ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟର୍ପ ରେଖା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ । ଆସନ୍ତା ୧୪ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ । ୧୫ ତାରିଖରେ ଏହା ବାତ୍ୟା ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଗତି କରିପାରେ ।
ଏହାର ପ୍ରଭାବରେ ୧୩ ତାରିଖକୁ ଓଡ଼ିଶାର ଆକାଶ ମେଘୁଆ ହେବ । ୧୪ ତାରିଖରୁ ୧୬ ତାରିଖ ମଧ୍ୟରେ ଉଭୟ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କାକୁ ଏଡାଇ ଦେଇ ହେଉନାହିଁ ।
ଅନ୍ୟପକ୍ଷରେ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରକୋପ ଲାଗି ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ଶୀତ ଅଧିକ ରହିଛି ଓ ଏଠାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରହିଥିଲା ।
ପ୍ରମୁଖ ଖବର
କୋଲାବ ଜଳଭଣ୍ଡାରରେ ବୁଡ଼ି ୩ ନବୋଦୟ ଛାତ୍ରଙ୍କ ମୃତ୍ୟୁ
ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ପୋଖରୀରେ ବୁଡ଼ି ୨ ନାବାଳିକା ମୃତ
ଭିଜିଲାନ୍ସ ଜାଲରେ ଡେରାବିଶ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ହିନ୍ଦୀ ଶିକ୍ଷକ ଅଟକ