ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଘଣ୍ଟ ବଜାଇଲା କଂଗ୍ରେସ

0

ତୈଳ ଓ ଅତ୍ୟାବଶକ ଦରବୃଦ୍ଧି ବିରୋଧରେ ରାସ୍ତାକୁ ଓହ୍ଲାଇଲା

ଭୁବନେଶ୍ବର: ତୈଳ ଦର ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଆଜିଠୁ କଂଗ୍ରେସର ଆନ୍ଦାଳନ ଆରମ୍ଭ ହୋଇଛି। ୭ରୁ ୧୭ ତାରିଖ ଯାଏ ୧୦ ଦିନ ଧରି ପ୍ରତିବାଦ କରିବ ଦଳ । ଆଜି ରାଜ୍ୟର ସବୁ ବ୍ଲକ ଅଫିସ ଓ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଘଣ୍ଟ ବଜାଇ ,ଥାଳି ବଜାଇ ଅଭିନବ ପ୍ରତିବାଦ କରୁଛନ୍ତି କଂଗ୍ରେସ କର୍ମୀ। ମହାମାରୀ କରୋନା ସମୟରେ ବଂଚିବା ପାଇଁ ଲୋକେ ସଂଘର୍ଷ କରୁଥିବା ବେଳେ ଯେପରି ପ୍ରତିଦିନ ଦରଦାମ ବୃଦ୍ଧି ହେଉଛି ତାହା ନିନ୍ଦାଜନକ। ଦରଦାମ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ।

ପେଟ୍ରୋଲ ଦର ସେଞ୍ଚୁରି ମାରିଥିବା ବେଳେ ରୋଷେଇ ଗ୍ୟାସଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଦର ଯେପରି ବଢୁଛି ତାହ ଚିନ୍ତାଜନକ । ସାଧାରଣ ଲୋକମାନେ ଏହା ଯୋଗୁ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ତେଣୁ ଦରଦାମ ବୃୃଦ୍ଧି ତୁରନ୍ତ କମାଇବାକୁ ଦାବି କରିଛି କଂଗ୍ରେସ । ଆଜି ବ୍ଲକ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଆସନ୍ତା ୯ରେ ଜିଲ୍ଲାସ୍ତରରେ, ୧୪ରେ ଭୁବନେଶ୍ୱରରେ ଦର ବୃଦ୍ଧି ବିରୋଧରେ ପ୍ରତିବାଦ ହେବ। ପରେ ୧୫ତାରିଖରେ ଲୋକଙ୍କୁ ତେଲ ନକିଣିବାକୁ ଦଳ ଅନୁରୋଧ କରିବ । ୧୭ରେ ପ୍ରତି ପେଟ୍ରୋଲ ପମ୍ପ ଆଗରେ ଦସ୍ତଖତ ଅଭିଯାନ କରିବ କଂଗ୍ରେସ।

ସାରା ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ବେଲଗାମ ହେଉଛି। ରାଜ୍ୟର ସମସ୍ତ ସ୍ଥାନରେ ପେଟ୍ରୋଲ ଦର ୧୦୦ ଟପିଛି ।

Leave A Reply

Your email address will not be published.