ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ମହାପ୍ରଭୁଙ୍କ ପାଇଁ ସମସ୍ତେ ପ୍ରସ୍ତୁତ

0
  • ଶ୍ରୀକ୍ଷେତ୍ରରେ ହେବ ପୁଲିସ ଛାଉଣୀ, ବରିଷ୍ଠ ପୁଲିସ ଅଧିକାରୀ କଲେ ସମୀକ୍ଷା
  • ଆଜିଠାରୁ ହୋଟେଲ୍ ଛାଡି଼ିବେ, ଆସନ୍ତାକାଲିଠାରୁ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗିବ

ପୁରୀ: ଦିନକ ପରେ ମହାପ୍ରଭୁଙ୍କ ରଥଯାତ୍ରା। ଦେଉଳ ଭିତରୁ ବାହାରିବେ ପରଂବ୍ରହ୍ମ। ଏକାକାର ହେବେ ରଥ, ପଥ ଜଗନ୍ନାଥ। ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର। ହେଲେ ଗତବର୍ଷ ପରି ଏ ବର୍ଷ ମଧ୍ୟ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ହୋଇ ଛିଡାହୋଇଛି ଭୂତାଣୁ। ମହାମାରୀ କରୋନା ପାଇଁ ବିନା ଭକ୍ତରେ ରଥଯାତ୍ରା ହେଉଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଆଖିରୁ ନିଦ ହଜିଯାଇଛି। କିଭଳି ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସୂଚାରରୂପେ ସଂପାଦନ ହେବ ସେ ନେଇ ଘନ ଘନ ଚାଲିଛି ସୁରକ୍ଷା ସମୀକ୍ଷା ବୈଠକ। ଆସନ୍ତାକାଲି ରାତି ୮ଟାରୁ ପୁରୀ ସହରରେ ୪୮ ଘଂଟିଆ କର୍ଫ୍ୟୁ ଲାଗୁ ହେବାକୁ ଥିବା ବେଳେ ଆଜି ଦିନଟା ପାଇଁ କଟକଣା କୋହାଳ କରାଯାଇଛି।

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଂଚଳ ହୋଇପଡିଛି ଶ୍ରୀକ୍ଷେତ୍ର। କିନ୍ତୁ ମହାମାରୀ କରୋନା ପାଇଁ ବିନା ଭକ୍ତରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବ।ରଥଯାତ୍ରା ସମୟରେ ସୁରକ୍ଷା ନେଇ ପୁଲିସ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଛି। ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ରଥଯାତ୍ରା ପାଇଁ ପୁଲିସ ଛାଉଣୀ ହେବ ପୁରା ପୁରୀ ସହର। ପୁରୀରେ ମୁତୟନ ହେବେ ୬୫ ପ୍ଲାଟୁନ ଫୋର୍ସ । ସହରକୁ ୧୨ଟି ଜୋନରେ ବିଭକ୍ତ କରାଯିବ। ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ୪ଟି ଜୋନରେ ଏବଂ ସହରର ଚାରି ପାଖକୁ ୮ଟି ଜୋନରେ ବିଭକ୍ତ କରାଯିବ। ସହରର ମୁଖ୍ୟ ପ୍ରବେଶ ପଥ ଉପରେ ନଜର ରଖାଯିବ। ବଡ଼ଦାଣ୍ଡ ଛାତ ଉପରୁ ରଥଯାତ୍ରା ଦେଖିବାକୁ କଟକଣା ଥିବା ବେଳେ ଛାତ ଉପରେ ରହିବେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ। ୧୦ ଅତିରିକ୍ତ ଏସପି ଓ ଡିଏସପି ରଥଯାତ୍ରା ବେଳେ ପୁରା ଆଇନଶୃଙ୍ଖଳା ଉପରେ ନଜର ରଖିବେ। ୩୧ ଆସିଷ୍ଟାଣ୍ଡ କମାଣ୍ଡର, ୬୪ ଆଇଆଇସି ରହିବେ । ସେହିପରି ୨୨୨ ଜଣ ସବଇନ୍ସପେକ୍ଟର ମଧ୍ୟ ସଜାଗ ରହିବେ।

ରଥଯାତ୍ରା ପାଇଁ ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟରେ ବଡ଼ଦାଣ୍ଡରେ ଗାଡି ଚଳାଚଳ ଉପରେ କଟକଣା ଲାଗିବ। ଏପରିକି ବଡ଼ଦାଣ୍ଡରେ ଥିବା ଔଷଧ ଦୋକାନ ମଧ୍ୟ ଖୋଲିବ ନାହିଁ। ବ୍ୟାଙ୍କ ଓ ଅନ୍ୟ ଅଫିସ ମଧ୍ୟ ବନ୍ଦ ରହିବ। ସେହିପରି ଖାଦ୍ୟ, ସଉଦା, ପନିପରିବା, କ୍ଷୀର ଦୋକାନ କର୍ଫ୍ୟୁ ସମୟରେ ବନ୍ଦ ରହିବ। କିନ୍ତୁ ହୋମ ଡେଲିଭରି ହୋଇପାରିବ। ଆଜି ସୁଦ୍ଧା ପୁରୀର ସମସ୍ତ ହୋଟେଲ,ଧର୍ମଶାଳା, ଓ ଲଜ ଖାଲି କରିବାକୁ କୁହାଯାଇଛି।

ଆସନ୍ତା ସୋମବାର ବଡ଼ଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ତିନି ରଥ। ଚଳିତବର୍ଷ ବିନା ଭକ୍ତରେ କୋଭିଡ କଟକଣାରେ ରଥଯାତ୍ରା ହେଉଥିବା କେବେଳ ସେବାୟତମାନେ ରଥ ଟାଣିବେ। ଶାନ୍ତିଶୃଙ୍ଖଳା ସହ ରଥଯାତ୍ରା ପାଇଁ ପୁରୀ ବାସୀଙ୍କ ସହଯୋଗ ମଧ୍ୟ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave A Reply

Your email address will not be published.