ପ୍ରମୁଖ ଖବର

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର

ଜଗନ୍ନାଥଙ୍କର ହେବ ଅସ୍ତ୍ରୋପଚାର

0

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଭୀମଟାଙ୍ଗି ପ୍ରିୟଙ୍କା ସାହୁ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଏବେ ବି ହସ୍ପିଟାଲରେ ଅଛି। ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କର ସ୍ୱାସ୍ଥ୍ୟବସ୍ଥା ସୁଧାର ଆସିନାହିଁ। ତାର ଏକ ଅସ୍ତ୍ରୋପଚାରର ଆବଶ୍ୟକତା ହେଉଛି। ଜଗନ୍ନାଥର ହାତର ଶିରା କଟିଯାଇଥିବାରୁ ତାର ଅସ୍ତ୍ରୋପଚାର କରାଯିବ ବୋଲି ଜଣାପଡିଛି। ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଅଭିଯୁକ୍ତ ଜଗନ୍ନାଥ।

ଗତ ୫ ତାରିଖ ଭୀମଟାଙ୍ଗି ଘରେ ପ୍ରିୟଙ୍କାକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅଭିଯୁକ୍ତ । ଛୁରୀରେ ହାତ କାଟି ପକାଇଥିଲେ। ପ୍ରିୟଙ୍କା ମୃତଦେହ ନିକଟରୁ ଜଗନ୍ନାଥଙ୍କୁ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ଏହା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା।ଜଗନ୍ନାଥଙ୍କୁ ସୁସ୍ଥ ହେବାକୁ ଆହୁରି ୫ରୁ ୬ ଦିନ ସମୟ ଲାଗିବ । ଜଗନ୍ନାଥ ସୁସ୍ଥ ହେବା ପରେ କମିସନରେଟ ପୁଲିସ ତାଙ୍କୁ ନେଇ ପ୍ରିୟଙ୍କା ମୃତ୍ୟୁ ସଂପର୍କରେ ପଚରାଉଚରା କରିବ। କଣ ପାଇଁ ପ୍ରିୟଙ୍କାକୁ ମାରିଲେ ? ହତ୍ୟା ପଛର ପ୍ରକୃତ କାରଣ କଣ? ଅଭିଯୁକ୍ତ ଜଗନ୍ନାଥ ହସ୍ପିଟାଲରୁ ସୁସ୍ଥ ହୋଇ ବାହାରିବା ପରେ ହିଁ ଜଣାପଡିବ ।

Leave A Reply

Your email address will not be published.