ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ରାମ ମନ୍ଦିର ନିର୍ମାଣ: ପଛରେ ରହି ଉସୁକାଇଛି କି ବିଜେପି

0

ନୂଆଦିଲ୍ଲୀ: ନିର୍ବାଚନ ପାଖେଇ ଆସୁଥିବା ଜାଣି ଏବେ ବିଜେପି ଯୋଜନାବଦ୍ଧ ଭାବେ ପୁଣି ଥରେ ହିନ୍ଦୁତ୍ୱ କାର୍ଡ ଖେଳିବା ଆରମ୍ଭ କରିଛି । ରବିବାର ଉତ୍ତର ପ୍ରଦେଶରେ ସାଧୁସନ୍ଥମାନେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ଉପରେ ରାମ ମନ୍ଦିର ନିର୍ମାଣ ପାଇଁ ଚାପ ପକାଇଛନ୍ତି । ଆଇନ ପ୍ରଣୟନ ହେଉ ବା ଅଧ୍ୟାଦେଶ ବଳରେ ରାମମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ସନ୍ଥ ସମିତି ନିର୍ଦେଶ ଦେଇଛି । ସବୁଠାରୁ ବଡ଼ କଥା ହେଉଛି, କେନ୍ଦ୍ରରେ ବିଜେପି ସରକାର ଆଣିବାକୁ ମଧ୍ୟ ସନ୍ଥମାନେ ନିଷ୍ପତ୍ତି ନେଇଛନ୍ତି ଓ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
ରାମ ମନ୍ଦିର ନିର୍ମାଣ ନେଇ କେନ୍ଦ୍ର ସରକାର ନିଜେ କୌଣସି ମନ୍ତବ୍ୟ ଦେଇ ବିବାଦ ଭିତରକୁ ଯିବାକୁ ଚାହୁଁନାହାନ୍ତି । ବରଂ ଏମିତି ଗୋଟିଚାଳନା ଚଳାଇଛନ୍ତି, ଯେମିତି ସମଗ୍ର ଭାରତ ବର୍ଷରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ତେଜି ଉଠିବ । ପୂର୍ବରୁ କିଛିି ବିଜେପି ନେତା ଏହା ସପକ୍ଷରେ ନିଜ ମତ ରଖି ଏହି ପ୍ରସଙ୍ଗକୁ ଚର୍ଚ୍ଚାକୁ ଆଣିଥିଲେ । ପରବର୍ତୀ ସମୟରେ ଆର୍‍ଏସ୍‍ଏସ୍‍ ଜନମତ ସୃଷ୍ଟି କରିବା ଲାଗି ଏହି ପ୍ରସଙ୍ଗରେ ମତ ରଖିଥିଲା । ଶେଷରେ ଗତ ଶନିବାର ଠାରୁ ଦୁଇଦିନ ଜାରି ରହିଥିବା ଧରି ଉତ୍ତରପ୍ରଦେଶରେ ଅଖିଳ ଭାରତୀୟ ସନ୍ଥ ସମିତିର ବୈଠକରେ ଏହା ଉପରେ ଠୋସ୍‍ ନିଷ୍ପତ୍ତି ହୋଇଛି । ସାଧୁସନ୍ଥମାନେ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି ଯେ କୌଣସି ବି ପରିସ୍ଥିତିରେ ରାମ ମନ୍ଦିର ନିର୍ମାଣ ହେବା ଦରକାର । ସୁପ୍ରିମକୋର୍ଟ କେଉଁଠାରେ ବି ଆଇନ ବା ଅଧ୍ୟାଦେଶ ଆଣିବା ଲାଗି କେନ୍ଦ୍ର ଉପରେ ଅଙ୍କୁଶ ଲଗାଇ ନାହାନ୍ତି । ସୁତରାଂ କେନ୍ଦ୍ର ସରକାର ତୁରନ୍ତ ଏ ନେଇ ପଦକ୍ଷେପ ନେବା ଦରକାର ବୋଲି ସାଧୁସନ୍ଥମାନେ ଶୁଣାଇଛନ୍ତି ।
ଗତମାସରେ ସୁପ୍ରିମକୋର୍ଟ ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦ ମାମଲାର ଶୁଣାଣି କରି ଜାନୁଆରି ପ୍ରଥମ ସପ୍ତାହରେ ଖଣ୍ଡପୀଠ ଏହାର ବିଚାର କରିବେ ବୋଲି କହିସାରିଛନ୍ତି । ଏହା ପରେ ଅବସରପ୍ରାପ୍ତ ବିଚାରପତି ଚେଲେମେଶ୍ୱର ମଧ୍ୟ ରାମ ମନ୍ଦିର ନିର୍ମାଣ ଲାଗି ଆଇନ କରିବାରେ ସରକାରଙ୍କ ପାଇଁ କିଛି ବାଧକ ନାହିଁ ବୋଲି ସୂଚାଇ କେନ୍ଦ୍ରର ରାସ୍ତାକୁ ଅଧିକ ସୁଗମ କରିଥିଲେ ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆର୍‍ଏସ୍‍ଏସ ମୁଖ୍ୟ ମୋହନ ଭାଗବତ ରାମମନ୍ଦିର ନିର୍ମାଣ ସପକ୍ଷରେ ମତ ରଖି ଏହାଦ୍ୱାରା ସଦିଚ୍ଛା ଓ ସଂହତିର ବାତାବରଣ ସୃଷ୍ଟି ହେବ ବୋଲି କହିଥିଲେ । ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ହେବନି ତ ଆଉ କଣ ହେବ ବୋଲି କହି ବାବା ରାମଦେବ ଏହାକୁ ସମର୍ଥନ କରିବା ସହିତ କିଛି ଭଲ ଖବର ଖୁବଶୀଘ୍ର ଆସିବ ବୋଲି ଆଶା ବ୍ୟକ୍ତ କରିଥିଲେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଣମାଧ୍ୟମକୁ କହିଛନ୍ତି ଯେ ରାମଭକ୍ତଙ୍କ ଅପେକ୍ଷାର ବେଳ ସରି ସରି ଆସୁଛି । ଏପଟେ ଚାଓ୍ୱନି ମନ୍ଦିର ମହନ୍ତ ସ୍ୱାମୀ ପରମହଂସ ଦାସ କେନ୍ଦ୍ର ସରକାରଙ୍କୁ ଡିସେମ୍ୱର ୬ ଯାଏ ମାସିକିଆ କଣ୍ଟ ଦେଇଛନ୍ତି, ଅନ୍ୟଥା ଆତ୍ମାହୂତି ଦେବେ ବୋଲି ଧମକ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଉମାଭାରତୀ ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ ରାହୁଲ ଗାନ୍ଧୀ ଦେବା ଉଚିତ ବୋଲି କଟାକ୍ଷ କରିଛନ୍ତି । କହିଛନ୍ତି, ଏହାଦ୍ୱାରା ଆଉ କିଛି ହେଉ କି ନହେଉ କଂଗ୍ରେସର ପାପ ନିଶ୍ଚିତ ଭାବେ ଧୋଇଯିବ ।

Leave A Reply

Your email address will not be published.