ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

କ’ଣ କହିବେ ମୁଖ୍ୟ ଶାସନ ସଚିବ?

0

ଭୁବନେଶ୍ବର: ଆସନ୍ତାକାଲି ସକାଳେ ସରୁଛି ରାଜ୍ୟରେ ଆଶିଂକ ଲକଡାଉନର ଅବଧି । ତେଣୁ କଟକଣା ବଳବତର ରହିବ ନା ଉଠିବ ତା ଉପରେ ଏବେ ସମସ୍ତଙ୍କ ନଜର । ଏନେଇ ଆଜି ଅପରାହ୍ନ ୨ଟା ୩୦ ମୁଖ୍ୟ ଶାସନ ସଚିବ ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ।

କାଟାଗୋରୀ ‘ବି’ରେ ଥିବା ୧୦ ଜିଲ୍ଲା ମଧ୍ୟରୁ କିଛି ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଛି। ତେଣୁ ‘ବି’ କାଟାଗୋରୀରେ ଥିବା ୧୦ ଜିଲ୍ଲାରୁ ୬ ଟି ଜିଲ୍ଲା ‘ଏ’ କାଟାଗୋରୀରେ ସାମିଲ ହୋଇପାରେ। ଅର୍ଥାତ ୨୬ଟି ଜିଲ୍ଲାରେ କଟକଣା କୋହଳ କରାଯାଇପାରେ। ସଂକ୍ରମଣ ଅଧିକ ଥିବା ୪ଟି ଜିଲ୍ଲାରେ କଟକଣା ରହିବା ସମ୍ଭାବନା ଅଧିକ।

ଖୋର୍ଧା, କଟକ, ପୁରୀ ଓ ବାଲେଶ୍ୱର ଏହି ୪ ଜିଲ୍ଲାରେ କଟକଣା ରହିପାରେ ବୋଲି ବିଶେଷଜ୍ଞ ମତ ରଖୁଛନ୍ତି। ଆଉ ୨୬ଟି ଜିଲ୍ଲାରେ କଟକଣା ଅଧିକ କିଛି ମାତ୍ରା କୋହଳ କରାଯିବ। କେବଳ ନାଇଟ୍ କର୍ଫ୍ୟୁ ରହିପାରେ। ବେଶୀ ପ୍ରଭାବିତ ୪ ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୬ ଯାଏ ସଟଡାଉନ୍ ଓ ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିପାରେ ।

ହେଲେ ଛୋଟ ଛୋଟ ସେଲୁନ ଖୋଲିବା ପାଇଁ ଅନୁମତି ମିଳିଥିବା ବେଳେ ପାର୍ଲର, ଜିମ ଖୋଲିବା ପାଇଁ ସରକାର ଅନୁମତି ଦେବେ କି ନାହିଁ ତା ଉପରେ ବି ଏବେ ସମସ୍ତଙ୍କ ନଜର । ସେହିପରି ମଲ ଖୋଲିବା ଉପରେ କି ନିଷ୍ପତି ନିଆଯିବ ତା ବି ଗୁରୁତ୍ୱପୂର୍ଣ୍ଣ । ସଭା ସମିତି ପାଇଁ ସରକାର କି ପଦକ୍ଷେପ ନେବେ, ଧାର୍ମିକସ୍ଥଳୀ, ପର୍ଯ୍ୟଟନ କେନ୍ଦ୍ରକୁ ଗତାଗତ ଅନୁମତି ମିଳିବ କି ନାହିଁ, ତାହା ବି ଦେଖିବାର କଥା।

Leave A Reply

Your email address will not be published.