ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ପୁଅ କହିଲା ବୋଲି ଆଉ ଥରେ ବିବାହ କଲେ ଅଭିନେତା

0

ବଲିଉଡ ଅଭିନେତା ପ୍ରକାଶ ରାଜଙ୍କ ପାଇଁ ୨୪ ଅଗଷ୍ଟ ଥିଲା ଖାସ୍ । କାରଣ ଏହି ଦିନ ଥିଲା ପ୍ରକାଶ ରାଜଙ୍କ ୧୧ ତମ ବିବାହ ବାର୍ଷିକ। ଏହି ଦିନଟି ତାଙ୍କ ପାଇଁ
ଅଧିକ ଖାସ ଏଥପାଇଁ ଥିଲା କାରଣ ସେ ବିବାହ ବାର୍ଷିକୀରେ ନିଜର ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତ।। ପୁଅ ବେଦାନ୍ତ ପାଇଁ ସେ ଆଉ ଥରେ ବିବାହ କରିଥିବା କହିଛନ୍ତି ।

ପ୍ରକାଶଙ୍କ ପୁଅ ବେଦାନ୍ତ ତାଙ୍କ ବାପା, ମାଆଙ୍କୁ ଆଉ ଥରେ ବିବାହ କରୁଥିବା ଦେଖିବାକୁ ଚାହୁଁଥିଲେ । ବେଦାନ୍ତଙ୍କ ଖୁସି କରିବାକୁ ଯାଇ ୧୧ ତମ ବିବାହ ବାର୍ଷିକୀର ଉଭୟ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ସମୟର କିଛି ଫଟୋ ମଧ୍ୟ ଇନଷ୍ଟାରେ ପ୍ରକାଶ ରାଜ ସେୟାର କରିଛନ୍ତି ।

ଗୋଟେ ଫଟୋରେ ପ୍ରକାଶ ନିଜ ପତ୍ନୀଙ୍କ ଆଙ୍ଗୁଠିରେ ମୁଦି ପିନ୍ଧାଉଥିବାର ଦେଖିବାକୁ ମିଳିଛି । ଅନ୍ୟ ଏକ ଫଟୋରେ ପ୍ରକାଶ ନିଜ ପତ୍ନୀ ଓ ପିଲାଙ୍କ ସହ
ବହୁତ ଖୁସି ଥିବା ନଜର ଆସୁଛନ୍ତି । ଫଟୋ ସେୟାର କରି ପ୍ରକାଶ ଲେଖିଛନ୍ତି ଯେ, ଆଜି ଆମେ ଦୁହେଁ ପୁଣି ବିବାହ କଲୁ । କାରଣ ଆମ ପୁଅ ଆମ ବିବାହ ଦେଖିବାକୁ ଚାହୁଁଥିଲା । ଏହି ସେଲିବ୍ରେସନରେ ବେଦାନ୍ତଙ୍କ ସହ ପ୍ରକାଶଙ୍କ ଝିଅ ମେଘନା ଏବଂ ପୂଜା ବି ସାମିଲ ହୋଇଥିଲେ ।

Leave A Reply

Your email address will not be published.