ପ୍ରମୁଖ ଖବର

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର

ମନ୍ତ୍ରୀଙ୍କ ଘର ଆଗରେ ହାଇଡ୍ରାମା

0

କାଲି ଧାରଣା ଆଜି ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ମନ୍ତ୍ରୀଙ୍କ ବାସଭବନ ଆଗରେ ହାଇଡ୍ରାମା । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଆଗରେ ମାଆ, ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ । ମାଟ୍ରିକ ଫର୍ମଫିଲପକୁ ନେଇ ଅସନ୍ତୁଷ୍ଟ ଥିବା ମା, ପୁଅ ଗତକାଲି କ୍ୟାପିଟାଲ ହାଇସ୍କୁଲ ଆଗରେ ଧାରଣା ଦେଇଥିଲେ । ଗତକାଲି ଧାରଣା ଦେବା ପରେ କିଛି ସୁଫଳ ନମିଳିବାରୁ ଆଜି ମନ୍ତ୍ରୀଙ୍କ ବାସଭବନ ଆଗରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଉଭୟଙ୍କୁ ପୁଲିସ ଅଟକ ରଖି କ୍ୟାପିଟାଲ ଥାନାରେ ବୁଝାସୁଝା କରୁଛି।

ଭୁବନେଶ୍ୱର ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ ଖାନ। ମାଟ୍ରିକ ଅଫଲାଇନ ପରୀକ୍ଷାକୁ ନେଇ ଅସନ୍ତୁଷ୍ଟ ଥିଲେ ଇମ୍ରାନ ଓ ତାଙ୍କ ମାଆ । ଚଳିତ ବର୍ଷ ମାଟ୍ରିକ ଅଫଲାଇନ ପରୀକ୍ଷା ଫର୍ମପୂରଣ କରିପାରିନାହାନ୍ତି ଇମ୍ରାନ। କୌଣସି କାରଣରୁ ତାଙ୍କର ଫର୍ମଫିଲପ ହୋଇପାରିନାହିଁ। ଏହାକୁ ନେଇ ଇମ୍ରାନ ଓ ତାଙ୍କ ମାଆ ଗତକାଲି କ୍ୟାପିଟାଲ ହାଇସ୍କୁଲ ସାମନାରେ ଧାରଣା ଦେବା ପରେ ଆଜି ମନ୍ତ୍ରୀଙ୍କ ବାସଭବନ ଆଗରେ ପ୍ରତିବାଦ କରିବା ସହ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଆତ୍ମହତ୍ୟା ଉଦ୍ୟମ ବେଳେ ପୁଲିସ ମା ଓ ପୁଅଙ୍କୁ କବଜା କରିଥିଲା। କରୋନା ମହାମାରୀ ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଥିଲା । ବିନା ପରୀକ୍ଷାରେ ରେଜଲ୍ଟ ବାହାରିଥିଲା । ହେଲେ ଫଳାଫଳରେ କିଛି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିବାରୁ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଥରେ ଅଫଲାଇନ ମାଟ୍ରିକ ପରୀକ୍ଷା ନେଇ ନିଷ୍ପତି ହୋଇଥିଲା ।

Leave A Reply

Your email address will not be published.