ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଓଡିଶା ବିଜେପିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ବିଜେପି ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ଲଢ଼ିବେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣି ସମ୍ବଲପୁରରୁ
Read More...

ପରଲୋକରେ ଶାନ୍ତିଲତା

ଭୁବନେଶ୍ବର: ଆଜି ଅର୍ଥାତ ସୋମବାର ସଂଧ୍ୟାରେ ବିଶିଷ୍ଠ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ଦେହାନ୍ତ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିଲେ।
Read More...

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ଏପ୍ରିଲ ୩ରୁ “ପଖାଳ ଉତ୍ସବ” ଆରମ୍ଭ

ଭୁବନେଶ୍ୱର, ୧ ଏପ୍ରିଲ : ଓଡିଶାର ପାରମ୍ପରିକ ଖାଦ୍ୟ ‘ପଖାଳ’ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ବେଶ ଆଦୃତ ଓ ପ୍ରିୟ ଖାଦ୍ୟ । ଯଦିଓ ଖରାଦିନେ ଏହା ଖାଇବାକୁ ବେଶି ଭଲ ଲାଗେ ତେବେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବର୍ଷକ ବାର ମାସ ଲୋକମାନେ ପଖାଳ ଖାଇବାକୁ ଭଲ ପାଇଥାନ୍ତି । ପ୍ରତ୍ୟେକ ଓଡ଼ିଆଙ୍କର ଏହି
Read More...

ସୋଆ ପକ୍ଷରୁ ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର, ୧ ଏପ୍ରିଲ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ୮୯ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଭାଷା ଭିତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାର ସ୍ମୃତିକୁ ଉଦ୍‌ଜୀବିତ କରି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଦିବସ ପାଳନ
Read More...

ବିଜେପିରେ ମିଶିଲେ କେନ୍ଦ୍ରାପଡା ସାଂସଦ ଅନୁଭବ

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି ଅନୁଭବ ମହାନ୍ତି। ଗତ ଶନିବାର ବିଜେଡିରୁ ଇସ୍ତଫା ଦେଇଥିଲେ ଅନୁଭବ। ବିଜେଡିରୁ ଇସ୍ତଫା ଦେବା ସହ ଅନୁଭବ ଲେଖିଥିଲେ,ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା କରିବାର
Read More...

ଆସାମ ରେ ଘୂର୍ଣ୍ଣିଝଡ଼

ଆସାମ: ଆସାମରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ ହେବା କାରଣରୁ ବ୍ରହ୍ମପୁତ୍ର ନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡି ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି। ୨୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।  ସୂଚନା ଅନୁସାରେ, ଆସାମର ଦକ୍ଷିଣ-ସଲମରା
Read More...

ଏବେ ସକାଳୁଆ ହେବ ଅଙ୍ଗନବାଡି

ଭୁବନେଶ୍ବର: ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ସମୟକୁ ସକାଳ ୭ଟାରୁ ୧୧.୩୦ ଯାଏ ଧାର୍ଯ୍ୟ କରାଯାଇଛି। ଏନେଇ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଖରା ଓ ଗରମକୁ ଦୃଷ୍ଟିରେ ରଖି ଅଙ୍ଗନବାଡି
Read More...

ଓଡିଶା ବିଜେପିର ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର: ବିଜେପି ଆଜି ଆଉ ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦଳ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଶ୍ରୀ ମହତାବ ଗୁରୁବାର ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ; ବିଜେପି ପକ୍ଷରୁ ଜାରି ହୋିଥିବା
Read More...

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ରେ ଜଟିଳ ଅସ୍ତ୍ରୋପଚାର

ପ୍ରସୂତିଙ୍କ ଗର୍ଭରୁ ଦେଢ଼ କିଲୋ ଓଜନର ଟ୍ୟୁମର ବାହାର କଲେ ଡାକ୍ତରୀ ଟିମ୍‌ ଭୁବନେଶ୍ୱର, ମାର୍ଚ୍ଚ ୩୦ : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା ସ୍ଥିତ କ୍ୟାମ୍ପସ୍‌ରେ ଜଟିଳ ଅସ୍ତ୍ରୋପଚାର ଜରିଆରେ ଡାକ୍ତରୀ ଟିମ୍ ଜଣେ ଗର୍ଭବତୀଙ୍କ ପେଟରୁ ଦେଢ଼
Read More...

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ବର: ରାଜ୍ୟ ସରକାର ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି। ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଜାରି ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
Read More...