ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଓଡ଼ିଶା ପାରିଲାନି, ତେଲେଙ୍ଗାନା ଦେଖାଇଲା

0

ନµଲ ଅଞ୍ଚଳରେ ୯୦ ପ୍ରତିଶତ ମତଦାନ
ହାରିଗଲେ ନµଲ, ଗଣତନ୍ତ୍ରକୁ ବିଶ୍ୱାସ କଲେ ଭୋଟର
ଭୁବନେଶ୍ୱର: ନµଲ ଧମକ ଦେଲେ । କେହି ଭୋଟ ଦେଇପାରିବେ ନାହିଁ । ସ୍ଥାନୀୟ ବାସିନ୍ଦା ଭୟ କରିବା ସ୍ୱାଭାବିକ । କିନ୍ତୁ ପୁଲିସ ବି ଡରିଗଲା । ସୁରକ୍ଷା ଦିଆଯାଇପାରିଲାନି । ପରିଣାମ ହେଲା, ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ପଞ୍ଚାୟତ ନିର୍ବାଚନ ହୋଇପାରିଲା ନାହିଁ । ନµଲଙ୍କ ଜିଦ୍‍ ରହିଲା । ଚିତ୍ରୋକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତରେ ନିର୍ବାଚିତ ପ୍ରତିନିଧି ନାହାନ୍ତି ।
ତେଲେଙ୍ଗାନାରେ ଅନୁରୂପ ପରିସ୍ଥିତି ସୃଷ୍ଟି ହେଲା । ନିର୍ବାଚନ ବର୍ଜନ କରିବା ପାଇଁ ନµଲ ଧମକ ଦେଲେ । କିନ୍ତୁ ତାହା ପ୍ରଭାବଶୂନ୍ୟ କେବଳ ହେଲାନି, ବରଂ ଭୋଟ ହାର ରେକର୍ଡ ଛୁଇଁଛି । କରିମନଗର ଅନ୍ତର୍ଗତ ନµଲ ପ୍ରଭାବିତ ଅଞ୍ଚଳରେ ଗତ ବିଧାନସଭା ନିର୍ବାଚନରେ ୯୦ ପ୍ରତିଶତ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି । ଛତିଶଗଡ ସଂଲଗ୍ନ ଏହି ଅଞ୍ଚଳରୁ ସ୍ଥାନୀୟ ଲୋକେ ବାର୍ତା ଦେଇଛନ୍ତି ଯେ ସେମାନେ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି । ପାନକେନା ଓ ପାଲମେଲା ଭଳି ଗାଁରେ ମତଦାନ ହାର ୯୩ ପ୍ରତିଶତ ଡେଇଁଯାଇଛି, ଯଦିଓ ସେ ଅଞ୍ଚଳରେ ନµଲମାନେ ଏକାଧିକ ହିଂସାକାଣ୍ଡ ଘଟାଇଛନ୍ତି । ମନ୍ଥାନୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମହାଦେବ ମଣ୍ଡଳ ଅଞ୍ଚଳରେ ୯୮ ପ୍ରତିଶତ ମତଦାନ ହୋଇଛି । ଜଙ୍ଗଲ ଭିତରେ ଲମ୍ୱା ଲାଇନରେ ମୋଟ ୩୮୯ ଭୋଟରଙ୍କ ମଧ୍ୟରୁ ୩୮୨ ଜଣ ଭୋଟ ଦେଇଥିଲେ । ୯୦ ଦଶକରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣକୁ ନେଇ ଏହି ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି ହୋଇଥିଲା । ପୂର୍ବତନ ବାଚସ୍ପତି ଡି. ଶ୍ରୀଧର ବାବୁ ଲ୍ୟାଣ୍ଡମାଇନ୍‍ ବିସ୍ଫୋରଣରେ ପ୍ରାଣ ହରାଇଥିଲେ । ମହାଦେବପୁର ପୁଲିସ ଷ୍ଟେସନ, ସୂଚନାଦାତାଙ୍କୁ ହତ୍ୟା, ଫରେଷ୍ଟ ଗେଷ୍ଟ ହାଉସ ଉଡାଇଦେବା, ପୁଲିଂ ପାର୍ଟି ଉପରେ ଆକ୍ରମଣ, ପଞ୍ଜାବ କମାଣ୍ଡୋଙ୍କ ଉପରେ ହମ୍‍ଲା ଭଳି ଘଟଣାକୁ ନେଇ ଏ ଅଞ୍ଚଳ ଚର୍ଚ୍ଚାରେ ରହିଛି । ଏଥର ନିର୍ବାଚନରେ ନµଲ ଭୟକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ସେ ଅଞ୍ଚଳରେ ମତଦାନ ସମୟରେ କଟକଣା ଜାରି କରିଥିଲେ । ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ସମୟ ଧାର୍ଯ୍ୟ ହୋଇଥିଲା ।

Leave A Reply

Your email address will not be published.