ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

… ଶେଷରେ ତମ୍ବୁଟାଣି ଶବକୁ ରାତିସାରା ଜଗିଲେ

0
  • କୁଆଖାଇ ନଦୀ ପଠାରେ ଅଜଣା ମୃତଦେହ
  • ବାଲି ଖୋଳି ବାହାର କରାଯିବାକୁ ପ୍ରସ୍ତୁତି ଆରମ୍ଭ
  • ରାତିସାରା ଜଗିବସିଥିଲା କମିସନରେଟ୍ ପୁଲିସ

ଭୁବନେଶ୍ବର: କିଏ ମାରିଲା? କାହିଁକି ମାରିଲା? କାହାକୁ ମାରିଲା? କେବେଠୁ ମାରିଲାଣି? ଏଠି କାହିଁକି ମୃତଦେହ ପୋତିଲା? କେହି ଜାଣିପାରିଲେନି କେମିତି?

ଏଭଳି କିଛି ପ୍ରଶ୍ନ ରାଜଧାନୀ ଛାତି ଉପରେ ଥିବା କମିସନରେଟ୍ ପୁଲିସ ଚାରିପଟେ ଘୁରି ବୁଲୁଛି। ଗୋଟିଏ ହତ୍ୟାକାଣ୍ଡ (ପ୍ରିୟଙ୍କା ସାହୁ ମାମଲା) ଉପରୁ ପରଦା ହଟାଇ ନିଶ୍ବାସ ମାରିଛି କି ନାହିଁ, ଆଉ ଗୋଟିଏ ମାମଲା କମିସନରେଟ୍ ପୁଲିସ ବାରଣ୍ଡା ବାହାରେ ବୁଲିଲେଣି। କୁଆଖାଇ ନଦୀ ପଠାରେ ବାଲିତଳେ ଗୋଟିଏ ମୃତଦେହ ପୋତାଯାଇଥିବା ଖବର ଏବେ ରାଜଧାନୀବାସୀଙ୍କ ମୁଣ୍ଡ ବୁଲାଇ ଦେଉଛି। ସମସ୍ତେ ଚିନ୍ତାରେ ପଡିଛନ୍ତି, କେହି ଆମ ସଂପର୍କୀୟ ବା ଜଣାଶୁଣା ନୁହଁନ୍ତି ତ?

ହେଲେ ମାମଲାଟି ଅତ୍ୟନ୍ତ ଗମ୍ଭୀର ଜଣାପଡୁଛି। ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଦୁର୍ବୃତ୍ତ ଏଭଳି ଏକ ଅଭାବନୀୟ କାଣ୍ଡ ଭିଆଇ ଦେଇଛି, ଯାହା ଅଡୁଆ ବଢାଇପାରେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଆଖପାଖ ଅଂଚଳର କିଛି ଲୋକ ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ବାଲିଯାତ୍ରାପଡିଆ କୁଆଖାଇ ନଦୀ ପଠାକୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ସେମାନେ ଦେଖିଥିଲେ ଯେ ଗୋଟିଏ ସ୍ଥାନରେ ବାଲି ଉଚ୍ଚା ଦେଖାଯାଉଥିଲା । ପାଖକୁ ଯାଇ ଦେଖିଥିଲେ ବାହାରକୁ ହାତର ପାପୁଲି ଓ ଗୋଡ ଦେଖାଦେଉଛି। ବର୍ଷା ଯୋଗୁଁ ବାଲି ଧୋଇିଯିବା ପରେ ମୃତଦେହର ହାତ ପାପୁଲି ବାହାରକୁ ଦେଖିଯାଇଥିଲା।

ଏନେଇ ସେ ମଞ୍ଚେଶ୍ବର ପୁଲିସକୁ ସେମାନେ ଖବର ଦେଇଥିଲେ। ପୁଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚିିିିଥିଲେ। ରାତି ତମାମ ଏକ ଟିମ ନଦୀ ପଠାରେ ମୃତଦେହକୁ ଜଗି ରହିଥିଲେ। ତେବେ ୩ ରୁ ୪ଦିନ ତଳେ କେହି ହତ୍ୟାକରି ମୃତଦେହକୁ ପୋତିଦେଇଥିବା ସନ୍ଦେହ କରାଯାଉଛି। ଏବେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରାଯିବ। ପ୍ରମାଣ ନଷ୍ଟ କରିବା ପାଇଁ କେହି ମୃତଦେହକୁ ଏଠାରେ ବାଲିରେ ପୋତିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.