ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଆଉ କେତ ଦିନ କୋର୍ଟ ଆସିବେ ସେଲିବ୍ରିଟି ଯୋଡି ?

0

ଫ୍ୟାମିଲି କୋର୍ଟରେ ଅନୁଭବ,ବର୍ଷା
ହାଜର ହେଉଛନ୍ତି,ସମାଧାନ ହେଉନି

ଭୁବନେଶ୍ବର: ଗତ ଶୁକ୍ରବାର ହାଜର ହୋଇଥିଲେ । ୭ ଦିନ ବିତିନି, ଆଜି ଫ୍ୟାମିଲି କୋର୍ଟରେ ପୁଣି ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଥିବା ବିବାଦ ଭୁଲି ପରସ୍ପର ଭିତରେ ଆପୋସ ବୁଝାମଣା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ବାହାରିନାହିଁ।

ଆଜି ପ୍ରଥମେ ଫ୍ୟାମିଲି କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ ପହିଂଚିଥିଲେ । ଏହାର କିଛି ସମୟରେ ସାଂସଦ ଅନୁଭବ ମହାନ୍ତି ମଧ୍ୟସ୍ଥତା କେନ୍ଦ୍ରକୁ ଆସିଥିଲେ। ଆଜି ଉଭୟଙ୍କୁ ବିବାଦର ବୁଝାମଣା ପାଇଁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା । ଆଜି ପୁଣି ଉଭୟଙ୍କୁ ସାମନା ସାମନି ବସାଇ କାଉନସେଲିଂ କରାଗଲା । କିନ୍ତୁ କୌଣସି ସମାଧାନ ବାହାରିପାରିଲାନି । କୋର୍ଟ ପକ୍ଷରୁ ଆଉ ତାରିଖ ଧାର୍ଯ୍ୟ ହେବ ଉଭୟଙ୍କ ସାକ୍ଷାତ ପାଇଁ । ଗତ ଶୁକ୍ରବାର ଦିନ ମଧ୍ୟ ଉଭୟଙ୍କୁ ୧୫ ମିନିଟ ସାମନା ସାମ୍ନି ବସାଇ ବୁଝାମଣା ପାଇଁ ଉଦ୍ୟମ କରାଯାଇଥିଲା । ଅନୁଭବ କହିଥିଲେ, ସେ ବିବାହ ବିଚ୍ଛେଦ ଚାହାନ୍ତି କିନ୍ତୁ ବର୍ଷା ବିବାହ ବିଚ୍ଛେଦ ଚାହୁଁନଥିବା ଶୁଣିବାକୁ ମିଳିଥିଲା। ଉଭୟ ବାରମ୍ବାର କୋର୍ଟରେ ହାଜର ହେଉଥିଲେ ମଧ୍ୟ ସମାଧାନର ବାଟ ବାହାରିପାରିନାହିଁ ।

Leave A Reply

Your email address will not be published.