ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଓଡ଼ିଶା ପାରିଲାନି, ତେଲେଙ୍ଗାନା ଦେଖାଇଲା

0

ନµଲ ଅଞ୍ଚଳରେ ୯୦ ପ୍ରତିଶତ ମତଦାନ
ହାରିଗଲେ ନµଲ, ଗଣତନ୍ତ୍ରକୁ ବିଶ୍ୱାସ କଲେ ଭୋଟର
ଭୁବନେଶ୍ୱର: ନµଲ ଧମକ ଦେଲେ । କେହି ଭୋଟ ଦେଇପାରିବେ ନାହିଁ । ସ୍ଥାନୀୟ ବାସିନ୍ଦା ଭୟ କରିବା ସ୍ୱାଭାବିକ । କିନ୍ତୁ ପୁଲିସ ବି ଡରିଗଲା । ସୁରକ୍ଷା ଦିଆଯାଇପାରିଲାନି । ପରିଣାମ ହେଲା, ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ପଞ୍ଚାୟତ ନିର୍ବାଚନ ହୋଇପାରିଲା ନାହିଁ । ନµଲଙ୍କ ଜିଦ୍‍ ରହିଲା । ଚିତ୍ରୋକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତରେ ନିର୍ବାଚିତ ପ୍ରତିନିଧି ନାହାନ୍ତି ।
ତେଲେଙ୍ଗାନାରେ ଅନୁରୂପ ପରିସ୍ଥିତି ସୃଷ୍ଟି ହେଲା । ନିର୍ବାଚନ ବର୍ଜନ କରିବା ପାଇଁ ନµଲ ଧମକ ଦେଲେ । କିନ୍ତୁ ତାହା ପ୍ରଭାବଶୂନ୍ୟ କେବଳ ହେଲାନି, ବରଂ ଭୋଟ ହାର ରେକର୍ଡ ଛୁଇଁଛି । କରିମନଗର ଅନ୍ତର୍ଗତ ନµଲ ପ୍ରଭାବିତ ଅଞ୍ଚଳରେ ଗତ ବିଧାନସଭା ନିର୍ବାଚନରେ ୯୦ ପ୍ରତିଶତ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି । ଛତିଶଗଡ ସଂଲଗ୍ନ ଏହି ଅଞ୍ଚଳରୁ ସ୍ଥାନୀୟ ଲୋକେ ବାର୍ତା ଦେଇଛନ୍ତି ଯେ ସେମାନେ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି । ପାନକେନା ଓ ପାଲମେଲା ଭଳି ଗାଁରେ ମତଦାନ ହାର ୯୩ ପ୍ରତିଶତ ଡେଇଁଯାଇଛି, ଯଦିଓ ସେ ଅଞ୍ଚଳରେ ନµଲମାନେ ଏକାଧିକ ହିଂସାକାଣ୍ଡ ଘଟାଇଛନ୍ତି । ମନ୍ଥାନୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମହାଦେବ ମଣ୍ଡଳ ଅଞ୍ଚଳରେ ୯୮ ପ୍ରତିଶତ ମତଦାନ ହୋଇଛି । ଜଙ୍ଗଲ ଭିତରେ ଲମ୍ୱା ଲାଇନରେ ମୋଟ ୩୮୯ ଭୋଟରଙ୍କ ମଧ୍ୟରୁ ୩୮୨ ଜଣ ଭୋଟ ଦେଇଥିଲେ । ୯୦ ଦଶକରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣକୁ ନେଇ ଏହି ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି ହୋଇଥିଲା । ପୂର୍ବତନ ବାଚସ୍ପତି ଡି. ଶ୍ରୀଧର ବାବୁ ଲ୍ୟାଣ୍ଡମାଇନ୍‍ ବିସ୍ଫୋରଣରେ ପ୍ରାଣ ହରାଇଥିଲେ । ମହାଦେବପୁର ପୁଲିସ ଷ୍ଟେସନ, ସୂଚନାଦାତାଙ୍କୁ ହତ୍ୟା, ଫରେଷ୍ଟ ଗେଷ୍ଟ ହାଉସ ଉଡାଇଦେବା, ପୁଲିଂ ପାର୍ଟି ଉପରେ ଆକ୍ରମଣ, ପଞ୍ଜାବ କମାଣ୍ଡୋଙ୍କ ଉପରେ ହମ୍‍ଲା ଭଳି ଘଟଣାକୁ ନେଇ ଏ ଅଞ୍ଚଳ ଚର୍ଚ୍ଚାରେ ରହିଛି । ଏଥର ନିର୍ବାଚନରେ ନµଲ ଭୟକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ସେ ଅଞ୍ଚଳରେ ମତଦାନ ସମୟରେ କଟକଣା ଜାରି କରିଥିଲେ । ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ସମୟ ଧାର୍ଯ୍ୟ ହୋଇଥିଲା ।

Leave A Reply

Your email address will not be published.