ପ୍ରମୁଖ ଖବର

କୃଷକଙ୍କୁ ସରକାରଙ୍କ ଦୀପାବଳି ଭେଟି,ରବି ଫସଲଗୁଡ଼ିକରବଢ଼ାଇଲେ ଏମଏସପି
ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି
ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଆଇନ ସମୀକ୍ଷା ଆୟୋଗ: ଆଇନ ମନ୍ତ୍ରୀ
ରାଜଧାନୀରେ ନକଲି କଲ୍ ସେଣ୍ଟରରେ ଚଢ଼ାଉ, ୬ ଅଟକ
ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସାଇନି, କାଲି ନେବେ ଶପଥ
ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଏଆଇ
ସ୍ୱତନ୍ତ୍ର ଘିଅ ଡିପୋ ପାଇଁ ଓମଫେଡକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପରୀକ୍ଷା ବଡ଼ ନୁହେଁ, ଜୀବନ ବଡ଼

0

ପିଲାଙ୍କୁ ଅନ୍ୟର ରେକର୍ଡ ସହ ତୁଳନା ନ କରିବାକୁ ପରାମର୍ଶ
ମହତ୍ୱାକାଂକ୍ଷା ଠାରୁ ଦୂରେଇ ରହିବାକୁ ଅଭିଭାବକମାନଙ୍କୁ ଆହ୍ୱାନ
ଲକ୍ଷ୍ୟପ୍ରାପ୍ତିର ମାର୍ଗ ମଧ୍ୟ ସରଳ ଓ ଚାପମୁକ୍ତ ହେବା ଜରୁରୀ
ପରୀକ୍ଷା ଏକ ଉତ୍ସବ, ଅବସାଦ ନୁହେଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଛାତ୍ରଛାତ୍ରୀଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଆଜି ବିସ୍ତୃତ ଭାବେ ମତ ବିନିମୟ କରିଛନ୍ତି । ବାର୍ଷିକ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଚାପମୁକ୍ତ ରଖିବା ଏବଂ ଅବସାଦ ଶୂନ୍ୟ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଥିଲା । ନୂଆଦିଲ୍ଲୀର ତାଲକୋଟାରା ଷ୍ଟାଡିୟମରୁ ପ୍ରଧାନମନ୍ତ୍ରୀ ଶହଶହ ଛାତ୍ରଛାତ୍ରୀଙ୍କ ସହ ମୁକ୍ତ ବିଚାର ଉପସ୍ଥାପନ କରିଥିଲେ । ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକମାନଙ୍କର ବିଭିନ୍ନ ପ୍ରଶ୍ନର ମଧ୍ୟ ଜବାବ ରଖିଥିଲେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ କହିଥିଲେ “ସ୍କୁଲ ପରୀକ୍ଷା ଜୀବନରେ କେବେହେଲେ ବଡ଼ ନୁହେଁ । ଜୀବନରେ ବଂଚିବାକୁ ହେଲେ ଅନେକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ । ସ୍କୁଲ ପରୀକ୍ଷା ବା କଲେଜ ପରୀକ୍ଷା ସେମାନଙ୍କ ମଧ୍ୟରେ ଅନ୍ୟତମ । ଗୋଟିଏ ଖେଳନା ଭାଙ୍ଗିଗଲେ ବାଲ୍ୟ ଜୀବନ ନଷ୍ଟ ହୁଏ ନାହିଁ । ସେହିଭଳି ଗୋଟିଏ ପରୀକ୍ଷା ଖରାପ ହେଲେ ଜୀବନ ନଷ୍ଟ ହୁଏ ନାହିଁ । ଏଥିଲାଗି ଛାତ୍ରଛାତ୍ରୀ, ପିତାମାତା, ଶିକ୍ଷକ ଏବଂ ସ୍କୁଲ କର୍ତୃପକ୍ଷ କଦାପି ବିଚଳିତ ହେବା ଉଚିତ ନୁହେଁ । ଶିକ୍ଷକ ଓ ଅଭିଭାବକମାନେ ପିଲାଙ୍କ ଉପରେ ସର୍ବାଧିକ ପ୍ରଭାବ ପକାଇଥାନ୍ତି । ତେଣୁ ସେମାନେ ବିଚଳିତ ନ ହୋଇ ପିଲାଙ୍କୁ ଅବସାଦ ମୁକ୍ତ ଏବଂ ଚାପଶୂନ୍ୟ ରହିବା ଦିଗରେ ଅନୁପ୍ରେରିତ କରିବାକୁ ପଡ଼ିବ । ର୍ୟାଙ୍କିଙ୍ଗ୍ ପଛରେ ନ ଗୋଡ଼ାଇ ଜୀବନକୁ ସରଳ, ସୁନ୍ଦର ଓ ସାବଲୀଳ କରିବା ଲାଗି ପିଲାଙ୍କୁ ଶିକ୍ଷା ଦେବାକୁ ପଡ଼ିବ । ବାର୍ଷିକ ପରୀକ୍ଷା ସମୟରେ ପିଲାଙ୍କୁ ସବୁବେଳେ ଖୁସିରେ ରଖିବା ଆବଶ୍ୟକ । ପିଲାଙ୍କଠାରେ ଯଦି ସାମାନ୍ୟ ମାନସିକ ଅବସାଦ କିମ୍ବା ଚାପ ପରିଲକ୍ଷିତ ହେଉଛି, ତାହାହେଲେ ମନୋବୈଜ୍ଞାନିକ ବିଶେଷଜ୍ଞ ତଥା ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଏଥିଲାଗି ପିତାମାତା ତିଳେହେଲେ ସଂକୋଚ ପ୍ରକାଶ କରିବା ଉଚିତ ନୁହେଁ” ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।
‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏକ ଛୋଟ ଭାରତ ଏବଂ ଭବିଷ୍ୟ ଭାରତର ପରିକଳ୍ପନାକୁ ପ୍ରତିଫଳିତ କରୁଛି । ଭବିଷ୍ୟତର ଯୁବପିଢି ତଥା ନାଗରିକ କିଭଳି ସରଳ ଓ ସୁନ୍ଦର ଜୀବନ ଜୀଇଁବେ ସେଥିଲାଗି ସେ ସେମାନଙ୍କ ମନରେ ଉତ୍ସାହ ଓ ଉଦ୍ଧୀପନା ଭରିବାକୁ ଚାହୁଁଛନ୍ତି । ସେ ପିଲାଙ୍କ ସାମର୍ଥ୍ୟକୁ ଭଲଭାବେ ହୃଦୟଙ୍ଗମ କରିବା ଲାଗି ଅଭିଭାବକ ଓ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ “ପିଲାଙ୍କ ଭିତରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବା ଖରାପ କଥା ନୁହେଁ । କିନ୍ତୁ ସେମାନଙ୍କ ମନରେ ଅଯଥା ଓ ଅନାବଶ୍ୟକ ମହତ୍ୱାକାଂକ୍ଷା ଭର୍ତି କରିବା ଦ୍ୱାରା ଛାତ୍ରଛାତ୍ରୀ କମ୍ ବୟସରୁ ଚାପଗ୍ରସ୍ତ ହୋଇ ମାନସିକ ଅବସାଦର ଶିକାର ହୋଇଥାନ୍ତି । ପିଲାଙ୍କ ବିଫଳତା ସତ୍ୱେ ସେମାନଙ୍କୁ ପ୍ରୋତ୍ସାହିତ ଓ ଉତ୍ସାହିତ କରିବାକୁ ପଡ଼ିବ । ସେମାନଙ୍କ ମଧ୍ୟରେ ଧୈର୍ଯ୍ୟ, ସାହସ ଓ ସକାରାତ୍ମକତା ଭରିବାକୁ ପଡ଼ିବ । କେବେହେଲେ ସେମାନଙ୍କ ମନ ଭିତରେ ନିରାଶା ଓ ହତାଶାର ଭାବ ସୃଷ୍ଟି ନ କରିବାକୁ” ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ସମୟରେ ତାଙ୍କୁ ଲୋକେ କହୁଛନ୍ତି ଯେ ସେ ଅନେକ ଆଶା ଓ ଆକାଂକ୍ଷା ଭରି ଦେଉଛନ୍ତି, ଯାହାକୁ ହାସଲ କରିବା କଷ୍ଟକର ହୋଇଥାଏ । କିନ୍ତୁ ଆଶା ଓ ଆଗ୍ରହର ଅର୍ଥ ନୁହେଁ ଅନ୍ୟ ସହ ତୁଳନା କରିବା କିମ୍ବା ର୍ୟାଙ୍କିଙ୍ଗ୍ ପଛରେ ଗୋଡ଼ାଇବା । ୧୨୫ କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା, ଉତ୍ସାହ, ଉଦ୍ଧୀପନା ହିଁ ଦେଶକୁ ଆଗକୁ ନେବ । ପ୍ରତ୍ୟେକ ପରିବାରରେ ବାର୍ଷିକ ପରୀକ୍ଷା ବେଳେ ଚାପ ରହିଥାଏ । ପିଲାମାନେ କିପରି ଭଲ କରିବେ ସେଥିଲାଗି ପିତାମାତା ଉଚ୍ଚ ଆଶା ରଖିଥାନ୍ତି । ତେବେ ତାହା ଛାତ୍ରଛାତ୍ରୀଙ୍କ ମନରେ କୌଣସି ମନୋବୈଜ୍ଞାନିକ ଚାପ ସୃଷ୍ଟି କରିବା ଉଚିତ ନୁହେଁ । “ସାମାଜିକ ଉତ୍ସବାନୁÂାନ, ଅନ୍ୟାନ୍ୟ ପାରିବାରିକ ସମାରୋହ ବେଳେ ପିଲାର ପାଠପଢା, ସଫଳତା, ବିଫଳତା ଅଥବା ଅନ୍ୟ ପିଲା ସହ ନିଜ ପିଲାର ତୁଳନା କରିବା ଆଦି ପ୍ରସଙ୍ଗ କଦାପି ଆଲୋଚନା କରାଯିବା ସମୀଚିନ ନୁହେଁ । ଏହା ପିଲାଙ୍କ ଉପରେ ଅଯଥା ଚାପ ସୃଷ୍ଟି କରେ ଓ ନକାରାତ୍ମକ ଭାବନା ବୃଦ୍ଧି କରିଥାଏ । ପିତାମାତା ବିଶେଷ ଭାବେ ଏଥିରୁ ନିବୃତ ରହିବାକୁ” ସେ ପରାମର୍ଶ ଦେଇଥିଲେ ।
ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଟେକ୍ନୋଲଜି ମଣିଷ ଜୀବନକୁ ସରଳ ଓ ସୁଗମ ତଥା ଜୀବନ ଧାରଣକୁ ସହଜ କରିବା ଲାଗି ଉଦ୍ଧିଷ୍ଟ । ଏହା କେବେହେଲେ ଜୀବନକୁ ସଂକୁଚିତ କରିବା ପାଇଁ ଅଭିପ୍ରେତ ନୁହେଁ । ଟେକ୍ନୋଲଜି ଆମର ଜ୍ଞାନ, ପରିବାର, ସମାଜ ଏବଂ ବାତାବରଣକୁ ପରିବ୍ୟାପ୍ତ ଓ ସଂପ୍ରସାରିତ କରିଥାଏ । ଏହାର ଉପଯୁକ୍ତ ଉପଯୋଗ ହେଲେ ସମାଜର ଅନେକ ମଙ୍ଗଳ ସାଧିତ ହୋଇଥାଏ । ସେହିପରି ଖେଳ ମଧ୍ୟ ଜୀବନର ଏକ ଅଭିନ୍ନ ଅଙ୍ଗ । ପିତାମାତା ପିଲାକୁ ସବୁବେଳେ ପାଠ ପଢିବା ଲାଗି ଚାପଗ୍ରସ୍ତ କରିବା ପରିବର୍ତେ ଦୈନିକ ଖେଳ କସରତରେ ମଗ୍ନ ରହିବାକୁ ଉତ୍ସାହିତ କରନ୍ତୁ । ଏହାଦ୍ୱାରା ପିଲାର ମାନସିକ ଅଭିବୃଦ୍ଧି ଘଟିବ ଏବଂ ଅବସାଦ ଦୂର ହେବ । ସେ କହିଥିଲେ ଯେ ଲକ୍ଷ୍ୟ ଦୁଇ ପ୍ରକାରର – ଛୋଟ ଓ ବ୍ୟାପକ । ଯାହାକି ପିଲାମାନଙ୍କ ଜୀବନକୁ ସୁନ୍ଦର କରିବା ଲାଗି ଉଦ୍ଧିଷ୍ଟ । ଲକ୍ଷ୍ୟ ପ୍ରାପ୍ତିର ମାର୍ଗ ମଧ୍ୟ ସରଳ ଓ ଚାପମୁକ୍ତ ହେବା ଆବଶ୍ୟକ”ା
ପିଲାମାନଙ୍କ ମନରେ ପ୍ରେରଣା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଜୀବନରେ ଅନେକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ । ଏଣୁ ଶିକ୍ଷାନୁÂାନର ପରୀକ୍ଷାଗୁଡ଼ିକ ଜୀବନ ପରୀକ୍ଷା ଆଗରେ ବିଶେଷ ବଡ଼ ନୁହେଁ । ପରୀକ୍ଷା ଛାତ୍ରଛାତ୍ରୀଙ୍କ ଏକ ନିର୍ଦ୍ଧିଷ୍ଟ ସମୟର ସାମର୍ଥ୍ୟ ଜାଣିବା ଲାଗି ଉଦ୍ଧିଷ୍ଟ । ଏଣୁ ମାର୍କ ପଛରେ ଦୌଡ଼ିଲେ ଜୀବନ ପଛରେ ପଡିଯିବ । କିନ୍ତୁ ଜୀବନ ସାଥୀରେ ତାଳଦେଇ ଚାଲିଲେ ପରୀକ୍ଷାର ମାର୍କ ଆପଣଙ୍କ ପଛେ ପଛେ ଦୌଡ଼ିବ” ବୋଲି ସେ କହିଥିଲେ

Leave A Reply

Your email address will not be published.