ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ନବୀନଙ୍କ ନିଷ୍ପତ୍ତିକୁ ଅପେକ୍ଷା

0

ଭୁବନେଶ୍ୱର: ବଦନାମ ନେତାଙ୍କ ଟିକେଟ୍‍ କାଟିଦେଲେ ବିଜେଡି ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ । ଅନେକ ଆକଳନ କରୁଥିଲେ, ଚିତ୍‍ପଟାଙ୍ଗ ମାରିବ ବିଜେଡି । ମୋଦୀ ହାଵାରେ ଅସନ୍ତୁଷ୍ଟଙ୍କ ଭୋଟ ମିଶିଲେ, ବରବାଦ ଆଡକୁ ଯିବ ଶଙ୍ଖ । ପୁଣି ବିଜେଡିର ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ଅବର୍ତମାନରେ ବିଜେଡି ନିର୍ବାଚନ ଲଢୁଥିଲା । ୨୦୧୪ରେ ଏସବୁ ଆକଳନ ଓଲଟପାଲଟ ହୋଇଗଲା । ବିଜେଡି ୧୦୩ (୨୦୦୯ନିର୍ବାଚନ)ରୁ ୧୧୭ ସଂଖ୍ୟା ଛୁଇଁଲା । ଭୋଟ ହାର ବଢିଲା ଓ ୫୬ ଜଣ ନୂଆ ବିଜେଡି ବିଧାୟକ ବିଧାନସଭା ଆସିଲେ ।
୨୦୧୯ରେ ବି ସ୍ଥିତି ପାଖାପାଖି ସେୟା । ନବୀନଙ୍କ ଭାବମୂର୍ତି ଖରାପ ହୋଇନି କି ମଳିନ ପଡିନି । କିନ୍ତୁ ବିଜେଡିର ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ଅନେକ ବଦନାମ ହୋଇଛନ୍ତି । ଲୋକଙ୍କ ମତ ସେମାନଙ୍କ ସହିତ ଯାଉନାହିଁ । ଭୋଟର ଠୋସ୍‍ ନିଷ୍ପତ୍ତି ନେବା ଆଗରୁ ଅପେକ୍ଷା କରିଛନ୍ତି । ନବୀନ ଏଥର ତାଙ୍କ ଚାଲ୍‍ ଖେଳିବେ ନା ନାହିଁ । ସେମାନଙ୍କ ମନ ପସନ୍ଦର ନେତା ତଥା ନିଷ୍କଳଙ୍କ ବ୍ୟକ୍ତିକୁ ପ୍ରାର୍ଥୀ କରିବେ ନା ପୁଣି ବଦନାମ ନେତାଙ୍କ ଉପରେ ଭରସା କରିବେ । ଆଉ କାହା ଚାପର ବଶବର୍ତୀ ହୋଇ ଦୁର୍ନୀତିଗ୍ରସ୍ତଙ୍କୁ ଟିକେଟ୍‍ ଦେବେନି ତ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିକୁ ନେଇ ଆଗକୁ ବଢିବା ପରଠାରୁ ରାଜ୍ୟ ରାଜନୀତିରେ ଏମିତି ଗୋଟି ଖେଳି ସଫଳ ହୋଇଛନ୍ତି । ପୁରୁଣା ନେତାଙ୍କୁ ବଦଳାଇ ସେ ଯେଉଁ ନୂଆ ନେତାଙ୍କୁ ମଇଦାନକୁ ଛାଡିଛନ୍ତି, ଲୋକେ ତାଙ୍କୁ ଭରସା କରି ଜିତାଇଛନ୍ତି । ଏହାଦ୍ୱାରା ଆଉ କିଛି ହେଉ କି ନ ହେଉ, କଂଗ୍ରେସ ସମୟରେ ଯେଭଳି ହାତଗଣତି କିଛି ପରିବାର କେବଳ ଶାସନ କରୁଥିଲେ, ବିଜେଡିରେ ସେମିତି ପରିସ୍ଥିତି ସୃଷ୍ଟି ହୋଇପାରୁନାହିଁ ।
କେତେ ବି ଶକ୍ତିଶାଳୀ ହୁଅନ୍ତୁ, ବିଜେଡି ସୁପ୍ରିମୋଙ୍କ ସାମ୍ନାକୁ ଆସିବା ଭଳି ନେତା ଏଯାଏ ବିଜେଡିରେ ନାହାନ୍ତି । କେବଳ ସେତିକି ନୁହେଁ, ନବୀନଙ୍କୁ ମୁହଁ ତୋଡ଼ ଜବାବ ଦେଇ ଲୋକଙ୍କ ବିଶ୍ୱାସ ବି ଜିଣିପାରିନାହାନ୍ତି । ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି । ତାଙ୍କ ଗୋଟିଚାଳନାରେ ବିଶ୍ୱାସ କରୁଥିବା ଭୋଟର, ଓଡ଼ିଶା ଜନମୋର୍ଚା ସହ ରହିଲେନି । ସେହିଭଳି ନବୀନ ଯେଉଁ ନେତାଙ୍କ ଉପରୁ ହାତ ଉଠାଇଛନ୍ତି, ଏଯାଏ ସେମାନେ ତିଷ୍ଠିନାହାନ୍ତି । ଏସବୁ କେବଳ ଲୋକଙ୍କ ସମର୍ଥନ କାରଣରୁ ହୋଇଛି ।
ଏଥର ନିର୍ବାଚନ ଜିଣିଲେ, ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବେ । ଏଭଳିସ୍ଥଳେ ଲୋକଙ୍କ ସମର୍ଥନକୁ ଜିଣିବା ଲାଗି ନବୀନ ବଦନାମ ନେତାଙ୍କ ବିରୋଧରେ କଠୋର ହୋଇପାରୁଛନ୍ତି କି ନାହିଁତାହାକୁ ଭୋଟର ନଜର ରଖିଛନ୍ତି । ସେହିଭଳି କାହା ଚାପରେ ଚପିଯାଉଛନ୍ତି କିମ୍ୱା ନିଜ ଗୋଟି ଖେଳି ପୁଣି ବିରୋଧୀଙ୍କୁ ଚକମା ଦେବେ, ତାହାକୁ ଭୋଟର ଅପେକ୍ଷା କରିଛନ୍ତି ।
ଏଠାରେ ପ୍ରକାଶଥାଉକି, ସରକାର ବିରୋଧରେ ଜନମତ ବଢିଛି । ଏହା ସହିତ ଉଭୟ ବିଜେପି ଓ କଂଗ୍ରେସ କେହି ସମକକ୍ଷ ସ୍ଥିତିରେ ନ ଥିଲେ ହେଁ, ପୂର୍ବାପେକ୍ଷା ପ୍ରଚଣ୍ଡ ଆକ୍ରମଣ କରିବା ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ । ଏପରିସ୍ଥଳେ ନବୀନଙ୍କ ଉପରେ ଚାପ ରହିବା ସ୍ୱାଭାବିକ ବୋଲି କୁହାଯାଉଛି ।

Leave A Reply

Your email address will not be published.