ପ୍ରମୁଖ ଖବର

କାଲି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବାଲେଶ୍ୱର ବନ୍ଦ
ସୌମ୍ୟାଶ୍ରୀଙ୍କ ମୃତ୍ୟୁର ‘କଠୋର ପଦକ୍ଷେପ ନିଆଯିବ, ସଂପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳିବ’ : ରାଜ୍ୟପାଳ
ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍କା
୩ ମାସରେ ଇ-କେୱାଇସି ନ କଲେ କଟାଯିବ କାର୍ଡ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ରେଭେନ୍ସା କେବଳ ଇଟା ସିମେଣ୍ଠରେ ଗଢା ନୁହେଁ ,ଏହା ଏକ ଶାଳ ଗ୍ରାମ :ରାଷ୍ଟ୍ରପତି
ଗାଁ ଶ୍ମଶାନରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ

ରାଜ୍ୟବାସୀଙ୍କ ସାମ୍ନାରେ ନବୀନ ରଖିବେ ହିସାବ

0
  • ପ୍ରଥମ ଥର ପାଇଁ ମନ୍ତ୍ରୀ ପରିଷଦର ସିଧା ପ୍ରସାରଣ ହେବ
  • ଏଥର ଲୋକ ତିଆରି କରିବେ ବିଜେଡିର ନିର୍ବାଚନ ଇସ୍ତାହାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିରୋଧୀଙ୍କ ପୁଣି ଏକ ଚକମା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟ ମନ୍ତ୍ରୀ ପରିଷଦବୈଠକର ସିଧା ପ୍ରସାରଣ ହେବ । ଅପରାହ୍ନ ୪ଟାରୁ ଓଡ଼ିଆ ଚ୍ୟାନେଲମାନେ ଏହାର ସିଧା ପ୍ରସାରଣ କରିବାକୁ ସରକାର ଘୋଷଣା କରିଛନ୍ତି । ସଚିବାଳୟର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅପରାହ୍ନ ୪ଟା ୧୫ମିନିଟରେ ମନ୍ତ୍ରୀ ପରିଷଦ ବୈଠକ ଡାକିଛନ୍ତି । ସାଧାରଣ ନିର୍ବାଚନକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଡାକିଥିବା ଏହି ମନ୍ତ୍ରୀ ପରିଷଦ ବୈଠକକୁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନିର୍ବାଚନ ପ୍ରତିଶ୍ରୁତି ମୁତାବକ ସରକାର ଲୋକଙ୍କ ପାଇଁ ବିକାଶମୂଳକ କାର୍ଯ୍ୟ କରିବାରେ କେତେ ସଫଳ ହୋଇଛନ୍ତି, ନବୀନ ତାର ସମୀକ୍ଷା କରିବେ । ଏହାସହିତ ଆସନ୍ତା ନିର୍ବାଚନରେ ଓଡ଼ିଶାବାସୀ ସରକାରଙ୍କ ଠାରୁ କଣ ଆଶା ରଖୁଛନ୍ତି, ତାର ତାଲିକା ମଧ୍ୟ ମନ୍ତ୍ରୀମାନଙ୍କ ଠାରୁ ସେ ସଂଗ୍ରହ କରିପାରନ୍ତି ବୋଲି ସୂଚନା ମିଳୁଛି ।

ଉଲ୍ଲେଖଯୋଗ୍ୟ, ୨୦୧୪ରେ ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ମନ୍ତ୍ରୀ ପରିଷଦ ବୈଠକ ଡାକି ନିର୍ବାଚନ ଇସ୍ତାହାରକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବା ଲାଗି ଏକ ପ୍ରସ୍ତାବ ପାରିତ କରାଇଥିଲେ । ଏବଂ ବିଜେଡି ଦେଇଥିବା ପ୍ରତିଶ୍ରୁତି ଓ ଯୋଜନାକୁ ନବୀନ ଗୋଟିଏ ପରେ ଗୋଟିଏ ପୂରଣ କରିବାରେ ଇତିମଧ୍ୟରେ ସକ୍ଷମ ହୋଇଛନ୍ତି । ଏପରିସ୍ଥଳେ ଆସନ୍ତାକାଲିର ଏହି ମନ୍ତ୍ରୀ ପରିଷଦ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛ । ଏମିତିରେ ବି ଆସନ୍ତାକାଲି ବିଜେଡି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମର ଶୁଭାରମ୍ଭ କରୁଛି । ଏଥିରେ ମହିଳାମାନେ ପ୍ରତି ଘରକୁ ଯାଇ ୨୦୧୯ରେ ସରକାର ଜିତିଲେ କଣ କରିବା ଆବଶ୍ୟକ ସେ ସଂକ୍ରାନ୍ତ ପ୍ରସ୍ତାବକୁ ଏକାଠି କରିବେ ଓ ସାଧାରଣ ଲୋକଙ୍କର ଏହି ପ୍ରସ୍ତାବକୁ ଇସ୍ତାହାରରେ ପରିଣତ କରି ନବୀନ ୨୦୧୯ ନିର୍ବାଚନକୁ ଓହ୍ଲାଇବେ ।

Leave A Reply

Your email address will not be published.