ଭୁବନେଶ୍ୱର: ବ୍ରହ୍ମପୁରରେ ବିଜେଡି ବିଧାୟକ ଟିକେଟ ବଦଳାଇବ । ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସ୍ଥାନରେ ବିକ୍ରମ ପଣ୍ଡା କିମ୍ୱା ଚନ୍ଦ୍ରଶେଖର ସାହୁ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ । ହେଲେ ବିଜେପି କିନ୍ତୁ ଏଠାରେ ମହିଳା କାର୍ଡ ଖେଳି ସମବେଦନା ଗୋଟାଇବାକୁ ଚାଲ୍ ଚଳାଇଛି । ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ବଦଳରେ ତାଙ୍କ ପତ୍ନୀ ଆଶା କୁମାରୀ ଦାଶ ବିଜେପି ପ୍ରାର୍ଥୀ ହେବା ସମ୍ଭାବନା ଅଧିକ । ଏହାଦ୍ୱାରା ଦଳ ବିବାଦରେ ଥିବା ଶିବଙ୍କୁ ପ୍ରାର୍ଥୀ କରି ଅପବାଦ ଗୋଟାଇବନି । ଏପଟେ ଶିବଙ୍କ ଲୋକପ୍ରିୟତା ତାଙ୍କ ପତ୍ନୀଙ୍କ ସହିତ ଯିବ ଓ ସମବେଦନା ଆଶା ଥିବା କାରଣରୁ ମହିଳା ଭୋଟର ବି ଏକାଠି ହୋଇପାରନ୍ତି ।
ଗତ ନିର୍ବାଚନରେ ଶିବ ଶଙ୍କର ବିଜେଡି ଟିକେଟ୍ ନ ପାଇବା ଫଳରେ ଶେଷ ମୁହୂର୍ତରେ ବିଜେପିରେ ଯୋଗ ଦେଇଥିଲେ । ପାଖାପାଖି ୨୪ ହଜାର ଭୋଟ ତାଙ୍କୁ ମିଳିଥିଲା । ହେଲେ ପରବର୍ତୀ ସମୟରେ ମାମଲାରେ ଛନ୍ଦି ହୋଇ ସେ ଜେଲରେ । ବିଜେଡି ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ମାମଲାରେ ଫସାଇଥିବା ଅଭିଯୋଗ ହୋଇଛି । ହେଲେ ଆସନ୍ତା ନିର୍ବାଚନରେ ସେ ଯେ ପ୍ରାର୍ଥୀ ହେବେ ସେ ସମ୍ଭାବନା କ୍ଷୀଣ ।
ଏଭଳି ପରିସ୍ଥିତିରେ ଆଶା କୁମାରୀ ସ୍ୱାମୀଙ୍କ ଲୋକପ୍ରିୟତାକୁ ଆଧାର କରି ନିର୍ବାଚନ ରାଜନୀତିକୁ ଆସିବା ଲାଗି ଆଗ୍ରହ ଦେଖାଇଛନ୍ତି । ବିଜେପି ଯେଉଁ ଦାୟିତ୍ୱ ଦେବ, ସେ ତାକୁ ନିର୍ବାହ କରିବେ ବୋଲି ଗଣମାଧ୍ୟମକୁ ସୂଚାଇଥିଲେ ହେଁ ତାଙ୍କୁ ଯେ ପ୍ରାର୍ଥୀ କରାଯିବ, ସେ ଚର୍ଚ୍ଚା ଜୋର ଧରିଲାଣି ।
ଉଲ୍ଲେଖଯୋଗ୍ୟ, ନିକଟରେ ଆଶା କୁମାରୀଙ୍କୁ ବିଜେପି କେନ୍ଦ୍ର ସରକାରଙ୍କ ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ମୁଖ୍ୟ ଅତିଥି କରିଥିଲା । ମୋ ପରିବାର ବିଜେପି ପରିବାର କାର୍ଯ୍ୟକ୍ରମରେ ବି ସେ ଯୋଗ ଦେଇଥିଲେ । ପୂର୍ବରୁ ଆଶା ରାଜନୀତି ମଇଦାନରେ କେବେ ପାଦ ଥାପିନଥିବା ବେଳେ ହଠାତ୍ ଏବେ ନିର୍ବାଚନ ଆଗରୁ ସଭାସମିତିରେ ସାମ୍ନାକୁ ଆସିବା ତାଙ୍କ ପ୍ରାର୍ଥିତ୍ୱ ନେଇ ସ୍ପଷ୍ଟ ସଙ୍କେତ ବୋଲି କୁହାଯାଉଛି ।
ପ୍ରମୁଖ ଖବର
ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର