ପ୍ରମୁଖ ଖବର

କଟକ ରେଲ୍‌ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ଚାଷୀଙ୍କୁ ନୂଆଖାଇ ଭେଟି, ସିଏମ୍‌ କିଷାନର ୩ୟ କିସ୍ତି ଟଙ୍କା ପ୍ରଦାନ
ବନ୍ୟାରେ ଭାସିଗଲା କାର୍‌ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ବିଦ୍ରୋହ ଘୋଷଣା କଲେ ଶ୍ରୀକାନ୍ତ, ସବୁ କମିଟିରୁ ଦେଲେ ଇସ୍ତଫା

0

ଦଳରୁ ତଡି ପାରନ୍ତି ରାହୁଲ, କଂଗ୍ରେସ ଶିବିରରେ ଆଲୋଡନ
ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି । ନିର୍ବାଚନ ପୂର୍ବରୁ ପିସିସି ସଭାପତି ଓ ତାଙ୍କ ଟିମ୍‍ ଏବଂ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ମୁହାଁମୁହିଁ ସ୍ଥିତିକୁ ଚାଲିଆସିଛନ୍ତି । ଦଳ ଭିତରେ ଏକ ଘରକିଆ ହୋଇଯିବା ପରେ ଆଜି ଶ୍ରୀ ଜେନା ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ନେତୃତ୍ୱ ଉପରେ ଚାପ ସୃଷ୍ଟି କରିଛନ୍ତି । ଦଳର କାର୍ଯ୍ୟକାରୀ କମିଟି ଓ ନିର୍ବାଚନ କମିଟିରୁ ସେ ଇସ୍ତଫା ଦେଇଛନ୍ତି । ଏ ସଂପର୍କରେ ସେ ଦଳର ମୁଖିଆ ରାହୁଲ ଗାନ୍ଧୀଙ୍କୁ ଜଣାଇଛନ୍ତି । ପୂର୍ବରୁ ରାହୁଲ ତାଙ୍କୁ ଦଳର ଇସ୍ତାହାର କମିଟିର ମୁଖିଆ ପଦରୁ ବିଦା କରିଥିଲେ ।
ଶ୍ରୀ ଜେନାଙ୍କ ଇସ୍ତଫାକୁ କେନ୍ଦ୍ରୀୟ ନେତୃତ୍ୱ ଗ୍ରହଣ କଲେ କି ନାହିଁ ତାହା ଜଣାପଡିନାହିଁ । କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶ୍ରୀକାନ୍ତଙ୍କ ସପକ୍ଷରେ କେନ୍ଦ୍ରୀୟ ନେତୃତ୍ୱ ଆଉ ନାହାନ୍ତି । ବିଶେଷକରି ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆଙ୍କ କ୍ଷେତ୍ରରେ ତାଙ୍କର ଭୂମିକା, କଂଗ୍ରେସ ବିଧାୟକ ଦଳରେ ଫାଟ ସୃଷ୍ଟି କରିବା ଭଳି ସାଂଘାତିକ ଅଭିଯୋଗ ତାଙ୍କ ନାମରେ ଲାଗିଥିଲା ।
ଏଣୁ ଦଳରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ନେତୃତ୍ୱ ଶ୍ରୀକାନ୍ତଙ୍କୁ ପ୍ରଥମେ ଇସ୍ତାହାର କମିଟିରୁ ବିଦା କରିଥିଲେ । ଏହାପରେ ମଧ୍ୟ ଶ୍ରୀକାନ୍ତ ନରମି ନ ଯାଇ ରାହୁଲଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ପରୋକ୍ଷରେ ବିଷୋଦଗାର କରିଥିଲେ । ନିଜେ ଠିକ୍‍, ଆଉ ସମସ୍ତେ ଭୁଲ ଏକଥା ପ୍ରମାଣିତ କରିବା ଲାଗି ସେ ନିର୍ବାଚନ ପୂର୍ବରୁ ଆଉ ଏକ ବୁଥ ବାµ ବସାଇ ଭୋଟ ଗ୍ରହଣ କରିବେ ବୋଲି ଧମକ ଦେଇଥିଲେ । କଂଗ୍ରେସ ରାଜ୍ୟରେ ବିପଜ୍ଜନକ ସ୍ଥିତିରେ ଥିବା ବେଳେ ଶ୍ରୀକାନ୍ତଙ୍କ ଏଭଳି ଉଦ୍ୟମ ରାଜ୍ୟରେ ଦଳକୁ ଆହୁରି ତଳକୁ ଟାଣି ନେଉଥିବା ଧରିନେଇ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଦଳରୁ ବିଦା କରିବା ଲାଗି ଯୋଜନା ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ଏହା ପୂର୍ବରୁ ଶ୍ରୀକାନ୍ତ ସବୁ କମିଟିରୁ ଇସ୍ତଫା ଦେଇ ଏ ରାସ୍ତାକୁ ଆହୁରି ସୁଗମ କରିଦେଇଛନ୍ତି ଓ ସେ ନିଜେ ଦଳ ଛାଡି ଚାଲିଯିବା ଲାଗି ଏକ ପ୍ରକାର ବାଟ ଖୋଲିଥିବା କୁହାଯାଉଛି ।

Leave A Reply

Your email address will not be published.