ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଏଥର ଅମିତ ଶାହଙ୍କ ପାଳି, ୨୯ରେ ଆସିବେ, ୩ରେ ବି

0

ଭୁବନେଶ୍ୱର: ଥରେ କି ଦୁଇଥର ନୁହେଁ, ମାସକ ମଧ୍ୟରେ ତିନି ଥର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କୁ ଏହି ଗସ୍ତ ଓଡ଼ିଶା ବିଜେପି ପାଇଁ ଲାଭ ତୁଳନାରେ ବିପର୍ଯ୍ୟୟ ଆଣିଥିବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଠିକ୍‍ ଏମିତି ଏକ ସମୟରେ ଆଜି ବିଜେପି ପ୍ରଭାରୀ ଅରୁଣ ସିଂହ କହିଛନ୍ତି, ଆସନ୍ତା୨୯ ଓ ୩ ତାରିଖରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡିଶା ଆସିବେ । ଅସୁସ୍ଥ କାରଣରୁ ଶାହଙ୍କ ମାହାଙ୍ଗା ଗସ୍ତ ବାତିଲ ହୋଇଥିଲା । ଏବେ ସେ ଏହାକୁ ଭରଣା କରିବା ଲାଗି ୨୯ ତାରିଖ ଦିନ ସାଲେପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଆସୁଛନ୍ତି । ସେହିଭଳି ଜନଜାତି ସମ୍ମିଳନୀରେ ଯୋଗଦେବା ଲାଗି ସେ ଆସନ୍ତା ୩ ତାରିଖରେ ପୁରୀ ଆସୁଥିବା ସୂଚନା ମିଳିଛି । ଶ୍ରୀ ସିଂହ ଆଜି ଆହୁରି କହିଛନ୍ତି ଯେ ବିଜେପି ଫୋକସରେ ଓଡିଶା ଅଛି । ମିସନ ୧୨୦ ଦୋହରାଇବା ସହିତ ଆସନ୍ତା ଦିନରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଆସିବେ ବୋଲି ସେ ଏହି ଅବସରରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.