ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

କିଏ ପାଇବେ ଟିକେଟ୍‍, କିଏ ପଡିବ ବାଦ୍‍

0

ତିନି ଥର ହାରିଥିଲେ ମିଳିବନି ଟିକେଟ୍‍
ଗୋଟିଏ ପରିବାରକୁ ଜଣକୁ ମିଳିବ
କଂଗ୍ରେସ ଶିବିରରେ କମ୍ପନ, ବରିଷ୍ଠ ବିଚଳିତ

ଭୁବନେଶ୍ୱର: ଗୋଟିଏ ପରିବାରକୁ ଗୋଟିଏ ଟିକେଟ୍‍ । ତିନି ଥର ହାରିଥିଲେ ଟିକେଟ୍‍ ମନା । ଟିକେଟ୍‍ ବଣ୍ଟନ ପ୍ରକ୍ରିୟାରେ ଏମିତି ନିଷ୍ପତ୍ତି ନେଇଛି କଂଗ୍ରେସ ।
କଂଗ୍ରେସ ହାଇକମାଣ୍ଡଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଦଳର ଶୀର୍ଷସ୍ତରରେ କମ୍ପନ ସୃଷ୍ଟି ହେଲାଣି । ଖୋଦ୍‍ ନିରଞ୍ଜନ ପଟ୍ଟନାୟକ ଏଥର ନିର୍ବାଚନରେ ଛିଡା ହେବା ସମ୍ଭାବନା କ୍ଷୀଣ । କାରଣ ତାଙ୍କ ପୁଅ ସୁଲିଆ ପଟ୍ଟନାୟକ ବାଲେଶ୍ୱର ଲୋକସଭା ଆସନରୁ ଆଶାୟୀ ତାଲିକାରେ ଅଛନ୍ତି । ସଂଗ୍ରାମ ଜେନା ଯଦି ଭଦ୍ରକରୁ ଛିଡା ହୁଅନ୍ତି, ତେବେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପ୍ରାର୍ଥିତ୍ୱ ଉପରେ ପ୍ରଶ୍ନ ଚିହ୍ନ ଛିଡା ହେବ । କଂଗ୍ରେସ ବରିଷ୍ଠ ନେତା ଭକ୍ତ ଦାସ ଓ ତାଙ୍କ ପୁଅ ଉଭୟ ଟିକେଟ୍‍ ଆଶାୟୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣକୁ ନେତା ହେବାର ନିଶା ଛାଡିବାକୁ ପଡିବ । କେବଳ ଏଇ ତିନି ଜଣ ନୁହଁନ୍ତି, ଲଗାତାର ହାରିବା ତାଲିକାରେ କଂଗ୍ରେସର ବହୁ ନେତାଙ୍କ ନାମ ଆସିବ । ଏପରିକି ଦଳର ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ପ୍ରକାଶ ଦେବତା, ଯୁଧିଷ୍ଠିର ସାମନ୍ତରାୟଙ୍କ ପର୍ଯ୍ୟନ୍ତ ବହୁ ନେତା ନିର୍ବାଚନ ପ୍ରାର୍ଥୀ ହେବା ଦୌଡରୁ ଓହରିବାକୁ ବାଧ୍ୟ ହେବେ । ଏହି ଖବର କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ବିଚଳିତ କରିଦେଇଛି ।
କଂଗ୍ରେସ ମୁଖିଆଙ୍କ ଏଭଳି ଫର୍ମୁଲାକୁ ନେଇ କିନ୍ତୁ ଦଳର ଯୁବ ପିଢି ବେଶ୍‍ ଖୁସି । କାରଣ ଚିରାଚରିତ ମୁହଁ କାରଣରୁ କଂଗ୍ରେସ ନୂଆ ପିଢିର ଭୋଟରଙ୍କ ପାଖେ ପହଞ୍ଚିପାରୁନାହାନ୍ତି । ଏହି ନେତାମାନେ ରାସ୍ତାରେ ବାଟ ଓଗାଳି ଛିଡା ହେଉଛନ୍ତି । ଏଣୁ ଆଉ କିଛି ହେଉ କି ନ ହେଉ, ରାଜ୍ୟ କଂଗ୍ରେସ ସାମ୍ନାକୁ କିଛି ନୂଆ ନେତା ଏହାଦ୍ୱାରା ଆସିପାରିବେ, ଯେଉଁମାନେ କି ଦଳକୁ ଆଉ କିଛି ବର୍ଷ ପର୍ଯ୍ୟନ୍ତ ଟାଣିନେବେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି ।

Leave A Reply

Your email address will not be published.