ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ସୌମ୍ୟ ମର୍ଡରରେ ଟ୍ଵିଷ୍ଟ

0
  • ସୌମ୍ୟରଂଜନଙ୍କ ମୃତ୍ୟୁର ବାହାରିବ ସତ୍ୟ
  • ଖୋଜା ଚାଲିଛି ଗୋଟି ଗୋଟି କରି ଖିଅ
  • ବାଲଶ୍ୱର, ମୟୁରଭଂଜରେ ୬ ଜଣିଆ ଟିମ
  • ସୌମ୍ୟଙ୍କ ମାଆ ଓ ପତ୍ନୀଙ୍କ ପଚରାଉଚରା କରିବ ପୁଲିସ
  • ସାଇଟିଂଫିକ ଟିମ ହାତରେ ଡାଏରୀ ଓ ଲାପଟପ

ଗଜପତି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁକୁ ଯେତିକି ଦିନ ଗଡୁଛି, ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ସୌମ୍ୟରଂଜନ କେମିତି ମଲେ? କ୍ୱାର୍ଟସରେ ଜଳିକି ନାଁ ଏହା ପଛରେ ଆଉ କିଛି ଷଡଯନ୍ତ୍ର ରହିଛି? ଡିଏଫଓ, ପତ୍ନୀ ଓ ରୋଷେୟାଙ୍କ କଣ ରହିଛି ଭୂମିକା ? ପୁଲିସ ଓ ସାଇଟିଂଫିକ ଟିମ ସବୁ ଦିଗକୁ ନେଇ ତନାଘନା ଆରମ୍ଭ କରିଛି । ପାରଳାଖେମୁଣ୍ଡି ଥାନା ଅଧିକାରୀଙ୍କ ନେତୃତ୍ୱରେ ବାଲେଶ୍ୱର ଓ ମୟୁରଭଂଜ ଯାଇଛନ୍ତି ୬ ଜଣିଆ ଟିମ । ବାଲେଶ୍ୱରରେ ସୌମ୍ୟଙ୍କ ପରିବାର ଥିବା ବେଳେ ମୟୁରଭଂଜରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ରହୁଛନ୍ତି । ବିବାହ ପରେ ସୌମ୍ୟଙ୍କ ଦାମ୍ପତ୍ୟ ଜୀବନ କେମିତି ଥିଲା । ସେ ମାନସିକ ଚାପରେ ରହୁଥିଲେ କି ? ଏସବୁ ନେଇ ପଚରାଉଚରା କରିବ ପୁଲିସ ।

ସେପଟେ ସୌମ୍ୟରଂଜନ ଜଳିଯାଇ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ କ୍ୱାର୍ଟର୍ସରୁ ଜଳିବାର କୌଣସି ପ୍ରମାଣ ମିଳୁନାହିଁ । ପାରିପାର୍ଶ୍ୱିକ ସ୍ଥିତିରୁ ସେଭଳି କୌଣସି ଜଳିବାର ପ୍ରମାଣ ମିଳିନଥିବା ସୌମ୍ୟଙ୍କ ପରିବାରର ଓକିଲ କହିଛନ୍ତି। ଶନିବାର ବିଳମ୍ବିତ ରାତିରେ ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ସମେତ ତଦନ୍ତକାରୀ ଦଳ ସୌମ୍ୟଙ୍କ ସରକାରୀ ବାସଭବନକୁ ଯାଇ ଖୋଳତାଡ କରିଛନ୍ତି । ଘଟଣାଦିନ ସୌମ୍ୟ ଜଳିଯିବା ପରେ କେମିତି ପଡିଥିଲେ, ତାଙ୍କୁ ଦେଖିବା ପୂର୍ବରୁ କିଏ କେଉଁଠି ଥିଲେ ? ଗୁରୁତର ସୌମ୍ୟଙ୍କୁ କିଏ ହସ୍ପିଟାଲ ନେଲେ । ପ୍ରତ୍ୟକ୍ଷଦର୍ଶୀଙ୍କୁ ସାଙ୍ଗରେ ନେଇ ଡେମୋ କରାଇଛନ୍ତି ଗଜପତି ଏସପି ।

ସେପଟେ ସୌମ୍ୟଙ୍କର ଏକ ହାତ ଲେଖା ଡାଏରୀ ଓ ଲାପଟପ ସାଇଟିଂଫିକ ଟିମ ହାତରେ ଲେଖିଛି । ଯେଉଁ ଡାଏରୀରୁ ଅନେକ ସତ ପଦାକୁ ଆସିପାରେ ବୋଲି ଅନୁମାନ କରାଯାଉଛି । ସୌମ୍ୟଙ୍କ ପରିବାର ଲୋକ ୩ ଜଣଙ୍କ ନାଁରେ ଡିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ଓ ସୌମ୍ୟଙ୍କ ପତ୍ନୀଙ୍କ ନାଁରେ ମାମଲା ଦେଇଥିବା ବେଳେ ଏଯାଏ ତଦନ୍ତରେ କିଛି ଠୋସ ପ୍ରମାଣ ମିଳିନାହିଁ । ଖୁବ ଶୀଘ୍ର ଡିଏଫଓଙ୍କୁ ଡାକି ପଚରାଉଚରା କରିପାରେ ପୁଲିସ ।ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓଙ୍କୁ ସାମନା ସାମନି ମଧ୍ୟ ଜେରା କରିପାରେ ପୁଲିସ । ଏସିଏଫଙ୍କ ମୃତ୍ୟୁକୁ ନେଇ ଏବେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠୁଥିବା ବେଳେ ଖୁବ ଶୀଘ୍ର ରହସ୍ୟ ଉପରୁ ପରଦା ଉଠିବ ବୋଲି ପୁଲିସ କହିଛି ।

Leave A Reply

Your email address will not be published.