ପ୍ରମୁଖ ଖବର

କେରଳରେ ପରିବର୍ତ୍ତନର ଲହରୀ, ୟୁଡିଏଫ ଫେରିଲା କ୍ଷମତାକୁ
ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ
କଲକାତାରେ ଭୋଟ ଗଣନା ମଧ୍ୟରେ ସେଲିବ୍ରେସନ ନିଷେଧ
ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ
ଯାଜପୁରରେ ଭୟାବହ ସଡ଼କ ଦୁର୍ଘଟଣା, ୫ ମୃତ
ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ

ଆଜି ଶ୍ରୀଜୀଉଙ୍କ ଘଣାଲାଗି ନୀତି

0

ପୁରୀ: ଆଜି ଶ୍ରୀଜୀଉଙ୍କ ଅଣସର ତ୍ରୟୋଦଶୀରେ ଘଣାଲାଗି ନୀତି ଅନୁଷ୍ଠିତ ହେବ । ଗତକାଲି ଗଜପତି ମହାରାଜାଙ୍କୁ ସେବକମାନେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଦେବା ସହ ରଥଯାତ୍ରାର ସୁପରିଚାଳନା ନେଇ ଆଲୋଚନା କରିଥିଲେ। ଆଜି ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀପୟର ମୁଦ ଉପଲକ୍ଷେ ଘଣା ଏବଂ ଖଳି ପ୍ରସାଦ ଲାଗି ପାଟଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି କରାଯାଏ। ଘଣ୍ଟ , ଛତ୍ର , କାହାଳି ସହ ଖଳି ପ୍ରସାଦ ଅଣସର ସୁଦ୍ଧ ସୁଆର ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯିବ।

ଆଜି ମଧ୍ୟ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ଲାଗି ହେବ। ପରେ ଶ୍ରୀଜିଉଙ୍କୁ ବନକଲାଗି କରିବେ ଦତ୍ତମହାପାତ୍ର ସେବକ। ବିଶେଷତଃ ଘଣାଲାଗି ପରେ ଖଳି ପ୍ରସାଦ ଓ ତତପରେ ଖଡିପ୍ରସାଦ ଲାଗି ହେବା ପରେ ଠାକୁର ମାନଙ୍କର ପୂର୍ବ ସ୍ୱାସ୍ଥ୍ୟ ଫେରିଆସେ ବୋଲି ବିଶ୍ୱାସ ରହିଛି। ଏହା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଦିଗରେ ବିଶେଷ କାର୍ଯ୍ୟ କରିଥାଏ ବୋଲି ଗବେଷକ ମତ ଦିଅନ୍ତି। ଭୋଗମଣ୍ଡପ ପରେ ଦଇତାପତିମାନେ ମାଳ, ଖଡିପ୍ରସାଦ ନେଇ ପଟୁଆରରେ ରାଜନଅର ବିଜେ କରିବା ସହ ପୁନର୍ବାର ଶାଢିବନ୍ଧା ନୀତି କରିଥାନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ରଥଯାତ୍ରାରେ ଛେରାପହଁରା କରିବେ ଗଜପତି। ବୁଧବାର ଶ୍ରୀନଅର ସେବାୟତଙ୍କ ସହ ଆଲୋଚନା ବେଳେ ଏନେଇ ନିଜେ ଗଜପତି ସୂଚନା ଦେଇଥିଲେ। ସ୍ନାନପୂର୍ଣ୍ଣିମୀରେ ଗଜପତିଙ୍କ ପରିବର୍ତ୍ତେ ମୁଦିରସ୍ତ ଛେରାପହଁରା କରିଥିଲେ।

Leave A Reply

Your email address will not be published.