ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ଏଥର ଅମିତ ଶାହଙ୍କ ପାଳି, ୨୯ରେ ଆସିବେ, ୩ରେ ବି

0

ଭୁବନେଶ୍ୱର: ଥରେ କି ଦୁଇଥର ନୁହେଁ, ମାସକ ମଧ୍ୟରେ ତିନି ଥର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କୁ ଏହି ଗସ୍ତ ଓଡ଼ିଶା ବିଜେପି ପାଇଁ ଲାଭ ତୁଳନାରେ ବିପର୍ଯ୍ୟୟ ଆଣିଥିବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଠିକ୍‍ ଏମିତି ଏକ ସମୟରେ ଆଜି ବିଜେପି ପ୍ରଭାରୀ ଅରୁଣ ସିଂହ କହିଛନ୍ତି, ଆସନ୍ତା୨୯ ଓ ୩ ତାରିଖରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡିଶା ଆସିବେ । ଅସୁସ୍ଥ କାରଣରୁ ଶାହଙ୍କ ମାହାଙ୍ଗା ଗସ୍ତ ବାତିଲ ହୋଇଥିଲା । ଏବେ ସେ ଏହାକୁ ଭରଣା କରିବା ଲାଗି ୨୯ ତାରିଖ ଦିନ ସାଲେପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଆସୁଛନ୍ତି । ସେହିଭଳି ଜନଜାତି ସମ୍ମିଳନୀରେ ଯୋଗଦେବା ଲାଗି ସେ ଆସନ୍ତା ୩ ତାରିଖରେ ପୁରୀ ଆସୁଥିବା ସୂଚନା ମିଳିଛି । ଶ୍ରୀ ସିଂହ ଆଜି ଆହୁରି କହିଛନ୍ତି ଯେ ବିଜେପି ଫୋକସରେ ଓଡିଶା ଅଛି । ମିସନ ୧୨୦ ଦୋହରାଇବା ସହିତ ଆସନ୍ତା ଦିନରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଆସିବେ ବୋଲି ସେ ଏହି ଅବସରରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.