ସଂଗ୍ରାମୀଙ୍କ ପରିବାରକୁ ଦେଶଭକ୍ତ ସମ୍ମାନ ପତ୍ର ପ୍ରଦାନ ଦାବି
ଉତ୍ତରାଧÒକାରୀମାନଙ୍କ ସମସ୍ୟା ନେଇ ସ୍ବତନ୍ତ୍ର ଅଧÒବେଶନ
ଭୁବନେଶ୍ୱର: ଗଡ଼ଜାତ ମିଶ୍ରଣ ଆନ୍ଦୋଳନର ପୁରୋଧା, ଭାରତବର୍ଷର ଅନ୍ୟତମ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ତୁଙ୍ଗନେତା ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ତିଥÒ ଅବସରରେ ଆସନ୍ତା ଜାନୁଆରୀ ୨ ତାରିଖରେ ଭୁବନେଶ୍ବରରେ ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ସମ୍ମିଳନୀ ଅନୁଷ୍ଠିତ େହବ ଦେଶର ବିଭିନ୍ନ ରାଜ୍ୟରୁ ପ୍ରତିବର୍ଷ ପରି ଏଥର ସ୍ବାଧୀନତା ସଂଗ୍ରାମୀ ଏବଂ ତ୍ତରାଧÒକାରୀମାନେ ଏଥÒରେ ଯୋଗଦେବେ ଦୁଇଟି ଅଧÒବେଶନରେ ଏହି ସମ୍ମିଳନୀ କରାଯିବ ଏବଂ ଦେଶର ସାଂପ୍ରତିକ ସମସ୍ୟା ଓ ଯୁବପୀଢ଼ିର କର୍ତ୍ତବ୍ୟ ସଂପର୍କରେ ବିଶଦଭାବେ ଏଥÒରେ ଆଲୋଚନା ହେବ
ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନକୁଳ ଚରଣ ଦାସଙ୍କ ସଭାପତିତ୍ବରେ ଶନିବାର ଏହି ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ସମ୍ମିଳନୀ ଲାଗି ପ୍ରସ୍ତୁତି େବୈଠକ ଅନୁଷ୍ଠିତ େହାଇଛି ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ଆୟୋଜିତ ପ୍ରସ୍ତୁତି େବୈଠକରେ ବିଭିନ୍ନ ଜିଲ୍ଲାର ଯୁବ ସାମ୍ମୁଖ୍ୟ ସଦସ୍ୟ ଓ ସଂଗ୍ରାମୀମାନେ ଯୋଗଦେଇ କିଭଳି ଏହି ସମ୍ମିଳନୀକୁ ସଫଳ କରାଯିବ ସେନେଇ ଆଲୋଚନା କରିଥÒଲେ ଆଲୋଚନାରେ ଦେଶର ସାଂପ୍ରତିକ ପରିସ୍ଥତି ଉପରେ ଉଦବେଗ ପ୍ରକାଶ ପାଇଥÒଲା ଅପରପକ୍ଷରେ ସ୍ବାଧୀନତା ସଂଗ୍ରାମ ପାଇଁ ପ୍ରାଣବଳୀ ଦେଇଥÒବା ଅମର ଶହୀଦମାନଙ୍କ ସ୍ମୃତିରକ୍ଷା ଉପରେ ମଧ୍ୟ ବିଶେଷଭାବେ ଗୁରୁତ୍ବ ପ୍ରକଟ କରାଯାଇଥÒଲା
ଅଭିଭାଷଣ ରଖÒ ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟ ସଭାପତି ସାଂସଦ ଭର୍ତ୍ତୃହରି ମହତାବ କହିଥÒଲେ ଯେ, ବର୍ଷ ତମାମ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ ଦ୍ବାରା ସ୍ବାଧୀନତା ସଂଗ୍ରାମୀ ଏବଂ ଉତ୍ତରଦାୟାଦମାନେ ସମାଜରେ ଏକ ସୁସ୍ଥ ବାତାବରଣ ପ୍ରସ୍ତୁତ କରିପାରିବେ ଏଥÒପାଇଁ ଜାନୁଆରୀ ୨ରୁ ଆରମ୍ଭ କରି ବର୍ଷବ୍ୟାପୀ ରାଜ୍ୟର ବିଭିନ୍ନ ସ୍ଥାନରେ ସଭା ସମିତି, ଆଲୋଚନାଚକ୍ର, ବୈଠକ ଆଦି କରାଯିବାର ଆବଶ୍ୟକତା ରହିଛି ଶହୀଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜଧାନୀରେ ନିର୍ମାଣ ହେଉଥÒବା ସ୍ମୃତିସ୍ତମ୍ଭରେ ସ୍ବାଧୀନତା ଆନ୍ଦୋଳନରେ ପୋଲିସ ଗୁଳିରେ ପ୍ରାଣ ଦେଇଥÒବା ବୀର ସଂଗ୍ରାମୀମାନଙ୍କ ନାମ ରଖାଯିବ ବୋଲି କହିଥÒଲେ
ଯାଜପୁର ଜିଲ୍ଲାର ସଂଗ୍ରାମୀ ପୀଠ ବାଲିପଡ଼ିଆ ଠକ୍କରବାପା ଆଶ୍ରମ ପରିଚାଳକ ତଥା ସମାଜସେବୀ ବିଜୟ କୁମାର ତ୍ରିପାଠୀ , ଯୁବ ସାମ୍ମୁଖ୍ୟର ରାଜ୍ୟ ସାଧାରଣ ସଂପାଦକ ବିଧାନ ଚନ୍ଦ୍ର ରାୟ, ବ୍ରଜବନ୍ଧୁ ପରିଡ଼ା, ସୁଧାଂଶୁ ମହାପାତ୍ର, ଅଭୟ ବଡ଼ଜେନା, ବିକ୍ରମ କେଶରୀ ମହାପାତ୍ର, କେନ୍ଦ୍ରାପଡ଼ାର ଅକ୍ଷୟ ରାଉତ ଏବଂ ନୟାଗଡ଼, ଅନୁଗୁଳ, ବାଲେଶ୍ବର, ଖୋର୍ଦ୍ଧା ଆଦି ଅଞ୍ଚଳର ବହୁ ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟ ସଦସ୍ୟ ଉଦବୋଧନ ରଖÒ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଦେଶଭକ୍ତ ସମ୍ମାନପତ୍ର ବା ସନନ୍ଦ ପ୍ରଦାନ କରିବା, ସ୍ବାଧୀନତା ସଂଗ୍ରାମୀଙ୍କ ଉତ୍ତରଦାୟାଦମାନଙ୍କୁ ସରକାରଙ୍କ ପକ୍ଷରୁ ସମ୍ମାନ ସୂଚକ ଏକ ପରିଚୟ ପତ୍ର େଦବା ପାଇଁ ଦାବି ରଖÒଥÒଲେ
ସର୍ବଭାରତୀୟ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟନ କରାଯିବାର ପ୍ରସ୍ତାବ ଗୃହୀତ କରାଯାଇଥÒଲା ପ୍ରସ୍ତୁତି େବୈଠକରେ ପ୍ରଦେଶ ସ୍ବାଧୀନତା ସଂଗ୍ରାମୀ ସମିତି ଏବଂ ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ସଦସ୍ୟମାନେ ଯୋଗ େଦଇଥÒଲେ ସର୍ବଶ୍ରୀ ଶ୍ୟାମା ପ୍ରସାଦ ପଟ୍ଟନାୟକ, ମାଲା ସିଂହ, ବିରୁପାକ୍ଷ ତ୍ରିପାଠୀ, ସୁଧୀର ଦାସ, ଜଗନ୍ନାଥ ପାଢ଼ୀ, ସନ୍ତୋଷ କୁମାର ପତି, ଧନଞ୍ଜୟ ତ୍ରିପାଠୀ, ଦିବାକର ପୃଷ୍ଟି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥÒଲେ
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
ପ୍ରମୁଖ ଖବର
କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ