭ରୁ ୨୨ ଜଣଙ୍କୁ ମନ୍ତ୍ରୀ ପଦ ମିଳିପାରେ, ବାକି ଆସନ ଖାଲି ରହିବ ବୋଲି ସୂଚନା ମିଳିଛି।

ସୂତ୍ର ଅନୁସାରେ, ଗତ ଦୁଇ ଦିନ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ସଂଗଠନ ମହାମନ୍ତ୍ରୀ ବି ଏଲ୍ ସନ୍ତୋଷଙ୍କ ସହିତ ଘନ ଘନ ମନ୍ତ୍ରଣା ଚଳାଇଛନ୍ତି। ତେବେ ଆସନ୍ତା ନିର୍ବାଚନକୁ ଦେଖି ସଂପ୍ରସାରଣ କରାଯାଉଥିବା ସୂଚନା ମିଳିଛି। ବିହାର, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ନେତାଙ୍କୁ ବିଶେଷ ଗୁରୁତ୍ବ ମିଳିପାରେ।

ମଧ୍ୟପ୍ରଦେଶକୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜବଲପୁରରୁ ରାକେଶ ସିଂହଙ୍କ ନାମ ଚର୍ଚ୍ଚାରେ ରହିଛି। ବିହାର ଏଲ୍‌ଜେପିରୁ ପଶୁପତି କୁମାର ସାରସ, ଜେଡିୟୁରୁ ଆରସିପି ସିଂହଙ୍କ ନାମ ତାଲିକାରେ ରହିଥିବା କୁହାଯାଉଛି। ସେହିପରି ଉତ୍ତରପ୍ରଦେଶରୁ ଆପ୍‌ନା ଦଳରୁ ଅନୁପ୍ରିୟା ପଟେଲ, ବିଜେପିର ବରୁଣ ଗାନ୍ଧୀ, ରମେଶ ଚନ୍ଦ୍ର କଠାରିଆ, ଅନୀଲ ଜୈନ, ରୀତା ବହୁଗୁଣା ଜାଫର ଇସଲାମଙ୍କ ନାମ ରହିଛି। ମହାରାଷ୍ଟ୍ରରୁ ବିଜେପି ସାଂସଦ ଭୁପେନ୍ଦ୍ର ଯାଦବ, ଏବଂ ପୁନମ ମହାଜନ ଓ ପ୍ରିତମ୍ ମୁଣ୍ଡେଙ୍କ ନାମ ତାଲିକାରେ ଥିବା ସୂଚନା ମିଳୁଛି। ଏହାଛଡ଼ା ଉତ୍ତରାଖଣ୍ଡରୁ ତୀରଥ ସିଂହ ରାଓ୍ବତ, ଆସାମରୁ ସର୍ବାନନ୍ଦ ସୋନଓ୍ବାଲ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ନାମ ରହିଥିବା କୁହାଯାଉଛି।

ଓଡ଼ିଶାରୁ ଅଶ୍ବିନୀ ବୈଷ୍ଣବଙ୍କ ନାମ ଚର୍ଚ୍ଚାରେ ରହିଥିବା ବେଳେ ହରିୟାଣାରୁ ବୁଜେନ୍ଦ୍ର ସିଂହ, ପଶ୍ଚିମବଙ୍ଗରୁ ଜଗନ୍ନାଥ ସରକାର, ଶାନନ୍ତୁ ଠାକୁର, ନିଶିଥ ପ୍ରାମାଣିକ, ରାଜସ୍ଥାନରୁ ରାହୁଲ କାଶଓ୍ବାନ, ଦିଲ୍ଲୀରୁ ପରଭେଷ ବର୍ମା ଓ ଦିଲ୍ଲୀରୁ ମିନାକ୍ଷୀ ଲେଖି ଶପଥ ନେଇପାରନ୍ତି।

ଅନ୍ୟ ଏକ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ପ୍ରହଲ୍ଲାଦ ପଟେଲ୍, ଥଓ୍ବର ସିଂହ ଗେହଲଟ୍, ଫଗନ ସିଂହ କୁଲସ୍ତେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିପାରନ୍ତି ବୋଲି କୁହାଯାଉଛି।

Leave A Reply

Your email address will not be published.