ପ୍ରମୁଖ ଖବର

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର

ସିନ୍ଧୁ ଜିତିଲେ…ନିରାଶ କଲେ ସାନିଆ-ଅଙ୍କିତା ଯୋଡି

0


ଟୋକିଓ ଅଲିମ୍ପିକ୍ସରେ ଭାରତ ପ୍ରଥମ ପଦକ ପାଇସାରିଥିବା ବେଳେ ଆଜିର ଦିନ ଉପରେ ସମସ୍ତଙ୍କ ନଜର ଥିଲା। ହେଲେ ଭାରତ ପାଇଁ ଆଜିର ଦିନ କିଛି ଖଟା ମିଠା ସାବ୍ୟସ୍ତ ହୋଇଛି। ଆଜି ବ୍ୟାଡମିଣ୍ଟନରେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛନ୍ତି ପି.ଭି ସିନ୍ଧୁ। ସକାଳ ୭ଟା ୧୦ରେ ଖେଳାଯାଇଥିବା ମ୍ୟାଚରେ ପି.ଭି ସିନ୍ଧୁ ଇସ୍ରାଏଲର କେସେନିଆ ପୋଲିକାରପୋଭାଙ୍କୁ ପରାସ୍ତ କରିଛନ୍ତି । ୨୧-୭, ୨୧-୧୦ ଗେମରେ ମାତ୍ର ୨୯ ମିନିଟରେ କେସେନିଆଙ୍କୁ ସିନ୍ଧୁ ପରାସ୍ତ କରିଥିଲେ।

ସିନ୍ଧୁ ତାଙ୍କ ପରବର୍ତୀ ମ୍ୟାଚ ଜୁଲାଇ ୨୮ରେ ଚଙ୍ଗ ନେଙ୍ଗ ୟିଙ୍କ ସହିତ ଖେଳିବେ। ଅନ୍ୟପଟେ ଆଜି ସାନିଆ ମିର୍ଜା ଓ ଅଙ୍କିତା ରାଇନା ଡବଲ୍ସ ଯୋଡି ପ୍ରଥମ ରାଉଣ୍ଡରୁ ବାହାରି ଯାଇଛନ୍ତି । ସାନିଆ ମିର୍ଜା ଓ ଅଙ୍କିତା ରାଇନାଙ୍କ ଯୋଡି ପ୍ରଥମ ସେଟ୍ଟିକୁ ୬-୦ରେ ଜିତିଥିଲେ । ହେଲେ ୟୁକ୍ରେନର ନାଦିଆ ଓ ଲ୍ୟୁଡମାୟଲା ପରବର୍ତୀ ସେଟ ଜିତିବା ସହ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ। ଫଳରେ ଭାରତରେ ମହିଳା ଡବଲ୍ସରେ ପଦକ ଜିତିବାର ସମ୍ଭାବନା ଶେଷ ହୋଇଛି।

ଭାରୋତ୍ତଳକାରୀ ମୀରାବାଈ ଚାନୁ ରୌପ ପଦକ ଜିତି ଭାରତକୁ ପ୍ରଥମ ମେଡାଲ ଦେବା ପରେ ଆଜିର ଖେଳ ଉପରେ ସମସ୍ତଙ୍କ ନଜର ଥିଲା । କିନ୍ତୁ ଭାରତୀୟ ଖେଳାଳି ଆଜି ଆଶାନୁରୂପକ ପ୍ରଦର୍ଶନ କରିପାରିନାହାନ୍ତି ।

Leave A Reply

Your email address will not be published.