କେବଳ ହିନ୍ଦୁ ନୁହେଁ, ଜୈନ, ଶିଖ୍ଙ୍କ ପାଇଁ ବି ବଡ଼ ପର୍ବ
ଭାରତର ବିଭିନ୍ନ ଅଞ୍ଚଳରେ ବିଶ୍ୱାସ ଅଲଗା ଅଲଗା
ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ନେଇ ସମଗ୍ର ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବିଦେଶରେ ମଧ୍ୟ ପ୍ରବାସୀ ଭାରତୀୟମାନେ ଏହି ପର୍ବକୁ ଖୁବ୍ ଉତ୍ସାହର ସହିତ ପାଳନ କରିଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହିନ୍ଦୁମାନଙ୍କ ପାଇଁ ଏହି ପର୍ବ ଯେତିକି ଗୁରୁତ୍ୱ ରଖେ, ଶିଖ୍, ଜୈନ, ବୌଦ୍ଧ ବି ସେତିକି ଆନ୍ତରିକତାର ସହିତ ଏହି ଦିନଟିକୁ ପାଳନ୍ତି ।
ଜୈନମାନେ ବିଶ୍ୱାସ କରନ୍ତି ଯେ ଏହି ଦିନଟିରେ ସେମାନଙ୍କ ଆରାଧ୍ୟ ମହାବୀରଙ୍କର ଆଧ୍ୟାତ୍ମିକତାର ଜାଗରଣ ଘଟିଥିଲା । ଶିଖମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କର ଷଷ୍ଠ ଗୁରୁ ହରିଗୋବିନ୍ଦଙ୍କୁ ସେହିଦିନ କାରାଗାର ବା ବନ୍ଦୀ ଜୀବନରୁ ମୁକ୍ତି ମିଳିଥିଲା । ଉତ୍ତର ଭାରତରେ ବିଶ୍ୱାସ କରାଯାଏ, ଦୀପାବଳି ଦିନ ରାଜା ରାମଚନ୍ଦ୍ର ରାବଣକୁ ମାରି ଅଯୋଧ୍ୟାକୁ ପ୍ରତ୍ୟାବର୍ତନ କରିଥିଲେ । ଦକ୍ଷିଣ ଭାରତରେ ବିଶ୍ୱାସ କରାଯାଏ ଯେ ସେହିଦିନ ଶ୍ରୀକୃଷ୍ଣ ନରକାସୁରକୁ ବଦ୍ଧ କରିଥିଲେ । ପଶ୍ଚିମ ଭାରତର ଲୋକେ ବିଷ୍ଣୁ ଓ ବଳି ରାଜାଙ୍କୁ ନେଇ ଏହି ଦିନଟିକୁ ଗୁରୁତ୍ୱ ଦିଅନ୍ତି । ଓଡ଼ିଶାରେ ଋଷିମାନଙ୍କ ଉଦ୍ଦେଶ୍ୟରେ ସେହିି ଦିନ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି । ଏହାକୁ ପୟା ଶ୍ରାଦ୍ଧ ବୋଲି କହନ୍ତି । କାଉଁରିଆ ଜଳାଯିବାର ବିଧି ରହିଛି । ଯଦିଓ ପ୍ରଦୂଷଣ ନେଇ ସମଗ୍ର ଦେଶରେ ଚିନ୍ତାବ୍ୟକ୍ତ କରାଯାଉଛି, କୋର୍ଟ ବି କଟକଣା ଜାରି କରିଛନ୍ତି, ତଥାପି ବାଣ ଫୁଟାଯାଏ । ବୁଦ୍ଧିଜୀବୀଙ୍କ ମତରେ ଅନ୍ଧାରରୁ ଆଲୋକ, ଅଜ୍ଞାନରୁ ଓହରି ଜ୍ଞାନ ଆହରଣ ପାଇଁ ଏହି ଦିନଟି ଉଦ୍ଦିଷ୍ଟ ।
ପ୍ରମୁଖ ଖବର
କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା ଗିରଫ
ଭୀମସାରରୁ ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର
ନୂଆ ବର୍ଷରୁ ଭୁବନେଶ୍ୱରରୁ ୫ଟି ସ୍ଥାନକୁ ଉଡିବ ବିମାନ
ଦୁର୍ଦ୍ଦାନ୍ତ ନକ୍ସଲ ବିଜା ମାଡ଼ଭିର ଆତ୍ମସମର୍ପଣ
ସାବରମତୀ ରିପୋର୍ଟ’କୁ କରମୁକ୍ତ କଲେ ରାଜ୍ୟ ସରକାର
ଶପଥ ନେଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା
ଝାଡ଼ଖଣ୍ଡରେ ନୂଆ ସରକାର, ଶପଥ ନେଲେ ହେମନ୍ତ ସୋରେନ
DGP ସମ୍ମିଳନୀକୁ ଆତଙ୍କବାଦୀ ଧମକ, ହାଇଆଲର୍ଟରେ ରାଜଧାନୀ ଭୁବନେଶ୍ବର
୧୫ ଦିନ ମଧ୍ୟରେ ଶେଷ ହେବ ସୁଭଦ୍ରା ଯାଞ୍ଚ୍: ଶୁକ୍ରବାରଠାରୁ ମାଲକାନଗିରିରେ ଆରମ୍ଭ
ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍; ୪ ଯୁବତୀ ଉଦ୍ଧାର
ପୁଣି ହୋଇପାରରେ ଆଳୁ ସଙ୍କଟ, ପଶ୍ଚିମବଙ୍ଗ ସୀମାରେ ଅଟକିଛି ଆଳୁ ଟ୍ରକ୍