ନµଲ ଅଞ୍ଚଳରେ ୯୦ ପ୍ରତିଶତ ମତଦାନ
ହାରିଗଲେ ନµଲ, ଗଣତନ୍ତ୍ରକୁ ବିଶ୍ୱାସ କଲେ ଭୋଟର
ଭୁବନେଶ୍ୱର: ନµଲ ଧମକ ଦେଲେ । କେହି ଭୋଟ ଦେଇପାରିବେ ନାହିଁ । ସ୍ଥାନୀୟ ବାସିନ୍ଦା ଭୟ କରିବା ସ୍ୱାଭାବିକ । କିନ୍ତୁ ପୁଲିସ ବି ଡରିଗଲା । ସୁରକ୍ଷା ଦିଆଯାଇପାରିଲାନି । ପରିଣାମ ହେଲା, ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ପଞ୍ଚାୟତ ନିର୍ବାଚନ ହୋଇପାରିଲା ନାହିଁ । ନµଲଙ୍କ ଜିଦ୍ ରହିଲା । ଚିତ୍ରୋକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତରେ ନିର୍ବାଚିତ ପ୍ରତିନିଧି ନାହାନ୍ତି ।
ତେଲେଙ୍ଗାନାରେ ଅନୁରୂପ ପରିସ୍ଥିତି ସୃଷ୍ଟି ହେଲା । ନିର୍ବାଚନ ବର୍ଜନ କରିବା ପାଇଁ ନµଲ ଧମକ ଦେଲେ । କିନ୍ତୁ ତାହା ପ୍ରଭାବଶୂନ୍ୟ କେବଳ ହେଲାନି, ବରଂ ଭୋଟ ହାର ରେକର୍ଡ ଛୁଇଁଛି । କରିମନଗର ଅନ୍ତର୍ଗତ ନµଲ ପ୍ରଭାବିତ ଅଞ୍ଚଳରେ ଗତ ବିଧାନସଭା ନିର୍ବାଚନରେ ୯୦ ପ୍ରତିଶତ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି । ଛତିଶଗଡ ସଂଲଗ୍ନ ଏହି ଅଞ୍ଚଳରୁ ସ୍ଥାନୀୟ ଲୋକେ ବାର୍ତା ଦେଇଛନ୍ତି ଯେ ସେମାନେ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି । ପାନକେନା ଓ ପାଲମେଲା ଭଳି ଗାଁରେ ମତଦାନ ହାର ୯୩ ପ୍ରତିଶତ ଡେଇଁଯାଇଛି, ଯଦିଓ ସେ ଅଞ୍ଚଳରେ ନµଲମାନେ ଏକାଧିକ ହିଂସାକାଣ୍ଡ ଘଟାଇଛନ୍ତି । ମନ୍ଥାନୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମହାଦେବ ମଣ୍ଡଳ ଅଞ୍ଚଳରେ ୯୮ ପ୍ରତିଶତ ମତଦାନ ହୋଇଛି । ଜଙ୍ଗଲ ଭିତରେ ଲମ୍ୱା ଲାଇନରେ ମୋଟ ୩୮୯ ଭୋଟରଙ୍କ ମଧ୍ୟରୁ ୩୮୨ ଜଣ ଭୋଟ ଦେଇଥିଲେ । ୯୦ ଦଶକରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣକୁ ନେଇ ଏହି ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି ହୋଇଥିଲା । ପୂର୍ବତନ ବାଚସ୍ପତି ଡି. ଶ୍ରୀଧର ବାବୁ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପ୍ରାଣ ହରାଇଥିଲେ । ମହାଦେବପୁର ପୁଲିସ ଷ୍ଟେସନ, ସୂଚନାଦାତାଙ୍କୁ ହତ୍ୟା, ଫରେଷ୍ଟ ଗେଷ୍ଟ ହାଉସ ଉଡାଇଦେବା, ପୁଲିଂ ପାର୍ଟି ଉପରେ ଆକ୍ରମଣ, ପଞ୍ଜାବ କମାଣ୍ଡୋଙ୍କ ଉପରେ ହମ୍ଲା ଭଳି ଘଟଣାକୁ ନେଇ ଏ ଅଞ୍ଚଳ ଚର୍ଚ୍ଚାରେ ରହିଛି । ଏଥର ନିର୍ବାଚନରେ ନµଲ ଭୟକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ସେ ଅଞ୍ଚଳରେ ମତଦାନ ସମୟରେ କଟକଣା ଜାରି କରିଥିଲେ । ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ସମୟ ଧାର୍ଯ୍ୟ ହୋଇଥିଲା ।
ପ୍ରମୁଖ ଖବର
ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର