ଓ୍ୱାଂଶିଟନ: ଆମେରିକା ଓ ଋଷିଆ ମଧ୍ୟରେ ବିବାଦ ଧୀରେ ଧୀରେ ଉଗ୍ର ହେବାରେ ଲାଗିଲାଣି । ଏମିତି ଯେ ଦୀର୍ଘ କାଟ୍ସା ଆଇନ ଲାଗୁ କରିବା ପରେ ମିସାଇଲ୍ ପରୀକ୍ଷଣ ନେଇ ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ଦୀର୍ଘ ୩୧ବର୍ଷର ଏକ ଚୁକ୍ତିରୁ ଓହରିଯିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । କେବଳ ସେତିକ ନୁହେଁ, ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଆଡକୁ ଆଙ୍ଗୁଠି ଉଠାଇ ଏକଥା ବି କହିଛନ୍ତି ଯେ ତାଙ୍କ ଦେଶ ଯଥେଷ୍ଟ ପୂର୍ବରୁ ଏ ନିଷ୍ପତ୍ତି ନେବାର ଥିଲା । ଟ୍ରମ୍ଫଙ୍କ ଏଭଳି ନିଷ୍ପତ୍ତି ପରେ ଋଷିଆଙ୍କୁ ଏକ ଶକ୍ତ ଝଟ୍କା ଲାଗିଛି ।
ଆମେରିକା ଓ ଋଷିଆ ମଧ୍ୟରେ ୧୯୮୭ ମସିହାରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇଥିଲା ।ଇଣ୍ଟରିମିଡିଏଟ୍ ରେଞ୍ଜ ନ୍ୟୁକ୍ଲିୟର ଫୋର୍ସେସ୍ ବା ଆଇଏନ୍ଏଫ୍ ଚୁକ୍ତିରେ ୟୁଏସ୍ଏସ୍ଆର୍ ତତ୍କାଳୀନ ମହାସଚିବ ମିଖେଲ୍ ଗୋର୍ବାଚୋଭ ଏବଂ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରୋନାଲ୍ଡ ରିଗାନ୍ ଦସ୍ତଖତ କରିଥିଲେ । ଏଥିରେ କୁହାଯାଇଥିଲା ଯେ ଉଭୟ ରାଷ୍ଟ୍ର ୩୦୦ରୁ ୩୪୦୦ ମାଇଲ୍ ଦୂରତା ବିଶିଷ୍ଟ କ୍ରୁଜ୍ ପରୀକ୍ଷଣ କରିପାରିବେ ନାହିଁ । ଆମେରିାକା ଓ ୟୁରୋପୀୟ ବହୁରାଷ୍ଟ୍ର ସୁରକ୍ଷା ଲାଗି ଏହା ବେଶ୍ ସହାୟକ ହେଉଥିଲା ।
ହେଲେ ଟ୍ରମ୍ପ ପ୍ରଶାସନ ଅଭିଯୋଗ କରିଛି ଯେ ୨୦୦୮ ମସିହାରୁ ଋଷିଆ ଏହି ଚୁକ୍ତିକୁ ମାନୁନାହିଁ । ଏଣୁ ଚୁକ୍ତିର ଅବଧି ପୂରଣର ଦୁଇ ବର୍ଷ ପୂର୍ବରୁ ଶୀତଳଯୁଦ୍ଧ ସମୟର ଏହି ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ଆମେରିକା ପ୍ରଶାସନ ଓହରିବାକୁ ନିଷ୍ପତ୍ତି ନେଇଛି ।
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା