ଭୁବନେଶ୍ୱର: ମାଲକାନଗିରିର ପୂର୍ବତନ ବିଧାୟକ ତଥା ବିଜେପି ନେତା ମୁକୁନ୍ଦ ସୋଡି ନିର୍ବାଚନ ପୂର୍ବରୁ ଘରକୁ ବାହୁଡିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ନିଜ ସମର୍ଥକଙ୍କ ସହିତ ସେ ବିଜେଡିରେ ସାମିଲ ହୋଇଥିଲେ ।
ମୁକୁନ୍ଦଙ୍କ ବିଜେଡି ଯୋଗଦାନକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ସ୍ୱାଗତ କରିବା ସହିତ ଏହାଦ୍ୱାରା ମାଲକାନଗିରିରେ ଦଳର ଶକ୍ତି ବୃଦ୍ଧି ଘଟିବ ବୋଲି କହିଥିଲେ ।
ଅନ୍ୟପକ୍ଷରେ ଯଦିଓ ସ୍ଥାନୀୟ ବିଧାୟକ ମାନସ ମାଡକାମୀଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହେଲା, ତଥାପି ଆସନ୍ତା ନିର୍ବାଚନରେ ମୁକୁନ୍ଦ ପୁଣି ଥରେ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଶ୍ରୀ ମାଡକାମୀଙ୍କ ଲୋକପ୍ରିୟତା ହ୍ରାସ ପରିପ୍ରେକ୍ଷୀରେ ଦଳର ଶୀର୍ଷ ନେତୃତ୍ୱ ମୁକୁନ୍ଦଙ୍କ ସଂପର୍କରେ ଚିନ୍ତା କରିଛନ୍ତି । ଏହାଦ୍ୱାରା ମାଲକାନଗିରିରେ ବିଜେପିକୁ ମଧ୍ୟ ଶକ୍ତ ଧକକା ଲାଗିଛି । ମୁକୁନ୍ଦ ବିଜେପିରେ ଯୋଗଦେବା ପରେ ସେଠାରେ ସଂଗଠନ ଚଳାଇଥିଲେ ଓ ଦଳ ଭଲ ପ୍ରଦର୍ଶନ କରିଥିଲା ।
ପ୍ରମୁଖ ଖବର
ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ