ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସତ ହୋଇଥିଲେ, ସାଂଘାତିକ…

0

ନୂଆଦିଲ୍ଲୀ: ମୁଁ ଜାଣିନି, ଯଦି ଗଣମାଧ୍ୟମ ରିପୋର୍ଟ ସତ ଥାଏ, ତେବେ ମାମଲାଟି ଅତ୍ୟନ୍ତ ଗମ୍ଭୀର।

ପେଗାସସ୍ ସ୍ପାଏ ଓ୍ବେର୍ ଶୁଣାଣି ବେଳେ ଆଜି ଏଭଳି ମତ ରଖିଛନ୍ତି ସୁପ୍ରିମକୋର୍ଟ। ବିରୋଧୀ ଦଳ ନେତା, ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟମାନଙ୍କ ସଂପର୍କରେ ହୋଇଥିବା ଗୁଇନ୍ଦାଗିରିର ସ୍ବତନ୍ତ୍ର ତଦନ୍ତକାରୀ ଦଳ ମାଧ୍ୟମରେ ତଦନ୍ତ କରାଯିବା ପ୍ରସଙ୍ଗକୁ ନେଇ ଆଜି ସୁପ୍ରିମକୋର୍ଟରେ ପାଖାପାଖି ଘଣ୍ଟାଏ ଧରି ଶୁଣାଣି ହୋଇଥିଲା। ମୁଖ୍ୟ ବିଚାରପତି ଏନ୍ ଭି ରମଣାଙ୍କ ନେତୃତ୍ବରେ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଅନ୍ୟ ବିଚାରପତି ହେଉଛନ୍ତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ।

କୋର୍ଟ କହିଥିଲେ, ୨୦୧୯ରେ ଏହି ଗୁଇନ୍ଦାଗିରି ପ୍ରସଙ୍ଗ ଆସିଥିଲା। କିନ୍ତୁ ମୁଁ ଜାଣେ ନାହିଁ ଅଧିକ ସୂଚନା ପାଇଁ କୌଣସି ପ୍ରୟାସ କରାଯାଇଥିଲା କି ନାହିଁ? ପ୍ରତି ମାମଲାର ବିଶଦ ତଥ୍ୟ ଭିତରକୁ ମୁଁ ଯାଉନାହିଁ। କିଛି ଲୋକ କିନ୍ତୁ ଅଭିଯୋଗ କରୁଛନ୍ତି ଯେ ସେମାନଙ୍କ ଟେଲିଫୋନ୍ ଉପରେ ଗୁଇନ୍ଦାଗିରି କରାଯାଉଛି। ଏସବୁ ପୁଣି କେବଳ ଗଣମାଧ୍ୟମ ରିପୋର୍ଟ ଉପରେ ହିଁ କରାଯାଇଛି। ତେବେ ଏ ସଂପର୍କରେ ଅଭିଯୋଗ ପାଇଁ ଟେଲିଗ୍ରାଫ୍ ଆକ୍ଟ ରହିଛି। ଯେଉଁମାନଙ୍କ ପାଇଁ ଏଠାରେ ଅଭିଯୋଗ କରାଯାଉଛି, ସେମାନେ ସମସ୍ତେ ଶିକ୍ଷିତ। କାହିଁକି ସେମାନେ ଟେଲିଗ୍ରାଫ୍ ଆଇନ ମାଧ୍ୟମରେ ଗୋଟିଏ ଅପରାଧିକ ମାମଲା ରୁଜୁ କଲେ ନାହିଁ?

ଆବେଦନକାରୀଙ୍କ ପାଇଁ ଲଢୁଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲ କହିଛନ୍ତି, ପେଗାସସ୍ ହେଉଛି ଏମିତି ଏକ ପ୍ରଯୁକ୍ତି ବିଦ୍ୟା, ଯାହା ଆମ ଅଜାଣତରେ ଆମ ସଂପର୍କରେ ତଥ୍ୟ ଆହରଣ କରୁଛି। ଏହା ଭାରତର ଗଣତନ୍ତ୍ର, ଗୋପନୀୟତା ଓ ମୂଲ୍ୟବୋଧ ଉପରେ ପ୍ରଚଣ୍ଡ ଆକ୍ରମଣ କରୁଛି। ଏ ସଂପର୍କରେ କେବଳ ସରକାର ହିଁ କହିପାରିବେ। ସେମାନେ କାହିଁକି କିଣିଥିଲେ, କଣ ସେମାନଙ୍କର ଉଦ୍ଦେଶ୍ୟ ଥିଲା।

ଦ ୱେୟାର ସମେତ ଭାରତବର୍ଷର ଅନେକ ଗଣମାଧ୍ୟମ ଏହା ଉପରେ ଅନୁସନ୍ଧାନ କରିଛନ୍ତି। ଦ ଓ୍ବେୟାର ଭାରତବର୍ଷର ୩୦୦ ଟେଲିଫୋନ୍ ସଂପର୍କରେ ତଥ୍ୟ ରଖୁଛି। ହେଲେ ତାଲିକାରେ ଥିବା ସମସ୍ତ ଫୋନ୍ ହ୍ୟାକ୍ ହୋଇଛି କି ନାହିଁ, ତାହା ଜଣାନାହିଁ।

ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗରେ ଆଉ ଦୁଇଟି ମାମଲା ରୁଜୁ ହୋଇଥିଲା। ଗୋଟିଏ ସିପିଏମ୍ ସାଂସଦ ଜନ୍ ବ୍ରିଟାସ୍ କରିଛନ୍ତି, ଅନ୍ୟଟି ବରିଷ୍ଠ ଆଇନଜୀବୀ ଏମ୍ ଏଲ୍ ଶର୍ମା।ଏହାଛଡା ସାମ୍ବାଦିକ ଏନ୍ ରାମ ଏବଂ ଶଶି କୁମାର ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଗୋଟିଏ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଦ୍ବାରା ଅନୁସନ୍ଧାନ ପାଇଁ ପ୍ରାର୍ଥନା କରିଥିଲେ।

ତେବେ ସରକାରଙ୍କ ପକ୍ଷରୁ କୌଣସି ଆଇନଜୀବୀ କୋର୍ଟରେ ଠିଆହୋଇନଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମଙ୍ଗଳବାର ରହିଛି।

Leave A Reply

Your email address will not be published.