ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ଏମ୍ସକୁ ସ୍ଥାନାନ୍ତର ହେଲା ଜଗନ୍ନାଥ..ଅପରେସନ ହେବ ହାତ

0

ଭୁବନେଶ୍ବର, ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ଘଟଣାର ଅଭିଯୁକ୍ତକୁ ଏମ୍ସ ସ୍ଥାନାନ୍ତର କରାଯାଇଛି । ହାତ ଅପରେସନ ପାଇଁ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ଏମ୍ସ ପଠାଯାଇଥିବା କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ହାତର ଏକ ଶିରା କଟିଯାଇଥିବାରୁ ପ୍ଲାଷ୍ଟିକ ସର୍ଜରି କରାଯିବ ପୁଲିସ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

ପ୍ରିୟଙ୍କାକୁ ହତ୍ୟା କରିବା ପରେ ଜଗନ୍ନାଥ ପ୍ରଧାନ ନିଜ ହାତ କାଟିବା ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା। ପ୍ରିୟଙ୍କା ମୃତଦେହ ନିକଟରେ ଅଚେତ ଅବସ୍ଥାରେ ପଡିଥିଲା ଜଗନ୍ନାଥ। ଅଳ୍ପକେ ବଂଚିଯାଇଥିଲେ ମଧ୍ୟ ଜଗନ୍ନାଥର ସ୍ୱାସ୍ଥ୍ୟବସ୍ଥା ଖରାପ ରହିଛି।ସୁସ୍ଥ ହେବା ପରେ ହିଁ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୁଲିସ ତାକୁ ନିଜ ହେପାଜତକ ନେବ। ସେ କାହିଁକି ଓ କେଉଁ କାରୁଣୁ ପ୍ରିୟଙ୍କାକୁ ମାରିଲା ସେ ନେଇ ପଚରାଉଚରା କରିବ। ଗତ ୫ ତାରିଖରେ ଭୀମଟାଙ୍ଗି ସ୍ଥିତ ଘରେ ପ୍ରିୟଙ୍କାକୁ ହତ୍ୟା କରିବା ପରେ ଜଗନ୍ନାଥ ଆତ୍ମହତ୍ୟା ଉଦ୍ୟମ କରିଥିଲା ।

Leave A Reply

Your email address will not be published.