ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଧଳାଜହର କବଜାରେ ରାଜଧାନୀ

0

ଧଳାଜହର କବଜାରେ ଭୁବନେଶ୍ୱର । କମିସନରେଟ ପୁଲିସର ନାକତଳେ ରାଜଧାନୀରେ ବେଧଡ଼କ ଚାଲିଛି ବ୍ରାଉନସୁଗାର ବେପାର । ଆଜି କମିସନରେଟ ପୁଲିସ ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ଜଣେ ମହିଳା ମଧ୍ୟ ବ୍ରାଉନସୁଗାର ବେପାରରେ ସାମିଲ ଥିବା ପୁଲିସ କହିଛି ।


କମିସନରେଟ ପୁଲିସ ସହିଦନଗର ଥାନା କେଶୁରା ଅଂଚଳର ଜଣଙ୍କ ଘରୁ ୫୫୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ । ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ସହ ଗୋଟିଏ କାର ଓ ୨ଟି ବାଇକ ମଧ୍ୟ ଜବତ କରାଯାଇଛି । ପୁଲିସ କମିସନର ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ପୁଲିସ ଗିରଫ କରି ପଚରାଉଚରା କରୁଛି । ଏଥିରେ ଆଉ କିଏ କିଏ ସଂପୃକ୍ତ ଏବଂ ବିପୁଳ ପରିମାରଣ ଧଳା ଜହର କେଉଁଠୁ ଆସିଲା ଏବଂ କୁଆଡେ ପଠାଯାଇଥାନ୍ତା ସେ ନେଇ ପୁଲିସ ପଚରାଉଚରା କରୁଛି । ପୂର୍ବରୁ ମଧ୍ୟ ଭୁବନେଶ୍ୱରର ହଳଦୀପଡିଆ ବସ୍ତି ଏବଂ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ବ୍ରାଉନସୁଗାର ପୁଲିସ ଜବତ କରି ରାକେଟର ପର୍ଦ୍ଦାଫାଶ କରିଛି ।ତେବେ ଦିନକୁ ଦିନ ରାଜଧାନୀରେ ଧଳା ଜହର ବେପାର ବ୍ୟାପିବାରେ ଲାଗିଛି ।ଅଧିକାଂଶ ଯୁବପିଢୀ ମଧ୍ୟ ଏହି ଧଳା ଜହର ବେପାରରେ ସଂପୃକ୍ତ ଥିବା ଦେଖିବାକୁ ମିଳୁଛି।

Leave A Reply

Your email address will not be published.