ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

0

ନୂଆଦିଲ୍ଲୀ: ଯେବେ ବିଚାରପତିମାନେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଧମକ ପାଆନ୍ତି, ସେବେ ଅଭିଯୋଗ କଲେ ତଦନ୍ତକାରୀ ସଂସ୍ଥାମାନେ ଏହା ଉପରେ କୌଣସି ପଦକ୍ଷେପ ନିଅନ୍ତି ନାହିଁ। ସିବିଆଇ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ କୌଣସି ଉତ୍ତର ଦିଅନ୍ତି ନାହିଁ। ଆଉ ଯଦି କିଛି ପ୍ରତିକୂଳ ଆଦେଶ ଦିଆଯାଏ, ତେବେ ନ୍ୟାୟପାଳିକା ବଦନାମ ହୁଏ।

ଏକଥା କେହି ସାଧାରଣ ଲୋକଙ୍କର ମତ ନୁହେଁ। ଖୋଦ୍ ସୁପ୍ରିମକୋର୍ଟର ମୁଖ୍ଯ ବିଚାରପତି ଏନ୍ ଭି ରମଣା ଆଜି ଏଭଳି ଢଙ୍ଗରେ ନିଜ ମତ ରଖିଛନ୍ତି। ଝାଡଖଣ୍ଡର ଧାନବାଦରେ ଅତିରିକ୍ତ ଜିଲ୍ଲା ତଥା ସେସନ୍‌ସ ଜଜ୍ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ସଂପର୍କରେ ସୁପ୍ରିମକୋର୍ଟଙ୍କ ଦୃଷ୍ଟିଭଙ୍ଗୀ ଆଜି ଦେଶର ସବୁ ସରକାରମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଏହି ଘଟଣାର ତଦନ୍ତ ଉପରେ ସୁପ୍ରିମକୋର୍ଟ ନଜର ରଖିଛନ୍ତି ବୋଲି ମଧ୍ୟ ଆଜି ଏକ ବଡ଼ ମନ୍ତବ୍ୟ ରଖିଛନ୍ତି।

ଜୁଲାଇ ୨୮ ତାରିଖରେ ସକାଳେ ମର୍ଣ୍ଣିଂ ଓ୍ବାର୍କରେ ଗଲାବେଳେ ଜଜ୍ ଆନନ୍ଦଙ୍କୁ ହିଟ୍ ଆଣ୍ଡ ରନ୍ ଫର୍ମୁଲାରେ ଗୋଟଏ ଅଟୋ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଅଭିଯୋଗ ହୋଇଥିଲା। ଘଟଣାର ସିସିଟିଭି ଫୁଟେଜରେ ଏ ନେଇ ସ୍ପଷ୍ଟ ଜଣାପଡିଛି। ୪୯ ବର୍ଷୀୟ ଏହି ଜଜ୍‌ଙ୍କୁ ନିରୋଳା ରାସ୍ତାରେ ବାଡେଇ ଦେଇ ଚାଲିଯାଇଥିଲା। ଏହି ଅଟୋଟି ଚୋରି ଅଟୋ ଥିବା କୁହାଯାଇଥିଲା।

ଆଜି ମୁଖ୍ୟ ବିଚାରପତି ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋର ମନୋଭାବରେ ପରିବର୍ତ୍ତନ ହୋଇଥିବ,, ଏକଥା ସେମାନେ ଆଶା କରୁଥିଲେ। କିନ୍ତୁ ସେଭଳି କିଛି ଘଟିନାହିଁ। ଆଟର୍ଣ୍ଣିଂ ଜେନେରାଲ କେକେ ବେଣୁଗୋପାଳଙ୍କୁ କୋର୍ଟ ଆହୁରି କହିଛନ୍ତି ଯେ ଏସବୁ ଦେଖି ଆମେ ଦୁଃଖିତ।

ମୁଖ୍ୟ ବିଚାରପତି ସ୍ପଷ୍ଟ କରିଦେଇଛନ୍ତି ଯେ ଏହି ଘଟଣାକୁ ଆମେ ଗମ୍ଭୀରତାର ସହିତ ଓ ଉତ୍ତରଦାୟିତ୍ବର ସହିତ ନିରୀକ୍ଷଣ କରୁଛୁ। ବିଚାରପତିମାନଙ୍କୁ ହ୍ବାଟ୍ସ ଆପ୍ ତଥା ସୋସିଆଲ୍ ମିଡିଆ ଜରିଆରେ ଭୟଭୀତ କରାଯାଉଥିବା ଓ ଧମକ ଦିଆଯାଉଥିଲା। ଏହା ସାଧାରଣ କଥା ନୁହେଁ। ଆନନ୍ଦଙ୍କ ମୃତ୍ୟୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଚାରପତିମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବା ଉଚିତ୍। ଏହା ରାଜ୍ୟ ସରକାରଙ୍କର ମଧ୍ୟ ବିଫଳତା ବୋଲି କୋର୍ଟ ସ୍ପଷ୍ଟ ଭାଷାରେ କହିଛନ୍ତି।

ଜୁଲାଇ ୩୦ ତାରିଖରେ ସିସିଟିଭି ଫୁଟେଜ୍ ଦେଖିବା ପରେ ସୁପ୍ରିମକୋର୍ଟ ଆନନ୍ଦଙ୍କ ମୃତ୍ୟୁ ଉପରେ ନିଜଆଡୁ ମାମଲାକୁ ବିଚାର ପାଇଁ ନେଇଥିଲେ। ଏହି ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ନେଇଛି ବୋଲି ଝାଡଖଣ୍ଡ ସରକାରଙ୍କ ଆଡଭୋକେଟ୍ ଜେନେରାଲ ରାଜୀବ ରଞ୍ଜନ କହିଛନ୍ତି। ପ୍ରଧାନ ବିଚାରପତି ଏଥିରେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ସେଇଥିପାଇଁ ବୋଧେ ତୁମେ ହାତ ଧୋଇ ବସିଯାଇଛ?

ସୁପ୍ରିମକୋର୍ଟ ଆସନ୍ତା ସୋମବାର ସୁଦ୍ଧା ତଦନ୍ତ ଅଗ୍ରଗତି ସଂପର୍କରେ ଜଣାଇବାକୁ ନିର୍ଦେଶ ଦେଇଥିଲେ।

Leave A Reply

Your email address will not be published.