ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣାରେ ଅସନ୍ତୋଷ ତେଜିଲା

0

ଭୁବନେଶ୍ୱର: ସାମ୍ୱାଦିକ କପିଳେନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣ ଘଟଣାରେ ଆଜି ସାମ୍ୱାଦିକମାନେ ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଭେଟି ପ୍ରତିବାଦ ଜଣାଇବା ସହିତ ତତ୍କାଳ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଶନିବାର କେଉଁଭଳି ପରିସ୍ଥିତିରେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରୁଥିବା କିଛି ଯୁବକଙ୍କୁ ବାରଣ କରାଯିବା ପରେ ସାମ୍ୱାଦିକଙ୍କୁ ଆକ୍ରମଣ କରାଗଲା ଓ ପୁଲିସ ନିରବଦ୍ରଷ୍ଟା ସାଜିଲା, ସେ ନେଇ ସାମ୍ୱାଦିକ ପ୍ରତିନିଧିମାନେ ଡିଜିଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଜଣାଇଥିଲେ । ସାମ୍ୱାଦିକମାନଙ୍କୁ ବାରମ୍ୱାର ଆକ୍ରମଣ ଘଟଣାର ଏଥିରେ ଦୃଢ ନିନ୍ଦା କରାଯାଇଥିଲା । ବିନା କୌଣସି ଭୟରେ ଅଭିଯୁକ୍ତିମାନେ କିଭଳି ପୁଲିସ ସହିତ ଥଟ୍ଟାମଜା କରିଥିଲେ ସେ ନେଇ ସାମ୍ୱାଦିକମାନେ ବିସ୍ମୟ ପ୍ରକଟ କରିବା ସହିତ କମିସନରେଟ ପୁଲିସର ହୁଗୁଳା ବ୍ୟବସ୍ଥା ଆଡକୁ ଆଙ୍ଗୁଳି ଉଠାଇଥିଲେ । ଡିଜି ସ୍ମାରକପତ୍ର ଗ୍ରହଣ କରିବା ସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସାମ୍ୱାଦିକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଘଟଣାର ତଦନ୍ତ ଜଣେ ଦକ୍ଷ ଅଫିସରଙ୍କ ଦ୍ୱାରା କରାଯିବ ଓ ସବୁ ସିନେମା ହଲରେ ସୁରକ୍ଷା ଯାଞ୍ଚ ନେଇ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଶର୍ମା ସାମ୍ୱାଦିକମାନଙ୍କୁ ସୂଚନା ଦେଇଥିଲେ ।
ଏହି ପ୍ରତିନିଧିଦଳରେ ବରିଷ୍ଠ ସାମ୍ୱାଦିକ କେ ରବି, ଗୋପାଳ ମହାପାତ୍ର, ଧୀରେନ୍ଦ୍ର ନାରାୟଣ ମିଶ୍ର, ଶିବ ମହାନ୍ତି, ପ୍ରଦ୍ୟୁମ୍ନ ଶତପଥୀ, ରାମଚଣ୍ଡୀ ପ୍ରସାଦ ସିଂହ, ପ୍ରବୀର ପ୍ରଧାନ ପ୍ରମୁଖ ସାମିଲ ହୋଇ ଡିଜିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ମିଳିଥିବ ସୂଚନା ଅନୁସାରେ, ପୁଲିସ ଏହି ଘଟଣାରେ ୩ ଜଣ ଛାତ୍ରଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.