ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦେଶର ଷ୍ଟିଲ ହବ୍ ହେବ ଓଡିଶା

0

ସ୍ୱପ୍ନ ଦେଖାଇଲେ ନବୀନ..ଖୁବଶୀଘ୍ର ହେବ ପୂରଣ

ଶିଳ୍ପାୟନ କ୍ଷେତ୍ରରେ ଆଉ ପାଦେ । ନିବେଶ ବଢିବ ନିଯୁକ୍ତି ମିିଳିବ ।ରାଜ୍ୟକୁ ଆସିବ ଦେଢ଼ ଲକ୍ଷ କୋଟିର ନିବେଶ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ୫ଟି ବଡ଼ ପ୍ରକଳ୍ପକୁ ମଂଜୁରୀ ମିଳିଛି । ୫ଟି ପ୍ରକଳ୍ପରେ ୧ ଲକ୍ଷ ୪୬ ହଜାର କୋଟି ପୁଜିଂନିବେଶ ଲକ୍ଷ୍ୟ ରଖାଯାଇଥିବା ବେଳେ ରାଜ୍ୟରେ ପାଖାପାଖି ୨୭ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

୨୦୩୦ ସୁଦ୍ଧା ଓଡିଶାକୁ ଦେଶର ଷ୍ଟିଲ ହବ କରିବାକୁ ଲକ୍ଷ୍ୟ । ୫ ପ୍ରମୁଖ ବଡ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ସେଥିମଧ୍ୟରୁ ରହିଛି ସମ୍ବଲପୁର ରେଙ୍ଗାଲିରେ ଥିବା ଭୂଷଣ ପାୱାର ଓ ଷ୍ଟିଲ ପ୍ଲାଂଟର ସଂପ୍ରସାରଣ । ଏଥିପାଇଁ ୫୫ ହଜାର କୋଟି ଟଙ୍କା ପୁଂଜିନିବେଶ ହେବ । ଏବଂ ୧୦ ହଜାର ଲୋକଙ୍କୁ ନୂଆ ନିଯୁକ୍ତି ମିଳିବ । ସେହିପରି ଯାଜପୁର କଳିଙ୍ଗନଗରରେ ଥିବା ଟାଟା ଷ୍ଟିଲର କ୍ରୁଡ ଷ୍ଟିଲର ହେବ ସଂପ୍ରସାରଣ । ୪୭ ହଜାର ୫୯୯ କୋଟି ଟଙ୍କା ଖର୍ଚ୍ଚରେ ଏହା ସଂପ୍ରସାରିତ ହେବ । ଏଥିରେ ୪୬୨୫ ଜଣଙ୍କୁ ନିଯୁକ୍ତି ମିଳିବ ।

ସେହିପରି ଅନୁଗୁଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍‌ ସଂପ୍ରସାରଣ ହେବାକୁ ଖର୍ଚ ହେବ ୨୪ ହଜାର ୬୫୨ କୋଟି ଟଙ୍କା ଓ ହଜାରେ ନୂଆ ଲୋକଙ୍କୁ ନିଯୁକ୍ତି ମିଳିବ । ଏହାକୁ ମିଶାଇ ରାଜ୍ୟରେ ଜିନ୍ଦଲର ମୋଟ ନିବେଶ ୧ ଲକ୍ଷ ୬୭୦ କୋଟି ହେବ, ଯାହା ବିଶ୍ୱର ଗୋଟିଏ ସ୍ଥାନରେ ସବୁଠାରୁ ଅଧିକ ନିବେଶ । ଢେଙ୍କାନାଳର ଝାରବନ୍ଧରେ ରୁଙ୍ଗଟା ଷ୍ଟିଲ ପ୍ଲାଣ୍ଟ୍‌ ଲିମିଟେଡ୍‌ ସଂପ୍ରସାରଣ ପାଇଁ ସରକାରଙ୍କୁ ଦେଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିପାଇଁ ଖର୍ଚ୍ଚ ହେବ ଏଗାର ହଜାର କୋଟି ଟଙ୍କା । ଏବଂ ୬ ହଜାର ୨ ଶହ ଲୋକ ନୂଆ ନିଯୁକ୍ତି ପାଇବେ । ସେହିପର ପଂଚମ ବଡ଼ ପ୍ରକଳ୍ପଟି ହେଲା କେନ୍ଦୁଝର ରୁଙ୍ଗଟା ମାଇନସ ଲିମିଟେଡର ସଂପ୍ରସାରଣ । ଏଥିପାଇଁ ଖର୍ଚ ହେବ ୭ ହଜାର ୯୨୦ କୋଟି ଓ ୫ ହଜାର ୧୩୪ ଲୋକଙ୍କୁ ନୂଆ ନିଯୁକ୍ତି ମିଳିବ ।

Leave A Reply

Your email address will not be published.