ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଆଜି ଶ୍ରୀଜୀଉଙ୍କ ଘଣାଲାଗି ନୀତି

0

ପୁରୀ: ଆଜି ଶ୍ରୀଜୀଉଙ୍କ ଅଣସର ତ୍ରୟୋଦଶୀରେ ଘଣାଲାଗି ନୀତି ଅନୁଷ୍ଠିତ ହେବ । ଗତକାଲି ଗଜପତି ମହାରାଜାଙ୍କୁ ସେବକମାନେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଦେବା ସହ ରଥଯାତ୍ରାର ସୁପରିଚାଳନା ନେଇ ଆଲୋଚନା କରିଥିଲେ। ଆଜି ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀପୟର ମୁଦ ଉପଲକ୍ଷେ ଘଣା ଏବଂ ଖଳି ପ୍ରସାଦ ଲାଗି ପାଟଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି କରାଯାଏ। ଘଣ୍ଟ , ଛତ୍ର , କାହାଳି ସହ ଖଳି ପ୍ରସାଦ ଅଣସର ସୁଦ୍ଧ ସୁଆର ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯିବ।

ଆଜି ମଧ୍ୟ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ଲାଗି ହେବ। ପରେ ଶ୍ରୀଜିଉଙ୍କୁ ବନକଲାଗି କରିବେ ଦତ୍ତମହାପାତ୍ର ସେବକ। ବିଶେଷତଃ ଘଣାଲାଗି ପରେ ଖଳି ପ୍ରସାଦ ଓ ତତପରେ ଖଡିପ୍ରସାଦ ଲାଗି ହେବା ପରେ ଠାକୁର ମାନଙ୍କର ପୂର୍ବ ସ୍ୱାସ୍ଥ୍ୟ ଫେରିଆସେ ବୋଲି ବିଶ୍ୱାସ ରହିଛି। ଏହା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଦିଗରେ ବିଶେଷ କାର୍ଯ୍ୟ କରିଥାଏ ବୋଲି ଗବେଷକ ମତ ଦିଅନ୍ତି। ଭୋଗମଣ୍ଡପ ପରେ ଦଇତାପତିମାନେ ମାଳ, ଖଡିପ୍ରସାଦ ନେଇ ପଟୁଆରରେ ରାଜନଅର ବିଜେ କରିବା ସହ ପୁନର୍ବାର ଶାଢିବନ୍ଧା ନୀତି କରିଥାନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ରଥଯାତ୍ରାରେ ଛେରାପହଁରା କରିବେ ଗଜପତି। ବୁଧବାର ଶ୍ରୀନଅର ସେବାୟତଙ୍କ ସହ ଆଲୋଚନା ବେଳେ ଏନେଇ ନିଜେ ଗଜପତି ସୂଚନା ଦେଇଥିଲେ। ସ୍ନାନପୂର୍ଣ୍ଣିମୀରେ ଗଜପତିଙ୍କ ପରିବର୍ତ୍ତେ ମୁଦିରସ୍ତ ଛେରାପହଁରା କରିଥିଲେ।

Leave A Reply

Your email address will not be published.