ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ

0

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ଭାରତରେ ଆନୁଷ୍ଠାନିକ ଭାବେ ପ୍ରବେଶ କରି କେରଳ ଛୁଇଁଛି। ପାଣିପାଗ ବିଭାଗ (ଆଇଏମଡି) ଏହାର ସରକାରୀ ଘୋଷଣା କରି କହିଛି ଯେ, ମୌସୁମୀର ଅଗ୍ରଗତି ପାଇଁ ପରିସ୍ଥିତି ଅନୁକୂଳ ରହିଛି ଏବଂ ଆଗାମୀ ତିନିରୁ ଚାରି ଦିନ ମଧ୍ୟରେ ଏହା କର୍ଣ୍ଣାଟକ ଉପକୂଳ ଦେଇ ଗୋଆ ଆଡକୁ ଅଗ୍ରସର ହେବ। ମୌସୁମୀ ଆଗମନ ସହ କେରଳର ବିଭିନ୍ନ ଅଞ୍ଚଳରେ ଗତ ରାତିରୁ ପ୍ରବଳ ବର୍ଷା ଜାରି ରହିଛି। ଏହାକୁ ନେଇ ଆଇଏମଡି ଆଲପୁଝା, କୋଟ୍ଟାୟମ ଏବଂ ଏର୍ଣ୍ଣାକୁଲମ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି।

ସେହିପରି ତିରୁବନନ୍ତପୁରମ, କୋଲ୍ଲମ, ପଠାଣମଥିଟ୍ଟା, ଇଡୁକ୍କି ଏବଂ ତ୍ରିସୁରରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି। ବର୍ଷା ସମୟରେ ଘଣ୍ଟାପ୍ରତି ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ସତର୍କ କରିଛି।

ଆଇଏମଡିର ଆକଳନ ଅନୁଯାୟୀ, ମୌସୁମୀର ପ୍ରଭାବରେ ଆଗାମୀ କିଛି ଦିନ ମଧ୍ୟରେ ଉତ୍ତର ଭାରତରେ ମଧ୍ୟ ତାପମାତ୍ରା କମିବା ଆରମ୍ଭ ହେବ। ଦିଲ୍ଲୀ ଏନସିଆର ସମେତ ଉତ୍ତର ପ୍ରଦେଶ ଓ ଅନ୍ୟାନ୍ୟ ଅଞ୍ଚଳରେ ଗରମରୁ ଆଂଶିକ ଆରାମ ମିଳିବାର ସମ୍ଭାବନା ରହିଛି।

ତେବେ ପାଣିପାଗ ବୈଜ୍ଞାନିକମାନଙ୍କ ମତରେ, ଜୁନ୍ ୧୦ ପରେ ମୌସୁମୀର ଅଗ୍ରଗତି କିଛିଟା ମନ୍ଥର ହୋଇପାରେ। ତଥାପି ବର୍ତ୍ତମାନ ପାଇଁ ମୌସୁମୀର ବିସ୍ତାର ଓ ବର୍ଷା କାର୍ଯ୍ୟକଳାପ ସାଧାରଣ ଅବସ୍ଥାରେ ରହିଛି।

Leave A Reply

Your email address will not be published.