ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଆଜିଠୁ ନୂଆ ରୂପରେ ‘ବଡ଼େ ଅଛେ ଲଗତେ ହେଁ’

0

ଆଜିଠୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ମେଗା ଧାରାବାହିକ ବଡ଼େ ଅଛେ ଲଗତେ ହେଁର ସିଜିନ ଟୁ। ଦର୍ଶକଙ୍କ ପସନ୍ଦ ପାଲଟିଥିବା ଏହି ଧାରାବାହିକ ଟି ପ୍ରାୟ ୧୦ ବର୍ଷ ପରେ ପରଦାକୁ ଫେରୁଛି। ଏହି ଧାରାବାହିକର ନାଁ ସମାନ ରହିଥିଲେ ମଧ୍ୟ ଏହାର କାହାଣୀ ଓ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ନାୟକ ଓ ନାୟିକ ଭିନ୍ନ ରହିଛନ୍ତି।

ସିଜିନ ଟୁରେ ଦର୍ଶକ ବହୁ ଚର୍ଚ୍ଚିତ ଯୋଡି ରାମ-ପ୍ରିୟାଙ୍କ(ରାମ କପୁର-ସାକ୍ଷସୀ ତନବର)ଙ୍କ କେମେଷ୍ଟ୍ରି ଦେଖିବାକୁ ବଞ୍ଚିତ ହେବେ। କାରଣ ମୁଖ୍ୟ ଭୂମିକାରେ ନଜର ଆସିବେ ଦୁଇ ନୂଆ ଚେହେରା । ନକୁଳ ମେହେଟ୍ଟା ଓ ଦିଶା ପରମାରଙ୍କୁ ରାମ ଓ ସାକ୍ଷସୀ ଭୁମିକାରେ ଦେଖିବାକୁ ମିଳିବ । ନକୁଳ ଓ ଦିଶାଙ୍କୁ ଏହା ପୂର୍ବରୁ ପ୍ୟାର କା ଦର୍ଦ ହେ, ମିଠା ମିଠା ପ୍ୟାରା ପ୍ୟାରା ସିରିଏଲରେ ଏକାଠି ଅଭିନୟ କରୁଥିବାର ଦେଖିବାକୁ ମିଳିଥିଲା।

ତେବେ ଏହି ଯୋଡିର କମବ୍ୟାକ କୁ ନେଇ ଫ୍ୟାନ ବେଶ ଉତ୍ସାହିତ ଅଛନ୍ତି। ସିରିଏଲ ସୋମବାରରୁ ଶୁକ୍ରବାର ରାତି ୮ଟାରେ ସୋନି ଟିଭିରେ ପ୍ରସାରିତ ହେବ। ଧାରାବାହିକାର ନିର୍ମାତା ଏକତା କପୁର ଏନେଇ ଏକ ଭିଡିଓ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହା କି ଧାରିବାହିକର ପ୍ରଥମ ପ୍ରମୋ ରହିଥିଲା ତେବେ ଦର୍ଶକ ସିଜିନ ୱାନରେ ରାମ ଓ ପ୍ରିୟାଙ୍କ ଯୋଡି ଖୁବ ପସନ୍ଦ କରୁଥିବା ବେଳେ ଏବେ ଏହି ନୂଆ ଯୋଡି ବି ଦର୍ଶକଙ୍କ ମନ ଜିଣିବେ ବୋଲି ଆଶା ରହିଛି।

Leave A Reply

Your email address will not be published.