ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ରୁସା ଯୋଜନାରେ ଓଡିଶାକୁ ମିଳିଛି ୩୯୫.୪୨ କୋଟି

0

ରୁସା ଯୋଜନାରେ ଓଡିଶାକୁ ମିଳିଛି ୩୯୫.୪୨ କୋଟି ଟଙ୍କାର ଅନୁଦାନ । ଆର୍ଥିକ ଅନୁଦାନ ନେଇ ଗୃହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତର ରଖିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଦିଆଯାଇଛି ଟଙ୍କା । କେନ୍ଦ୍ରୀୟ ଯୋଜନା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଅଭିଯାନରେ ୩୯୫.୪୨ କୋଟି ଟଙ୍କା ଦେଇଛନ୍ତି ବୋଲି ସଂସଦରେ ଲିଖିତ ଉତରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରୁସା ଅଭିଯାନ ଅନ୍ତର୍ଗତ ଓଡ଼ିଶାରେ ମହାବିଦ୍ୟାଳୟ ଗୁଡ଼ିକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ତଥା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଭିତିଭୂମିର ବିକାଶ । ଡିଗ୍ରୀ କଲେଜକୁ ଆଦର୍ଶ ଡ଼ିଗ୍ରୀ କଲେଜ ଭାବରେ ବିକଶିତ, ନୂତନ ମଡ଼େଲ ଡିଗ୍ରୀ କଲେଜ୍ ସ୍ଥାପନା ଏବଂ ରାଜ୍ୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ବଢ଼ାଇବା ପାଇଁ କେନ୍ଦ୍ରୀୟ ଅଂଶର ୩୯୫.୪୨ କୋଟି ଅନୁଦାନ ଓଡ଼ିଶାକୁ ଦିଆଯାଇଛି । ଓଡ଼ିଶାର ୩୦ଟି ଜିଲ୍ଲାରେ ୧୬୧ଟି ଶିକ୍ଷାନୁଷ୍ଠାନକୁ ଏହି ଅର୍ଥ ପ୍ରଦାନ କରାଯାଇଛି । ରୁସା ଅଧିନରେ ଅନୁଗୁଳର ୫ ଶିକ୍ଷାନୁଷ୍ଠାନ, ବଲାଙ୍ଗୀରରେ ୪ଟି, ବାଲେଶ୍ୱରରେ ୧୪, ବରଗଡ଼ରେ ୫, ବୌଦ୍ଧରେ ୨, ଭଦ୍ରକରେ ୪, କଟକରେ ୧୧, ଦେବଗଡ଼ରେ ୨, ଢ଼େଙ୍କାନାଳ ୬, ଗଜପତି ୪, ଗଞ୍ଜାମ ୧୦, ଜଗତସିଂହପୁର ୪, ଯାଜପୁରରେ ୭, ଜୟପୁରରେ ଗୋଟିଏ, ଝାରସୁଗୁଡ଼ାରେ ୪, କଳାହାଣ୍ଡିରେ ୫, କନ୍ଧମାଳରେ ୪, କେନ୍ଦ୍ରାପଡ଼ାରେ ୫, କେନ୍ଦୁଝରରେ ୫, ଖୋର୍ଦ୍ଧାରେ ୧୬, କୋରାପୁଟରେ ୪, ମାଲକାନଗିରିରେ ୨, ମୟୂରଭଞ୍ଜରେ ୮, ନବରଙ୍ଗପୁରରେ ଗୋଟିଏ, ନୟାଗଡ଼ରେ ୪, ନୂଆପଡ଼ାରେ ୩, ପୁରୀରେ ୫, ରାୟଗଡ଼ାରେ ୩, ସମ୍ବଲପୁରରେ ୬, ସୋନପୁରରେ ୨, ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୫ଟି ଶିକ୍ଷାନୁଷ୍ଠନକୁ ରୁସା ଯୋଜନାରେ କେନ୍ଦ୍ରୀୟ ଅନୁଦାନ ଦିଆଯାଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.