ତିନି ଥର ହାରିଥିଲେ ମିଳିବନି ଟିକେଟ୍
ଗୋଟିଏ ପରିବାରକୁ ଜଣକୁ ମିଳିବ
କଂଗ୍ରେସ ଶିବିରରେ କମ୍ପନ, ବରିଷ୍ଠ ବିଚଳିତ
ଭୁବନେଶ୍ୱର: ଗୋଟିଏ ପରିବାରକୁ ଗୋଟିଏ ଟିକେଟ୍ । ତିନି ଥର ହାରିଥିଲେ ଟିକେଟ୍ ମନା । ଟିକେଟ୍ ବଣ୍ଟନ ପ୍ରକ୍ରିୟାରେ ଏମିତି ନିଷ୍ପତ୍ତି ନେଇଛି କଂଗ୍ରେସ ।
କଂଗ୍ରେସ ହାଇକମାଣ୍ଡଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଦଳର ଶୀର୍ଷସ୍ତରରେ କମ୍ପନ ସୃଷ୍ଟି ହେଲାଣି । ଖୋଦ୍ ନିରଞ୍ଜନ ପଟ୍ଟନାୟକ ଏଥର ନିର୍ବାଚନରେ ଛିଡା ହେବା ସମ୍ଭାବନା କ୍ଷୀଣ । କାରଣ ତାଙ୍କ ପୁଅ ସୁଲିଆ ପଟ୍ଟନାୟକ ବାଲେଶ୍ୱର ଲୋକସଭା ଆସନରୁ ଆଶାୟୀ ତାଲିକାରେ ଅଛନ୍ତି । ସଂଗ୍ରାମ ଜେନା ଯଦି ଭଦ୍ରକରୁ ଛିଡା ହୁଅନ୍ତି, ତେବେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପ୍ରାର୍ଥିତ୍ୱ ଉପରେ ପ୍ରଶ୍ନ ଚିହ୍ନ ଛିଡା ହେବ । କଂଗ୍ରେସ ବରିଷ୍ଠ ନେତା ଭକ୍ତ ଦାସ ଓ ତାଙ୍କ ପୁଅ ଉଭୟ ଟିକେଟ୍ ଆଶାୟୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣକୁ ନେତା ହେବାର ନିଶା ଛାଡିବାକୁ ପଡିବ । କେବଳ ଏଇ ତିନି ଜଣ ନୁହଁନ୍ତି, ଲଗାତାର ହାରିବା ତାଲିକାରେ କଂଗ୍ରେସର ବହୁ ନେତାଙ୍କ ନାମ ଆସିବ । ଏପରିକି ଦଳର ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ପ୍ରକାଶ ଦେବତା, ଯୁଧିଷ୍ଠିର ସାମନ୍ତରାୟଙ୍କ ପର୍ଯ୍ୟନ୍ତ ବହୁ ନେତା ନିର୍ବାଚନ ପ୍ରାର୍ଥୀ ହେବା ଦୌଡରୁ ଓହରିବାକୁ ବାଧ୍ୟ ହେବେ । ଏହି ଖବର କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ବିଚଳିତ କରିଦେଇଛି ।
କଂଗ୍ରେସ ମୁଖିଆଙ୍କ ଏଭଳି ଫର୍ମୁଲାକୁ ନେଇ କିନ୍ତୁ ଦଳର ଯୁବ ପିଢି ବେଶ୍ ଖୁସି । କାରଣ ଚିରାଚରିତ ମୁହଁ କାରଣରୁ କଂଗ୍ରେସ ନୂଆ ପିଢିର ଭୋଟରଙ୍କ ପାଖେ ପହଞ୍ଚିପାରୁନାହାନ୍ତି । ଏହି ନେତାମାନେ ରାସ୍ତାରେ ବାଟ ଓଗାଳି ଛିଡା ହେଉଛନ୍ତି । ଏଣୁ ଆଉ କିଛି ହେଉ କି ନ ହେଉ, ରାଜ୍ୟ କଂଗ୍ରେସ ସାମ୍ନାକୁ କିଛି ନୂଆ ନେତା ଏହାଦ୍ୱାରା ଆସିପାରିବେ, ଯେଉଁମାନେ କି ଦଳକୁ ଆଉ କିଛି ବର୍ଷ ପର୍ଯ୍ୟନ୍ତ ଟାଣିନେବେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି ।
ପ୍ରମୁଖ ଖବର
ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍ୱେରେ ଜଳିଗଲା ସ୍ଲିପର ବସ୍, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ