ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଜଗନ୍ନାଥଙ୍କର ହେବ ଅସ୍ତ୍ରୋପଚାର

0

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଭୀମଟାଙ୍ଗି ପ୍ରିୟଙ୍କା ସାହୁ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଏବେ ବି ହସ୍ପିଟାଲରେ ଅଛି। ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କର ସ୍ୱାସ୍ଥ୍ୟବସ୍ଥା ସୁଧାର ଆସିନାହିଁ। ତାର ଏକ ଅସ୍ତ୍ରୋପଚାରର ଆବଶ୍ୟକତା ହେଉଛି। ଜଗନ୍ନାଥର ହାତର ଶିରା କଟିଯାଇଥିବାରୁ ତାର ଅସ୍ତ୍ରୋପଚାର କରାଯିବ ବୋଲି ଜଣାପଡିଛି। ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଅଭିଯୁକ୍ତ ଜଗନ୍ନାଥ।

ଗତ ୫ ତାରିଖ ଭୀମଟାଙ୍ଗି ଘରେ ପ୍ରିୟଙ୍କାକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅଭିଯୁକ୍ତ । ଛୁରୀରେ ହାତ କାଟି ପକାଇଥିଲେ। ପ୍ରିୟଙ୍କା ମୃତଦେହ ନିକଟରୁ ଜଗନ୍ନାଥଙ୍କୁ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ଏହା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା।ଜଗନ୍ନାଥଙ୍କୁ ସୁସ୍ଥ ହେବାକୁ ଆହୁରି ୫ରୁ ୬ ଦିନ ସମୟ ଲାଗିବ । ଜଗନ୍ନାଥ ସୁସ୍ଥ ହେବା ପରେ କମିସନରେଟ ପୁଲିସ ତାଙ୍କୁ ନେଇ ପ୍ରିୟଙ୍କା ମୃତ୍ୟୁ ସଂପର୍କରେ ପଚରାଉଚରା କରିବ। କଣ ପାଇଁ ପ୍ରିୟଙ୍କାକୁ ମାରିଲେ ? ହତ୍ୟା ପଛର ପ୍ରକୃତ କାରଣ କଣ? ଅଭିଯୁକ୍ତ ଜଗନ୍ନାଥ ହସ୍ପିଟାଲରୁ ସୁସ୍ଥ ହୋଇ ବାହାରିବା ପରେ ହିଁ ଜଣାପଡିବ ।

Leave A Reply

Your email address will not be published.