ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

କଳାକନା ବୁଲାଇଲା କାମବାଲି

0

ଭୁବନେଶ୍ବର: ଆପଣ ଘରେ କାମବାଲି ରଖୁଛନ୍ତି କି? ତେବେ ସାବଧାନ। କାରଣ କାମ କରିବା ବାହାନାରେ କିଏ ଆପଣଙ୍କ ଘରୁ କଳାକନା ବୁଲାଇପାରେ । ଆଜି ଏଭଳି ଏକ ଖବର ସାମାନାକୁ ଆସଛି।

ଦିଲ୍ଲୀରୁ କୋଟିଏ ଟଙ୍କାର ସୁନା ଗହଣା ଧରି ଫେରାର ହୋଇଯାଇଥିବା ଜଣେ କାମବାଲିକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ତା ପାଖରୁ କୋଟିଏ ଟଙ୍କାର ସୁନା ଗହଣା ମଧ୍ୟ ଜବତ କରାଯାଇଛି । ଘର ଘର ବୁଲି କାମ କରିବା ହେଉଛି ମହିଳାଙ୍କ କାମ । କିନ୍ତୁ କାମ କରିବା ବାହାନାରେ ସମସ୍ତଙ୍କ ଘରୁ ସୁନା ଓ ହୀରା ଗହଣା ଲୁଟି କଳାକନା ବୁଲାଉଥିଲେ । ଏହି ମହିଳା ଜଣକ ହେଉଛନ୍ତି ଭୁବନେଶ୍ୱର ସାଲିଆସାହିର। କୋଟିଏରୁ ଅଧିକ ଟଙ୍କାର ସୁନା ଗହଣା ଧରି ଫେରାର ପରେ ଭୁବନେଶ୍ୱର କ୍ୟାପିଟାଲ ଥାନା ପୁଲିସ ଏହି ମହିଳାଙ୍କୁ ଗିରଫ କରିଛି। ଗିରଫ ପରେ ତାକୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରାଯାଇଛି । ଦିଲ୍ଲୀ ମେହେରୁଲି ପୁଲିସ ମହିଳାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି ।

Leave A Reply

Your email address will not be published.