ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

କୋଭିଡ୍ ପ୍ରସଙ୍ଗରେ ପୁଣି ଡରାଇଲା ସ୍ବାସ୍ଥ୍ୟ ବିଭାଗ

0

ଅମାନିଆ ହେଲେ ଆଗୁଆ ଆସିବ ତୃତୀୟ ଲହର!

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ଏବେ କମୁଛି । ଖୁବ ଶୀଘ୍ର ନିୟନ୍ତ୍ରଣକୁ ଆସିବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଲୋକେ ଆମନିଆ ହେଲେ ସଂକ୍ରମଣ ପୁଣି ବଢିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତୃତୀୟ ଲହର ସେପ୍ଟେ‌ମ୍ବର ଆଡକୁ ଆସିବ ବୋଲି ଅନୁମାନ କରାଯାଇଥିଲା, କିନ୍ତୁ ଲୋକେ ଯଦି କୋଭିଡ ନିୟମ ମାନିବେନି ବଜାରରେ ଗହଳି କରିବେ ତାହେଲେ ସେପଟେମ୍ବର ଆଗରୁ ତୃତୀୟ ଲହର ଆସିପାରେ ବୋଲି କହିଛନ୍ତି ବିଜୟ ମହାପାତ୍ର।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଆରମ୍ଭରୁ କୁହାଯାଇଛି ଅଯଥା ଭିଡ ହେଲେ ସଂକ୍ରମଣ ବଢିବ। ଜୀବନ ଜୀବିକା ପାଇଁ ଯେତିକି ଦରକାର ସେତିକି କରିବା । ଅଧିକ କୋଭିଡ ନିୟମ ପାଳନ କରିବା । ଗତ ୫ରୁ ୬ ଦିନ ଭିତରେ ଅନେକ ଦୋକାନ,ବଜାର ,ହାଟ ବନ୍ଦ କରାଯାଇଛି । କାରଣ ସେହି ସବୁ ସ୍ଥାନରେ ଲୋକଙ୍କ ଅସମ୍ଭବ ଭିଡ ହୋଇଛି । ଲୋକ କୋଭିଡ ନିୟମ ମାନୁନଥିବାରୁ ତୃତୀୟ ଲହର ଆଗୁଆ ଆସିବାର ସମ୍ଭାବନା ରହିଛି ।

ସେହିପରି ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଲୋକ ଟିକା ନେଇଛନ୍ତି, ସେମାନଙ୍କ ମଧ୍ୟରୁ ମାତ୍ର ୦.୧୩ % ଲୋକ କରୋନା ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଗର୍ଭବତୀ ମହିଳାଙ୍କୁ ଟିକାକରଣ ନିଦ୍ଦିଷ୍ଟ ଏସଓପି ଅଛି ।ଛୁଆ ଉପରେ ମଧ୍ୟ ଏହାର ପ୍ରଭାବ ପଡିପାରେ । ତେଣୁ ଗାଇଡ ଲାଇନ ଅନୁସାରେ ଧୀରେ ଧୀରେ ଯିବୁ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.