ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

୧୯ ବର୍ଷ ପରେ କୋଲକାତା ଫେରୁଛନ୍ତି ତସଲିମା ନସ୍ରିନ

0

କୋଲକତା: ପ୍ରସିଦ୍ଧ ବାଂଲାଦେଶୀ ଲେଖିକା ଓ କବୟିତ୍ରୀ ତସଲିମା ନସ୍ରିନ ପ୍ରାୟ ୧୯ ବର୍ଷ ପରେ କୋଲକାତା ଆସୁଛନ୍ତି। ୨୦୦୭ ମସିହାରେ ତାଙ୍କ ବିବାଦୀୟ ପୁସ୍ତକ ‘ଦ୍ୱିଖଣ୍ଡିତ’କୁ କେନ୍ଦ୍ର କରି କୋଲକାତାରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେବା ପରେ ସେ ସହର ଛାଡ଼ିଥିଲେ। ବର୍ତ୍ତମାନ ସେ ଆସନ୍ତା ଅଗଷ୍ଟ ୧ରେ କୋଲକାତାର ରବୀନ୍ଦ୍ର ସଦନରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ। ‘ସେକ୍ୟୁଲାର ମିଶନ’ ସମେତ ବିଭିନ୍ନ ସାଂସ୍କୃତିକ ସଂଗଠନଙ୍କ ମିଳିତ ଆୟୋଜନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ତସଲିମା ନସ୍ରିନଙ୍କ ଉପନ୍ୟାସ, ଗଳ୍ପ ଓ କବିତାକୁ କେନ୍ଦ୍ର କରି ଆଲୋଚନା ହେବ। ଆୟୋଜକମାନେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳନେତା ସୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ଆମନ୍ତ୍ରଣ କରିଥିବା ବେଳେ ସେ ଯୋଗଦେବାକୁ ସମ୍ମତି ଜଣାଇଥିବା ସୂଚନା ମିଳିଛି।

ଆୟୋଜକ ମୋହିତ ରାୟ କହିଛନ୍ତି, ତସଲିମା ନସ୍ରିନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥାର ଆଶ୍ୱାସନ ଦିଆଯାଇଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କାର୍ଯ୍ୟକ୍ରମରେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନାହିଁ। ଅନ୍ୟପଟେ, ଏହି ଘଟଣାକୁ ନେଇ ବିବାଦ ମଧ୍ୟ ଦେଖାଦେଇଛି। ଅଲ୍ ଇଣ୍ଡିଆ ସେକ୍ୟୁଲାର ଫ୍ରଣ୍ଟ ବିଧାୟକ ନୌଶାଦ ସିଦ୍ଦିକୀ ତସଲିମାଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଲୋକଙ୍କ ଦୃଷ୍ଟି ଅନ୍ୟ ପ୍ରସଙ୍ଗରୁ ହଟାଇବା ପାଇଁ ଏହି ପଦକ୍ଷେପ ନିଆଯାଉଛି।

ଉଲ୍ଲେଖଯୋଗ୍ୟ, ୨୦୦୭ ମସିହାରେ ତସଲିମା ନସ୍ରିନଙ୍କ ‘ଦ୍ୱିଖଣ୍ଡିତ’ ପୁସ୍ତକକୁ ନେଇ କୋଲକାତାର କିଛି ଅଞ୍ଚଳରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ପରିସ୍ଥିତି ଏତେ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା ଯେ ସେତେବେଳେ ସେନା ମୁତୟନ କରିବାକୁ ପଡ଼ିଥିଲା। ବାମ ସରକାର ଏହି ପୁସ୍ତକର ପ୍ରଚାର ଉପରେ ନିଷେଧାଜ୍ଞା ଲାଗୁ କରିଥିଲେ ଏବଂ ତସଲିମାଙ୍କୁ କୋଲକାତା ଛାଡ଼ିବାକୁ ପଡ଼ିଥିଲା। ଏହା ପରେ ଦୀର୍ଘ ସମୟ ଧରି ସେ କୋଲକାତାରୁ ଦୂରେ ରହିଥିଲେ। ଏବେ ୧୯ ବର୍ଷ ପରେ ତାଙ୍କର ଏହି ପ୍ରତ୍ୟାବର୍ତ୍ତନ ପଶ୍ଚିମବଙ୍ଗର ସାଂସ୍କୃତିକ ଓ ସାମାଜିକ ମହଲରେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.