ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ଦିଲ୍ଲୀ ବିମାନବନ୍ଦରକୁ ଉଡାଇ ଦେବାକୁ ଧମକ

0

ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ ଉଡାଇଦେବାକୁ ଧମକ । ଏଭଳି ଏକ ଧମକ ପାଇବା ପରେ ଦିଲ୍ଲୀ ପୁଲିସର ନିଦ ହଜିଯାଇଛି । ଆତଙ୍କବାଦୀ ସଂଗଠନ ଅଲକାଏଦା ଦ୍ୱାରା ଦିଲ୍ଲୀ ପୁଲିସକୁ ଏକ ଇମେଲ ଆସିଥିଲା । ଯେଉଁଥିରେ ଆଗାମୀ ୩ ଦିନ ମଧ୍ୟରେ ଦିଲ୍ଲୀ ବିମାନବନ୍ଦରକୁ ବମରେ ଉଡାଇଦେବାକୁ ଧମକ ଦିଆଯାଇଛି । ଏହି ଇମେଲ ପାଇବା ପରେ ସବୁଆଡେ ସୁରକ୍ଷା ବ୍ୟବସ୍ଥା ବଢାଇଦେଇଛି ଦିଲ୍ଲୀ ପୁଲିସ ।

ଅଲକାଏଦାର ଏହି ମେଲ ପାଇବା ପରେ ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ସୁରକ୍ଷା ଏଜେନ୍ସିଙ୍କୁ ଆଲର୍ଟ କରାଯଇଛି । ଶନିବାର ସନ୍ଧ୍ୟା ୫ଟା ୪୫ ମିନିଟରେ ଏକ ମେଲ ଆସିଥିଲା । ଏଥରେ ଲେଖାଅଛି କରଣବୀର ସୁରି ଓରଫ ମହମ୍ମଦ ଜଲାଲ ଓ ପତ୍‌ୀ ଶୈଳୀ ଶାରଦା ଓରଫ ହସିନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି । ଏବଂ ୩ ଦିନ ମଧ୍ୟରେ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଏହି ଧମକପୂ୍‌ର୍ଣ ଇମେଲ [email protected] ରୁ ଆସିଛି । ଆଇଜି ବିମାନବନ୍ଦରର ଏକ ସରକାରୀ ବିବୃତି ଅନୁଯାୟୀ, ଯା ପରେ ଏହି ଧମକ ନିଦ୍ଦିଷ୍ଟ ବୋଲି ଜଣାପଡିଛି । ଗତ ମାର୍ଚ୍ଚ ୨୧ରେ ମଧ୍ୟ ଏହି ପରି ଏକ ଧମକପୂ୍‌ର୍ଣ ମେଲ ଆସିଥିଲା । ତେବେ ଏହି ଧମକ ପରେ ଦିଲ୍ଲୀ ପୁଲିସ ଆଲର୍ଟ ହୋଇଯାଇଛି

Leave A Reply

Your email address will not be published.