ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ପରଦା ଏପଟେ ଝିଅ,ପରଦା ସେପଟେ ପୁଅ

0

ଶିକ୍ଷା ବ୍ୟବସ୍ଥା ଉପରେ ପ୍ରତବନ୍ଧକ ସାଜିଲା ତାଲିବାନ । ଆଫଗାନିସ୍ତାନକୁ ତାଲିବାନ ନିୟନ୍ତ୍ରଣ କଲା ପରେ ତାଲିବାନୀ ଉଚ୍ଚ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା ୟୁନିଭର୍ସିଟିରେ ପୁଅ ଓ ଝିଅଙ୍କ କ୍ଲାସ ଅଲଗା ହେବ । ଏବଂ ଏହା ଯଦି ସମ୍ଭବ ନହେବ ତାହେଲେ କ୍ଲାସରେ ପୁଅ ଓ ଝିଅଙ୍କ ପରଦା ଟଣାଯିବ । ତାଲିବାନର ଏହି ନିର୍ଦ୍ଦେଶନାମା ପରେ ଆଫାଗାନିସ୍ତାନର ଏକ କଲେଜର ଭିଡ଼ିଓ ଭାଇରାଲ ହୋଇଛି। ଯେଉଁଥିରେ ଗୋଟିଏ କ୍ଲାସରେ ପୁଅ ଓ ଝିଅ ବସିଛନ୍ତି ।ସେମାନଙ୍କର ପାଠପଢା ଚାଲିଛି । କିନ୍ତୁ ସେମାନଙ୍କ ମଧ୍ୟରେ ପରଦା ଟଣାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ତାଲିବାନ ପକ୍ଷରୁ ନିର୍ଦ୍ଦେଶାନାମାରେ ଏହା ବି କୁହାଯାଇଥିଲା ଯେ, କଲେଜ ପକ୍ଷରୁ ଛାତ୍ରୀଙ୍କ ପାଇଁ ମହିଳା ଶିକ୍ଷକ ରଖିବା ଜରୁରୀ ଅଟେ । ପୁରୁଷ ଶିକ୍ଷକ ଛାତ୍ରୀଙ୍କୁ ପଢାଇପାରିବେନି । ଏହା ଯଦି ସମ୍ଭବ ନହେବ ତେବେ ବୟସ୍କ ପ୍ରଫେସରଙ୍କୁ ରଖାଯାଇପାରିବ ବୋଲି କୁହାଯାଇଥିଲା । ଭାଇରାଲ ହୋଇଥିବା ଫଟୋରେ ଏକ ପ୍ରଫେସର ପଢାଉଥିବାର ଦେଖିବାକୁ ମିଳିଛି । ଏହା ସହ କଲେଜ ଓ ୟୁନିଭର୍ସିଟିରେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଅଲଗା ପ୍ରବେଶ ଓ ବାହାରିବା ପାଇଁ ରାସ୍ତା ରଖିବା ଜରୁରୀ । ଏହା ସହ ଯେପର୍ଯ୍ୟନ୍ତ ଛାତ୍ର ମାନେ କ୍ୟାମ୍ପସରୁ ବାହାରିନାହାନ୍ତି ସେ ପର୍ଯ୍ୟନ୍ତ ଛାତ୍ରୀମାନେ ୱେଟିଂ ରୁମରେ ରହିବେ । ତାଲିବାନ ନିଜର ପୂର୍ବ କାର୍ଯ୍ୟକାଳରେ ମଧ୍ୟ ମହିଳାଙ୍କ ପାଠପଢା ଓ ଚାକିରି ଉପରେ ପ୍ରତିବନ୍ଧକ ଲଗାଇଦେଇଥିଲା । ତେବେ ଜଣେ ପ୍ରଫେସରଙ୍କ କହିବା ଅନୁସାରେ ତାଲିବାଦୀ ମାନେ ଛାତ୍ରୀମାନଙ୍କୁ କଲେଜ ଓ ସ୍କୁଲ ପଢିବାକୁ ଛାଡୁଛନ୍ତି, ତାହା ଏକ ସକରାତ୍ମକ ପଦକ୍ଷେପ ।

ତାଲିବାନୀ ମାନେ ୧୯୯୬ରୁ ୨୦୦୧ ଯାଏଁ ଆଫଗାନିସ୍ତାନରେ ରାଜ କରୁଥିଲେ । ସେହି ସମୟରେ ମହିଳାଙ୍କ ସ୍ୱାଧୀନତା ଛଡାଇନିଆଯାଇଥିଲା । ମହିଳାଙ୍କ ଉପରେ ବହୁ ନିର୍ଯାତନା ହେଉଥିଲା । ସେଥିପାଇଁ ଏବେ ପୁଣି ତାଲିବାନୀ ମାନେ ଆଫଗାନିସ୍ତାକୁ କବଜା କରିବା ପରେ ମହିଳା ମାନେ ଅଧିକ ଭୟଭୀତ ଅଛନ୍ତି।

Leave A Reply

Your email address will not be published.