ଭୁବନେଶ୍ୱର: ରବିବାର ଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୪ ଦିନ ଧରି ଘଡଘଡି ସହିତ ବର୍ଷା ଲାଗିରହିବ । ଆଜି ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସତର୍କ ସୂଚନା ଜାରି କରାଯାଇଛି । ଦିନର ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢିଯାଇପାରେ । ସବୁଠାରୁ ବଡ କଥା ହେଉଛି, ଆସନ୍ତା ୨୬ ଓ ୨୭ ତାରିଖରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ଲାଗି ବାରଣ କରାଯାଇଛି । ଉଭୟ ଉପକୂଳ ଓଡ଼ିଶା ଓ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ମଧ୍ୟମ ଧରଣର ବର୍ଷା ସହିତ ଘଣ୍ଟା ପ୍ରତି ୪୫ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ପାଣିପାଗ ବିଭାଗ ହଳଦିଆ ରଙ୍ଗ (ସଜାଗ ରହିବା ପାଇଁ) ସତର୍କ ସୂଚନା ଦେଇଛି ।
ପାଣିପାଗବିତ୍ଙ୍କ ପୂର୍ବାନୁମାନ ଅନୁସାରେ, ରବିବାର ଠାରୁ ମୟୂରଭଂଜ, ଅନୁଗୁଳ, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ, ସମ୍ୱଲପୁର, ଝାରସୁଗୁଡା, ସୋନପୁର, ବୌଦ୍ଧ, ବରଗଡ,ବଲାଙ୍ଗୀର, ଗଞ୍ଜାମ, ନୂଆପଡା, କନ୍ଧମାଳ ଓ କଳାହାଣ୍ଡିର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ଅନ୍ୟ ଅଞ୍ଚଳରେ ପାଗ ଶୁଖିଲା ରହିବ । ତେବେ ୨୫ ତାରିଖ ବେଳକୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।
ପ୍ରମୁଖ ଖବର
ସୁଭଦ୍ରା ଯୋଜନା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଢେଙ୍କାନାଳ ସଦର ଆର୍ଆଇ ଓ ପିଅନ
ବିପଦସଙ୍କେତ ଟପିଲା ସୁବର୍ଣ୍ଣରେଖା: ୬ ଜିଲ୍ଲାପାଳଙ୍କୁ ଆଲର୍ଟ, ବାଲେଶ୍ୱରରେ ବନ୍ୟା ପରିସ୍ଥିତି
ପୂରଣ ହେଲା ଡାକ୍ତରଙ୍କ ଦାବି, ମନୋଜ ବର୍ମା ହେଲେ କୋଲକାତା ପୁଲିସ କମିଶନର
ଜନ୍ମଦିନ ଅବସରରେ ହିତାଧିକାରୀଙ୍କ ଘରେ ଖିରି ଖାଇଲେ ମୋଦୀ
ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମାର୍ଲେନ
ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡି ୨ ଛାତ୍ର ନିଖୋଜ
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିୱାଲ
ଚୀନକୁ ହରାଇ ୫ମ ଥର ଏସିଆ ଚାମ୍ପିୟନ ହେଲା ଭାରତ